କନକ ବ୍ୟୁରୋ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସ୍ଫୋରକ ଓପନର୍ ରୋହିତ ଶର୍ମାଙ୍କ ନାଁ ପଛରେ ଖୁବଶୀଘ୍ର ଡକ୍ଟର ଡିଗ୍ରି ଲାଗିବାକୁ ଯାଉଛି । ଅର୍ଥାତ୍ ଏଣିକି ସେ ଡକ୍ଟର ରୋହିତ ଶର୍ମା ଭାବେ ପରିଚିତ ହେବେ। କାରଣ ବଡ଼ବଡ଼ ଛକା ମାରିବା ଦକ୍ଷତା ଲାଗି ‘ହିଟ୍ ମ୍ୟାନ୍’ ଭାବେ ପରିଚିତ ରୋହିତଙ୍କୁ ଅଜିଙ୍କ୍ୟ ଦିନ ଦୟାଲ ପାଟିଲ ବିଶ୍ବବିଦ୍ୟାଳୟ (ଏଡିପିୟୁ) ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିବାକୁ ଯାଉଛି ।
ଆସନ୍ତା ଶନିବାର ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ଅବସରରେ ରୋହିତଙ୍କୁ ଏହି ଉପାଧି ଆନୁଷ୍ଠାନିକ ଭାବେ ପ୍ରଦାନ କରାଯିବ । ଭାରତୀୟ କ୍ରିକେଟ୍ ପାଇଁ ତାଙ୍କ ଅତୁଳନୀୟ ଅବଦାନ ତଥା କ୍ରିକେଟ୍ ପଡ଼ିଆର ପ୍ରେରଣାଦାୟୀ ନେତୃତ୍ବ ଲାଗି ରୋହିତଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ବିଶ୍ବ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ବିଶ୍ବବିଦ୍ୟାଳରେ ଏହି ସମାବର୍ତ୍ତନ ଉତ୍ସବରେ ବହୁ ବରେଣ୍ୟ ବ୍ୟକ୍ତିତ୍ବଙ୍କୁ ଦେଖିବାକୁ ମିଳିବ । ହେଲେ ରୋହିତ ହେବେ ମୁଖ୍ୟ ଆପର୍ଷଣ ।
ଗତ ଦୁଇ ଦଶନ୍ଧି ହେବ ଭାରତୀୟ କ୍ରିକେଟ୍ରେ ସକ୍ରିୟ ଥିବା ରୋହିତଙ୍କ ପାଇଁ ଏହା ଏକ ନୂଆ ଅଭିଜ୍ଞତା ଓ ମାଇଲ୍ଖୁଣ୍ଟ ହେବ । ୩୮ବର୍ଷୀୟ ରୋହିତ ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ରୁ ଅବସର ଘୋଷଣା କରି ସାରିଥିଲା ବେଳେ ଦିନିକିଆ ଖେଳିବା ଜାରି ରଖିଛନ୍ତି । ତାଙ୍କ ବିଶ୍ବ କ୍ରିକେଟ୍ର ଅନ୍ୟତମ ସଫଳ ଓ ଦୁର୍ଦ୍ଧର୍ଷ ଓପନର୍ ଭାବେ ବିବେଚନା କରାଯାଏ । ନିକଟରେ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳାରେ ଦେଖିବାକୁ ମିଳିଥିଲା । ଏଥିରେ ଅବଶ୍ୟ ରୋହିତଙ୍କ ବ୍ୟାଟ୍ ଅପ୍ରତ୍ୟାଶିତ ଭାବେ ଶାନ୍ତ ରହିଥିଲା । ରୋହିତଙ୍କ ପୂର୍ବରୁ ଭାରତୀୟ କ୍ରିକେଟ୍ର ଅନ୍ୟ ଦୁଇ ମହାରଥୀ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର, କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ବିଭିନ୍ନ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/rohit-sharma-2026-01-22-09-48-55.jpg)