କନକ ବ୍ୟୁରୋ: ନୂଆପଡା ଉପନିର୍ବାଚନରେ ବିଜେପି ଓ କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି ଛତିଶଗଡ ନେତା । ଏଇଥିପାଇଁ ଯେ ଏଠାକାର ପ୍ରାୟ ୪୦ ପ୍ରତିଶତ ଲୋକ ଛତିଶଗଡି ଭାଷାରେ କଥାବାର୍ତ୍ତା ହୁଅନ୍ତି । ତେଣୁ ପଡୋଶୀ ରାଜ୍ୟର ନେତା ଆସିଲେ ଭୋଟରଙ୍କ ସହ କଥାବାର୍ତ୍ତା ସହଜ ହୋଇଥାଏ । ଏଣୁ ଦୁଇ ଜାତୀୟ ଦଳ ଛତିଶଗଡ଼ି କାର୍ଡ ଖେଳି ପରସ୍ପରକୁ ମାତ୍ ଦେବାକୁ ଚାହୁଁଛନ୍ତି ।

Advertisment

ନୂଆପଡାର ଗାଁ ଗାଁରେ ରାଜ କରୁଛି ଇଂରାଜୀ ଓ ହିନ୍ଦୀ ଭାଷା । ନାମ ଫଳକରେ ଲେଖା ହୋଇଛି ଗାଁର ନାଁ । କାନ୍ଥ ଗୁଡିକରେ ଵିଜ୍ଞାପନ ହିନ୍ଦୀ ଭାଷାରେ ଲେଖା ଯାଇଛି । ନୂଆପଡା ବ୍ଲକର ୩୧ ପଞ୍ଚାୟତ ମଧ୍ୟରୁ ୨୮ଟି ପଞ୍ଚାୟତର ଲୋକ କହୁଛନ୍ତି ଛତିଶଗଡ଼ି କିମ୍ବା ଲୋରିଆ ଭାଷା ।  କାଁ ଭାଁ ପୁରୁଷ ଲୋକେ ଓଡ଼ିଆ ବୁଝୁଛନ୍ତି, ହେଲେ ମହିଳାଙ୍କ କ୍ଷେତ୍ରରେ ସ୍ଥିତି ପୂରା ଅଲଗା । ମହିଳାମାନେ ନା ଓଡ଼ିଆ ବୁଝୁଛନ୍ତି ନା କହି ପାରୁଛନ୍ତି । ନୂଆପଡ଼ା ନିର୍ବାଚନମଣ୍ଡଳୀର ପ୍ରାୟ ୪୦ ପ୍ରତିଶତ ଭୋଟର ଛତିଶଗଡ଼ି ଭାଷାରେ କଥାବାର୍ତ୍ତା ହୁଅନ୍ତି । ଭୋଟର କହୁଛନ୍ତି ଛତିଶଗଡ଼ର ନେତା ଆସିଲେ ତାଙ୍କ ସହ କଥା ହେବାକୁ ସୁବିଧା ହୁଏ।

ଓଡ଼ିଆ ନେତାଙ୍କୁ ଭରସା ଛତିଶଗଡ଼ି ଭାଷା 
ବଢ଼ୁଛି ପଡ଼ୋଶୀ ରାଜ୍ୟ ନେତାଙ୍କ ଦବ୍‌ଦବା 

ଛତିଶଗଡି କହୁଥିବା ଭୋଟରଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ରଣନୀତି ଆପଣାଇଛନ୍ତି ୩ ପ୍ରମୁଖ ଦଳ ।  ବିଜେପି ପାଇଁ ଛତିଶଗଡର ନେତା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ନୂଆପଡ଼ା ବ୍ଲକ ଛତିଶଗଡ଼ ସୀମାରେ ଥିବାରୁ ଭୋଟରଙ୍କ ସମ୍ପର୍କ ଆମ ସହିତ ଭଲ ଅଛି ବୋଲି କହିଛନ୍ତି ଛତିଶଗଡର ପୂର୍ବତନ ବିଜେପି ସାଂସଦ ଚନ୍ଦୁଲାଲ ସାହୁ । ରବିବାର କଂଗ୍ରେସ ପାଇଁ ଛତିଶଗଡର ଦୁଇ କଂଗ୍ରେସ ବିଧାୟକ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ଆଗକୁ  ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରଚାର ପାଇଁ ଆସିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ବିଜେଡି କହିଛି, ନୂଆପଡାରେ ଆମ ପାଇଁ କୌଣସି ସମସ୍ୟା ନାହିଁ । 

ମୁମ୍ବାଇରେ ଚମକିଲା ଓଡ଼ିଶାର ନୌବାଣିଜ୍ୟ ପରମ୍ପରା: ପ୍ରଦର୍ଶିତ ହେଲା ଉତ୍କଳ ସାମୁଦ୍ରିକ ଯାତ୍ରାର ଝଲକ

ସରକାରୀ ଅବହେଳା ପାଇଁ ଓଡ଼ିଆ ଭାଷା ଧୀରେ ଧୀରେ ନୂଆପଡାରେ ସ୍ଥିତି ହରାଇଛି । ଗାଁ ଗୁଡିକରେ ନାମ ଫଳକ ହେଉ କି ବିଭିନ୍ନ ଦୋକାନ ବଜାରରେ ସାଇନ ବୋର୍ଡ, କେଉଁଠି ବି ଓଡ଼ିଆ ଭଷାର ଚି଼ହ୍ନ ବର୍ଣ୍ଣ ନାହିଁ । ଏହାକୁ ନିର୍ବାଚନୀ କାର୍ଡ କରି ବିଜେଡିକୁ ଘେରିବାକୁ ସଜବାଜ ହେଉଛି ବିଜେପି।