ସିଏମ୍‌ ଟ୍ରଫିକୁ ଘାତକ ସମ୍ଭାବ୍ୟ ବୟସ ଜାଲିଆତି

Advertisment

ଫୁଟ୍‌ବଲ୍‌ରେ ୧୫ବର୍ଷରୁ କମ୍, ଭଲିବଲ୍‌ରେ ୧୪ ବର୍ଷରୁ କମ୍, କବାଡ଼ିରେ ୧୬ବର୍ଷରୁ କମ୍ ଏବଂ ଖୋଖୋରେ ୧୪ବର୍ଷରୁ କମ୍ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଥିବାରୁ ଏସବୁରେ ବୟସ ଜାଲିଆତି ହେବାର ସମ୍ଭାବ୍ୟ ପ୍ରୟାସକୁ ନେଇ ମଧ୍ୟ କ୍ରୀଡ଼ା ସଂଗଠକ ଓ ବିଶେଷଜ୍ଞମାନେ ଆଗୁଆ ତାଗିଦ କରିଛନ୍ତି ।

ଫୁଟ୍‌ବଲ୍‌ରେ ୧୫ବର୍ଷରୁ କମ୍, ଭଲିବଲ୍‌ରେ ୧୪ ବର୍ଷରୁ କମ୍, କବାଡ଼ିରେ ୧୬ବର୍ଷରୁ କମ୍ ଏବଂ ଖୋଖୋରେ ୧୪ବର୍ଷରୁ କମ୍ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଥିବାରୁ ଏସବୁରେ ବୟସ ଜାଲିଆତି ହେବାର ସମ୍ଭାବ୍ୟ ପ୍ରୟାସକୁ ନେଇ ମଧ୍ୟ କ୍ରୀଡ଼ା ସଂଗଠକ ଓ ବିଶେଷଜ୍ଞମାନେ ଆଗୁଆ ତାଗିଦ କରିଛନ୍ତି ।

CM Trophy

କନକ ବ୍ୟୁରୋ: ରାଜ୍ୟରେ କ୍ରୀଡ଼ାର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ସିଏମ୍ ଟ୍ରଫି’ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଉଛି । କ୍ରୀଡ଼ା କ୍ଷେତ୍ରରେ ‘ପଡ଼ିଆରୁ ପୋଡିୟମ୍’ ସଂକଳ୍ପକୁ ସାକାର କରିବା ପାଇଁ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ତୃଣମୂଳ ସ୍ତରରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରି ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଲାଗି ଏଭଳି ଏକ ଅଭିନବ ପ୍ରୟାସର ପରିକଳ୍ପନା କରାଯାଇଛି । ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ କ୍ରୀଡ଼ା ସଂଘ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ‘ସିଏମ୍‌ ଟ୍ରଫି’ର ଆଗାମୀ ଆୟୋଜନରେ ଫୁଟ୍‌ବଲ୍‌ ସହ ତିନିଟି ନୂଆ ଖେଳ ଭଲିବଲ୍, କବାଡ଼ି ଓ ଖୋଖୋକୁ ସାମିଲ ରହିବେ । ଏହି ବୈପ୍ଲିବକ କ୍ରୀଡ଼ା ମହୋତ୍ସବରେ କବାଡ଼ି ଓ ଖୋଖୋ ଭଳି ପାରମ୍ପରିକ କ୍ରୀଡ଼ାକୁ ନେବା ଏକ ନୂଆ ଯୁଗର ଶୁଭାରମ୍ଭ ଆଡ଼କୁ ଇସାରା କରୁଛି । ଏଥିଲାଗି ଖେଳାଳି ପଞ୍ଜୀକରଣ ପ୍ରକ୍ରିୟା ବି ଶେଷ ହୋଇଛି । ଗତଥର କେବଳ ଫୁଟ୍‌ବଲ୍‌ରେ ୫୨୦୦ରୁ ଅଧିକ ଖେଳାଳି ସାମିଲ ଥିଲା ବେଳେ ଏଥର ଅନ୍ୟ ତିନିଟି ଖେଳକୁ ମିଶାଇ ୩୨,୦୦୦ରୁ ଅଧିକ ଖେଳାଳି ଖେଳିବାର ଲକ୍ଷ୍ୟ କ୍ରୀଡ଼ାକୁ ଓଡ଼ିଶାରେ ଗଣଆନ୍ଦୋଳନରେ ପରିଣତ କରାଇବା ଦିଗରେ ଏକ ବଡ଼ ପଦକ୍ଷେପ ଭାବେ ବିବେଚନା କରାଯାଉଛି ।

ଏହା ବି ପଢ଼ନ୍ତୁ: ତଥାପି କମୁନି ବାଂଲାଦେଶ ଫୁଟାଣି: କୋଟି କୋଟି ଟଙ୍କା ହରାଇବ, ବିଶ୍ୱ କ୍ରିକେଟ୍‌ରୁ ଏକଘରିକିଆ ହେବ

ତେବେ ଫୁଟ୍‌ବଲ୍‌ରେ ୧୫ବର୍ଷରୁ କମ୍, ଭଲିବଲ୍‌ରେ ୧୪ ବର୍ଷରୁ କମ୍, କବାଡ଼ିରେ ୧୬ବର୍ଷରୁ କମ୍ ଏବଂ ଖୋଖୋରେ ୧୪ବର୍ଷରୁ କମ୍ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଥିବାରୁ ଏସବୁରେ ବୟସ ଜାଲିଆତି ହେବାର ସମ୍ଭାବ୍ୟ ପ୍ରୟାସକୁ ନେଇ ମଧ୍ୟ କ୍ରୀଡ଼ା ସଂଗଠକ ଓ ବିଶେଷଜ୍ଞମାନେ ଆଗୁଆ ତାଗିଦ କରିଛନ୍ତି । ଏଣୁ ଖେଳାଳିଙ୍କ ବୟସ ପ୍ରମାଣପତ୍ରକୁ କଡ଼ାକଡ଼ି ଭାବେ ଯାଞ୍ଚ କରିବାକୁ ସେମାନେ ରାଜ୍ୟ ସରକାର, ସମ୍ବନ୍ଧିତ କ୍ରୀଡ଼ା ସଂଘ ଏବଂ ଦାୟିତ୍ବରେ ଥିବା କ୍ରୀଡ଼ା ପରିଚାଳକଙ୍କୁ ପରାମର୍ଶ ଦେଇଛନ୍ତି । ଗତବର୍ଷର ୧୫ବର୍ଷରୁ କମ୍ ଫୁଟ୍‌ବଲ୍‌  ପ୍ରତିଯୋଗିତାରେ ମଧ୍ୟ ବୟସ ଜାଲିଆତିର କିଛିଟା ଗନ୍ଧ ବାରି ‌ହୋଇଥିଲା । ଏଥର ଚାରିଟି ଖେଳରେ ସିଏ୍‌ ଟ୍ରଫି ହେବାକୁ ଥିବାରୁ ଏହି ଦିଗକୁ ବିଶେଷ ଧ୍ୟାନ ଦେବାକୁ ସେମାନେ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି । କାରଣ ସିଏମ୍‌ ଟ୍ରଫି ଯୋଜନାବଦ୍ଧ ଭାବେ ଜାତୀୟସ୍ତରୀୟ ବୟସବର୍ଗଠାରୁ ଗୋଟିଏ ବର୍ଷ କମ୍ ବର୍ଗରେ ଖେଳାଯାଉଛି ।  କାରଣ ଏଥିରୁ ପ୍ରଦର୍ଶନ ଭିତ୍ତିରେ ବଛାହେବାକୁ ଥିବା ପିଲାମାନଙ୍କୁ ପରବର୍ତ୍ତୀ ସମୟରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଖେଳାଇବାକୁ ଲକ୍ଷ୍ୟ କରାଯାଇଛି । ହେଲେ ଯଦି ଅଧିକ ବୟସର ଖେଳାଳି ନିର୍ଦ୍ଧାରିତ ବୟସ ବର୍ଗରେ ଖେଳିବେ, ତାହେଲେ ଆଗାମୀ ସମୟରେ ତୃଣମୂଳସ୍ତରରୁ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରିବାର ଲକ୍ଷ୍ୟ ନିଶ୍ଚିତ ଭା‌ବେ ବାଟବଣା ହେବ ।

ଏହା ବି ପଢ଼ନ୍ତୁ: ରୋହିତ ଶର୍ମାଙ୍କୁ ମିଳିବ ଡକ୍ଟରେଟ୍‌

ଏହି ବିଷୟରେ ଗତ କିଛି ଦିନ ତଳେ  କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଧ୍ୟାନ ଆକର୍ଷଣ ବି କରାଯାଇଥିଲା । ନିର୍ଦ୍ଦିଷ୍ଟ ବୟସର ପିଲା ଯେଭଳି ନିର୍ଦ୍ଦିଷ୍ଟ ବୟସ ବର୍ଗରେ ଖେଳିବେ ସେ ଦିଗରେ ସର୍ବାଧିକ ଧ୍ୟାନ ଦେବାକୁ ଶ୍ରୀ ସୂରଜ ଚାରିଟି ଯାକ ଖେଳର ରାଜ୍ୟ ସଂଘ କର୍ମକର୍ତ୍ତା ଓ କ୍ରୀଡ଼ା ବିଭାଗର ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଏବେ ଏହି ନିର୍ଦ୍ଦେଶ ଯେମିତି କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହୁଏ, ସେ ଦିଗରେ ବିଶେଷ ଧ୍ୟାନ ଦେବାକୁ କ୍ରୀଡ଼ାମନ୍ତ୍ରୀଙ୍କୁ ବିଶେଷଜ୍ଞମାନେ ଆହ୍ବାନ କରିଛନ୍ତି । ଗତବର୍ଷର ପ୍ରଥମ ସିଏମ୍ ଟ୍ରଫି ସହ  ସଂପୃକ୍ତ ଥିବା ରାଜ୍ୟର ଜଣେ ବରିଷ୍ଠ କ୍ରୀଡ଼ା ସଂଗଠକ ନିଜ ନାମ ଗୋପନ ରଖି କହିଛନ୍ତି, ଅଧିକାଂଶ କ୍ରୀଡ଼ାପ୍ରେମୀ ଜାଣି ନଥିବେ ଯେ ତାମିଲନାଡ଼ୁରେ ମଧ୍ୟ ଏଭଳି ଏକ ‘ସିଏମ୍‌ ଟ୍ରଫି’ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଛି । ଗତ କିଛିବର୍ଷ ହେବ ତ୍ରୁଟି ପୂର୍ଣ୍ଣ ଯୋଜନା, ବ୍ୟାପକ ଦୁର୍ନୀତି ଓ ଘୋର ଅନିୟମିତତା ପାଇଁ  ତାମିଲନାଡ଼ୁ ସରକାରଙ୍କ ଏହି ମହତ୍ବାକାଂକ୍ଷୀ ଯୋଜନା ଏବେ ବାଣବଣା ହେଲାଣି । ଏପରିକି ଅଯୋଗ୍ୟ କ୍ରୀଡ଼ା ପରିଚାଳକ, ଅଜ୍ଞାନି ଅମ୍ପାୟାର ଓ ଅଧିକାରୀଙ୍କ ପାଇଁ କିଛି ଖେଳର ଖେଳାଳି ଓ ପ୍ରଶିକ୍ଷକ ଗତବର୍ଷ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରିଥିଲେ । ଓଡ଼ିଶାରେ ଏଭଳି ସ୍ଥିତି ନଉପୁଜିଲେ ଭଲ । ଏହି କ୍ଷେତ୍ରରେ ରାଜ୍ୟ କ୍ରୀଡ଼ା ସଂଘ ଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ସେ ଦର୍ଶାଇଛନ୍ତି । ପୁଣି ଏବର୍ଷ ଉଭୟ ବାଳକ ଓ ବାଳିକା ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଥିବାରୁ ସରକାର ଓ ସଂଘଙ୍କ ଦାୟିତ୍ବ ଆହୁରି ବଢ଼ିଯାଇଛି । ଶୃଙ୍ଖଳିତ ଖେଳ ଏବଂ ଶୃଙ୍ଖଳା ରକ୍ଷା ନିଶ୍ଚିତ ଭାବେ ଆଗାମୀ ସମୟରେ ନୂଆ ଆହ୍ବାନ ଭାବେ ଉଭା ହେବ ବୋଲି ମତ ଦେଇଛନ୍ତି ସେ ।

 ସୂଚନାଯୋଗ୍ୟ ଯେ ‘ସିଏମ୍ ଟ୍ରଫି’ ବହୁସ୍ତରୀୟ ପ୍ରକ୍ରିୟାରେ ପରିଚାଳିତ ହେବ । ପ୍ରଥମେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାଙ୍କୁ ଚୟନ କରାଯାଇ ପରେ ଜିଲ୍ଲାସ୍ତର, ଜୋନାଲ୍ ଏବଂ ଶେଷରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ମେଧା ଭିତ୍ତିରେ ଜିଲ୍ଲାସ୍ତରରେ ବାଳକ ବର୍ଗରେ ୧୦ଟି ଏବଂ ବାଳିକା ବର୍ଗରେ ୬ଟି ଦଳ ଗଠନ କରାଯିବ । ସମଗ୍ର ରାଜ୍ୟରୁ ପ୍ରାୟ ୫୦୦ଟି ଦଳ ଏଥିରେ ସାମିଲ ହେବେ । ପ୍ରତିଯୋଗିତାଟି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।  ପ୍ରଥମ ପର୍ଯ୍ୟାୟ: ଜାନୁଆରିରୁ ଫେବୃଆରୀ ମଧ୍ୟରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେ ମାସରୁ ଆରମ୍ଭ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe