କନକବ୍ୟୁରୋ : ପଶ୍ଚିମବଙ୍ଗର ୫୮ଲକ୍ଷ ଭୋଟରଙ୍କ ନାଁ ଡ୍ରାପ୍ଟରୁ ବାଦ ପଡିଛି । ଯେଉଁଥିରେ ରହିଛନ୍ତି । ୨୪ଲକ୍ଷ ମୃତ ଭୋଟର , ୧୨ଲକ୍ଷ ଭୁଲ ଠିକଣାର ଭୋଟର . ୨୦ଲକ୍ଷ ସ୍ଥାନାନ୍ତର ଭୋଟର
 ଦେଢ଼ଲକ୍ଷ ନକଲି ନିର୍ବାଚନ କ୍ଷେତ୍ର , ତେବେ ଯେଉଁମାନଙ୍କ ନାଁ  ବୈଧ୍ୟ ତଥାପି ଡ୍ରାପ୍ଟରେ ବାଦ ପଡିଛନ୍ତି ସେମାନେ ପୁଣି ଆବେଦନ କରିପାରିବେ । ଆବଶକୀୟ ଦସ୍ତାବିଜ ଦେଇ ତ୍ରୁଟି ସଂଶୋଧନ କରିପାରିବେ କିମ୍ବା ପୁର୍ନବାର ଆବେଦନ କରିପାରିବେ । ଏଥିପାଇଁ ଭୋଟର୍‌ଙ୍କୁ ମିଳିବ ୩୦ ଦିନ । ପରେ ନିର୍ଣ୍ଣାୟକ ତାଲିକାରେ ଭୋଟରଙ୍କ ନାଁ ପ୍ରକାଶ ପାଇବ । ଏସଆଇଆର ପ୍ରଥମ ପର୍ଯ୍ୟାୟରେ ବିହାରର ୬୫ ଲକ୍ଷ ଭୋଟର ବାଦ ପଡିଥିଲେ  ।

Advertisment

ଅଧିକ ପଢନ୍ତୁ... ବୁଲିବାକୁ ଡର ଲାଗିଲାଣି: ଅସୁରକ୍ଷିତ ରାଜ୍ୟର ପର୍ଯ୍ୟଟନସ୍ଥଳୀ

କିନ୍ତୁ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ଣ୍ଣାୟକ ଭୋଟର ତାଲିକା ପ୍ରକାଶ ପାଇଥିଲା । ସମାନ ପ୍ରକ୍ରିୟା ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଲାଗୁ ହେବ । ଏସଆଇଆର ପ୍ରକ୍ରିୟାର ୨ୟ ଚରଣରେ ପଶ୍ଚିମବଙ୍ଗ,ରାଜସ୍ଥାନ, ଗୋଆ, ପୁଡ୍ଡୁଚେରୀ , ଲକ୍ଷାଦ୍ବୀପର ଭୋଟର ଚିଠା ତାଲିକା ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ତେବେ ବିହାରରେ ଇଣ୍ଡିମେଣ୍ଟ ଏସଆଇଆର ପ୍ରକିୟାକୁ ଜୋରଦାର ବିରୋଧ କରୁଥିବାବେଳେ ପଶ୍ଚିମବଙ୍ଗର ଟିଏମସି ସରକାର ମଧ୍ୟ ଏସଆଇଆରକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ।