ଭାରତର ଫାର୍ମା ହବ୍ ହେବ ଓଡ଼ିଶା: ଶସ୍ତାରେ ମିଳିବ ଔଷଧ

Advertisment

ଫାର୍ମା ସେକ୍ଟରରେ ଅଗ୍ରଣୀଙ୍କଠାରୁ ଆଗରେ ରହିବ ଓଡ଼ିଶା। ଦେଶର ଫାର୍ମା ହବ୍ ଭାବେ ଓଡ଼ିଶା ପାଇବ ନୂଆ ପରିଚୟ। ରାଜ୍ୟରେ ପ୍ରଥମ ଫାର୍ମା ସମ୍ମିଳନୀରେ ଏନେଇ ନକ୍ସା ଆଙ୍କିଛନ୍ତି ମୋହନ ସରକାର। ଫାର୍ମା ସେକ୍ଟରରେ ନିବେଶ ପାଇଁ ପୁଞ୍ଜି ଧରି ଆସନ୍ତୁ ନିବେଶକ। ସବୁ ପ୍ରକାର ସହଯୋଗ ଯୋଗାଇଦେବେ ସରକାର।

ଫାର୍ମା ସେକ୍ଟରରେ ଅଗ୍ରଣୀଙ୍କଠାରୁ ଆଗରେ ରହିବ ଓଡ଼ିଶା। ଦେଶର ଫାର୍ମା ହବ୍ ଭାବେ ଓଡ଼ିଶା ପାଇବ ନୂଆ ପରିଚୟ। ରାଜ୍ୟରେ ପ୍ରଥମ ଫାର୍ମା ସମ୍ମିଳନୀରେ ଏନେଇ ନକ୍ସା ଆଙ୍କିଛନ୍ତି ମୋହନ ସରକାର। ଫାର୍ମା ସେକ୍ଟରରେ ନିବେଶ ପାଇଁ ପୁଞ୍ଜି ଧରି ଆସନ୍ତୁ ନିବେଶକ। ସବୁ ପ୍ରକାର ସହଯୋଗ ଯୋଗାଇଦେବେ ସରକାର।

Odisha Aims to Emerge as India’s Leading Pharma Hub

Odisha Aims to Emerge as India’s Leading Pharma Hub Photograph: (kanak news)

କନକ ବ୍ୟୁରୋ: ଫାର୍ମା ସେକ୍ଟରରେ ଅଗ୍ରଣୀଙ୍କଠାରୁ ଆଗରେ ରହିବ ଓଡ଼ିଶା। ଦେଶର ଫାର୍ମା ହବ୍ ଭାବେ ଓଡ଼ିଶା ପାଇବ ନୂଆ ପରିଚୟ। ରାଜ୍ୟରେ ପ୍ରଥମ ଫାର୍ମା ସମ୍ମିଳନୀରେ ଏନେଇ ନକ୍ସା ଆଙ୍କିଛନ୍ତି ମୋହନ ସରକାର। ଫାର୍ମା ସେକ୍ଟରରେ ନିବେଶ ପାଇଁ ପୁଞ୍ଜି ଧରି ଆସନ୍ତୁ ନିବେଶକ। ସବୁ ପ୍ରକାର ସହଯୋଗ ଯୋଗାଇଦେବେ ସରକାର। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମ୍ମିଳନୀରେ ୪୨ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ୬ ହଜାର ୨୬୩ କୋଟିର ନିବେଶ ସହ ୩୮ ହଜାର ୪୦୬ ନିଯୁକ୍ତି ପାଇଁ ବାଟ ଫିଟିବ। ଖୋର୍ଦ୍ଧାରେ ଔଷଧ ଉତ୍ପାଦନ ଓ ମେଡିକାଲ ଯନ୍ତ୍ରାଂଶ ଉତ୍ପାଦନ ୟୁନିଟ୍‌ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ : ନିର୍ବାଚନ କମିସନଙ୍କ ପକ୍ଷରୁ ପଶ୍ଚିମବଙ୍ଗରେ ଚିଠା ଭୋଟର ତାଲିକା ଜାରି 

  • ଭାରତର ଫାର୍ମା ହବ୍ ହେବ ଓଡ଼ିଶା
  • ଶସ୍ତାରେ ମିଳିବ ଔଷଧ

ଫାର୍ମା ସମ୍ମିଳନୀରେ ଓଡ଼ିଶା ଔଷଧ ଏବଂ ଚିକିତ୍ସା ଉପକରଣ ନୀତି ୨୦୨୫ ଉନ୍ମୋଚିତ

  • ୨୦୩୦ ସୁଦ୍ଧା ୨୫ ହଜାର କୋଟିର ନିବେଶ ସାଙ୍ଗକୁ ୧ ଲକ୍ଷ ନିଯୁକ୍ତି ଲକ୍ଷ୍ୟ
  • ଇଡ୍‌କୋ ଦେବ ଜମି, ଜଳ ଦେବେ ସରକାର
  • ବିଦ୍ୟୁତ୍‌ ଓ ଋଣରେ ମିଳିବ ରିହାତି
  • ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ସମସ୍ତ ଅନୁମତି ପାଇବେ କମ୍ପାନି
  • ଗବେଷଣା ପାଇଁ ୧୦୦ କୋଟି ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି
  • ଦକ୍ଷ ମାନବ ସମ୍ବଳ ଯୋଗାଇଦେବେ ସରକାର

ଫାର୍ମା କ୍ଷେତ୍ରରେ ଓଡ଼ିଶାକୁ ଶିଖରରେ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ। ତେବେ ଫାର୍ମା କ୍ଷେତ୍ରକୁ ରାଜ୍ୟ ସରକାର ଫୋକସରେ ରଖିଥିବା ବେଳେ ଏହାର ଫାଇଦା ସାଧାରଣ ଲୋକଙ୍କୁ ମିଳିବ। ପୂର୍ବପେକ୍ଷା ଶସ୍ତାରେ ଔଷଧ ପାଇବେ ଓଡ଼ିଶାବାସୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe