କନକ ବ୍ୟୁରୋ : ଓଡ଼ିଶାରେ ନାହିଁ ଓଡ଼ିଆ ଭାଷାର ଗୁରୁତ୍ଵ । ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଯାହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ତାଙ୍କରି ଅଞ୍ଚଳରେ ଗୁରୁତ୍ୱ ହରାଉଛି ଓଡ଼ିଆ ଭାଷା । ଆନ୍ଧ୍ର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ତେଲୁଗୁ ଭାଷାର ପ୍ରଭାବ ବଢ଼ିଛି । ସରକାରଙ୍କ ଏଥିପାଇଁ ନିୟମ ରହିଥିବା ସତ୍ତ୍ୱେ ଅନେକ ଏହାକୁ ପାଳନ କରୁନାହାନ୍ତି ।
କେଉଁଠି ନାମ ଫଳକରେ ଇଂରାଜି ଭାଷାର ବ୍ୟବହାର ତ ଆଉ କେଉଁଠି ବ୍ୟବସାୟିକ ଅନୁଷ୍ଠାନରେ ତେଲୁଗୁ ଭାଷାରେ ଲେଖା ହୋଇଛି ପ୍ରତିଷ୍ଠାନର ନାମ । କିଛି ଅନୁଷ୍ଠାନରେ ତ ଓଡ଼ିଆ ଭାଷାକୁ କଦର୍ଯ୍ୟ କରି ଲେଖାଯାଇଛି । ସରକାରୀ ଅନୁଷ୍ଠାନରେ ମଧ୍ୟ ଇଂରାଜୀ ଭାଷାର ଫଳକ ଲାଗିଛି । ଜିଲ୍ଲାର ପ୍ରାୟ ସମସ୍ତ ସରକାରୀ ଦପ୍ତରରେ ଚିଠି, ନିର୍ଦ୍ଦେଶାବଳୀ ସବୁ ଇଂରାଜିରେ ହିଁ ଲେଖାଯାଉଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଆଇନ୍କୁ କଡ଼ାକଡ଼ି ପାଳନ କରିବା ପାଇଁ ଦାବି ରଖିଛନ୍ତି ବୁଦ୍ଧିଜୀବୀ ।
ଅଧିକ ପଢ଼ନ୍ତୁ : ଆନ୍ଧ୍ର-ଓଡ଼ିଶା ସୀମାରେ ହଜାଯାଉଛି ଓଡ଼ିଆ ଭାଷା ; ସ୍ୱାଭିମାନ ଅଞ୍ଚଳରେ ଓଡ଼ିଆ କହିପାରୁନାହାନ୍ତି ୭୦% ଲୋକେ
ଅପରପକ୍ଷରେ ବାରମ୍ବାର ତାଗିଦ ସତ୍ତ୍ୱେ ଆଇନ୍କୁ ବେଖାତିର କରୁଛନ୍ତି, ଆଇନ୍କୁ କଡ଼ାକଡ଼ି କରିବା ସହ ଜରିମାନା ଆଦାୟ କରାଯିବ । ଅନ୍ୟ ପ୍ରମାଣପତ୍ର ଓ ପଞ୍ଜୀକୃତ ସମୟରେ ସର୍ତ୍ତାବଳୀ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି ପ୍ରାଶାସନିକ ଅଧିକାରୀ । ଆଇନ୍ ତା ବାଟରେ ଯାଉ, ଓଡ଼ିଆ ଅସ୍ମିତା ଚୁଲୁକି ଯାଉ ନ୍ୟାୟରେ ଚାଲିଛି ଭାଷା ଆଇନ୍ର କାର୍ଯ୍ୟକାରିତା । ଗଜପତି ଜିଲ୍ଲାରେ ଓଡ଼ିଆ ଭାଷାର ଅପମାନ ମହାପୁରୁଷଙ୍କ ପ୍ରତି ଅପମାନ ସଦୃଶ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/14/odia-language-2025-12-14-18-17-36.jpg)