ବିପଜ୍ଜନକ ନିଶା ଦ୍ରବ୍ୟ ତାଲିକାରୁ ହଟିଲା ଗଞ୍ଜେଇ : ମିଳିତ ଜାତିସଂଘରେ ହୋଇଥିବା ଐତିହାସିକ ମତଦାନରେ ନିଷ୍ପତ୍ତି

660

କନକ ବ୍ୟୁରୋ : ବିପଦଜନକ ନିଶା ଦ୍ରବ୍ୟ ତାଲିକାରୁ ହଟିଲା ଗଂଜେଇ । ମିଳିତ ଜାତିସଂଘରେ ହୋଇଥିବା ଐତିହାସିକ ମତଦାନ ପରେ ଗଂଜେଇକୁ ବିପଦଜନକ ମାଦକଦ୍ରବ୍ୟ ତାଲିକାରୁ ହଟାଇ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୁପାରିଶ ପରେ ୟୁଏନ କମିସନ ଅଫ ନାରକୋଟିକ ଡ୍ରଗ୍ସ ଗଂଜେଇକୁ ବିପଦଜନକ ନିଶା ତାଲିକାରୁ ବାଦ ଦେଇଛନ୍ତି ।

ବୁଧବାର ଜାତିସଂଘର ମାଦକ ଦ୍ରବ୍ୟକୁ ନେଇ ହୋଇଥିବା ଅନ୍ତର୍ଜାତୀୟ ବୈଠକରେ ମତଦାନ ହୋଇଥିଲା । ଗଂଜେଇକୁ ବିପଦଜନକ ତାଲିକାରୁ ହଟାଇବା ସପକ୍ଷରେ ୨୭ଟି ଦେଶ ଭୋଟ କରିଥିବା ବେଳେ ବିପକ୍ଷରେ ଭୋଟ କରିଥିଲେ ୨୫ଟି ରାଷ୍ଟ୍ର । ଆମେରିକା, ଭାରତ ସମେତ ୟୁରେପୀୟ ରାଷ୍ଟ୍ର ସପକ୍ଷରେ ଭୋଟ କରିଥିବା ବେଳେ ଚୀନ, ପାକିସ୍ତାନ. ଋୁଷ ବିପକ୍ଷରେ ଭୋଟ ଦେଇଥିଲେ ।

ଏହି ଐତିହାସକ ମତଦାନ ପରେ ଜାତିସଂଘ ପକ୍ଷରୁ କୁହାଯାଇଛି ପ୍ରତିବନ୍ଧକ ଯୋଗୁଁ ଗଂଜେଇର ଔଷଧୀୟ ଗୁଣ ଉପରେ ବ୍ୟାପକ ଗବେଷଣା ହୋଇପାରି ନାହିଁ । ଏବେ ବିପଦଜନକ ଡ୍ରଗ୍ସ ତାଲିକାରୁ ଗଂଜେଇ ହଟିଥିବାରୁ ଏହାର ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର ବଢିବ ବୋଲି ଆଶା ପ୍ରକାଶ କରିଛନ୍ତି ଜାତସଂଘ । ଭାରତରେ ଏନଡିପିଏସ ୧୯୮୫ ଅନୁସାରେ ଗଂଜେଇର ଉତ୍ପାଦନ, ବିକ୍ରି ଓ କିଣିବା ଦଣ୍ଡନୀୟ ଅପରାଧ ।