କନକ ବ୍ୟୁରୋ : ବଦଳିବ ଅନେକ ସ୍ଥାନର ବିକୃତ ଇଂରାଜୀ ନା । ଓଡ଼ିଆ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ସରକାରୀ ରେକର୍ଡରେ ସଠିକ ଭାବେ ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ବିଭିନ୍ନ ସ୍ଥାନର ଇଂରାଜୀ ନାମରେ ଥିବା ଭୁଲ ସୁଧାର ପାଇଁ ପଦକ୍ଷେପ ନେଇଛନ୍ତି । ଏହା ସମ୍ପର୍କରେ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ଅନେକ ଜିଲ୍ଲା, ଉପଖଣ୍ଡ, ତହସିଲ ଓ ବ୍ଲକର ନାମ ଇଂରାଜୀରେ ଭୁଲଭାବେ ଲେଖାଯାଇ ବିକୃତ ଉଚ୍ଚାରଣରେ କରାଯାଉଛି । ସେଗୁଡ଼ିକୁ ସଠିକ ଓଡ଼ିଆ ଉଚ୍ଚାରଣ ଅନୁସାରେ କରାଯିବ । ମାଲକାନଗିରି, ଦେବଗଡ଼, କନ୍ଧମାଳ, ଖୋର୍ଦ୍ଧା, ଅନୁଗୁଳ, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ସମ୍ବଲପୁର ଓ ନୟାଗଡ଼ ଆଦି ଜିଲ୍ଲାର ନା ଠିକ୍ କରାଯିବ ।

Advertisment

ଅଧିକ ପଢନ୍ତୁ : ଓଡ଼ିଶାରେ ଓଡ଼ିଆ ଭାଷାକୁ ମିଳୁନି ମର୍ଯ୍ୟାଦା; ଓଡ଼ିଆ ଭାଷାରେ ଚାଲୁନି ସରକାର.. ବିଦ୍ୟୁତ ବିଲ୍‌ରୁ ଥାନାର FIR କପି ସବୁଠି ଇଂରାଜୀ

ପ୍ରସ୍ତାବିତ ସଂଶୋଧନ ସମ୍ପର୍କରେ ସାଧାରଣ ଲୋକଙ୍କର କୌଣସି ଆପତ୍ତି କିମ୍ବା ପରାମର୍ଶ ଥିଲେ ୧୫ ଦିନ ମଧ୍ୟରେ ଲେଖିତ ଭାବେ ଦାଖଲ କରିବାକୁ ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି । ନିର୍ଦ୍ଧାରିତ ସମୟ ପରେ ପ୍ରାପ୍ତ ମତାମତ ଗ୍ରହଣ କରାଯିବ ନାହିଁ । ଯଦି ନିର୍ଦ୍ଧାରିତ ସମୟସୀମାରେ କୌଣସି ଆପତ୍ତି ମିଳିନାହିଁ, ତେବେ ସରକାର ଆଇନାନୁସାରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବେ । ଏହି ପଦକ୍ଷେପ ଫଳରେ ସରକାରୀ ରେକର୍ଡରେ ସ୍ଥାନନାମଗୁଡ଼ିକର ସଠିକ ଓଡ଼ିଆ ରୂପ ସୁନିଶ୍ଚିତ ହେବା ସହ ରାଜ୍ୟର ଐତିହ୍ୟ ଓ ଭାଷାଗତ ପରିଚୟ ଅଧିକ ସୁଦୃଢ଼ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।