କନକ ବ୍ୟୁରୋ : ଆଜି ରିଲିଜ୍ ହେବ ଓଡ଼ିଆ ଚଳଚ୍ଚିତ୍ର ‘ବରବଧୂ’। ଗୁରୁବାର ଭୁବନେଶ୍ୱରସ୍ଥିତ ସ୍ୱାତି କମ୍ପଲେକ୍ସରେ ଏହାର ସ୍ପେଶିଆଲ ପ୍ରି-ସ୍କ୍ରିନଙ୍ଗ ହୋଇଥିଲା ବେଳେ ଏଥିରେ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା । ନିଛକ ଓଡ଼ିଆ କାହାଣୀକୁ ଆଧାର କରି ପ୍ରସ୍ତୁତ ହୋଇଥିବା ‘ବରବଧୂ’ ଚଳଚ୍ଚିତ୍ରରେ ମଧ୍ୟବିତ ପରିବାର ସମ୍ପର୍କ ଏବଂ ପ୍ରତିବନ୍ଧକକୁ ଦର୍ଶାଯାଇଛି ।
ଦ ୟୁଜଫୁଲ ଗାରବେଜ୍ କ୍ରିଏସନ ବ୍ୟାନରରେ ନିର୍ମିତ ଏହି ସିନେମାକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବିଶ୍ୱରଞ୍ଜନ । ସିନେମାରେ ସୁଭାଶିଷ ଶର୍ମା, ଶୈଳେନ୍ଦ୍ର ସାମନ୍ତରାୟ, ଶିବାନୀ ସଙ୍ଗୀତା, ସୂର୍ୟ୍ୟମୟୀ ମହାପାତ୍ର, ହର ରଥ ଓ ଭାସ୍ୱତୀ ବସୁଙ୍କ ଅଭିନୟ ଦର୍ଶକ ମହଲରେ ବେଶ୍ ଆଦୃତ ହୋଇଛି । ଚନ୍ଦ୍ରମଣିଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ କଣ୍ଟ୍ରି ବୟଜ୍ ଷ୍ଟୁଡିଓ ଓ ସାର୍ବଲାଇନ୍ ଫିଲ୍ମ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗୀ ସଂସ୍ଥା ଭାବେ ଯୋଡ଼ି ହୋଇଛନ୍ତି ।
ଅଧିକ ପଢନ୍ତୁ : ଓଡ଼ିଶା ପାଇଁ ଗୌରବ ଆଣିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର : ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଚୟନ କମିଟିରେ ହେଲେ ସର୍ବକନିଷ୍ଠ ଜୁରି
ଫିଲ୍ମର ସହ-ପ୍ରଯୋଜକ ରହିଛନ୍ତି ବିଶ୍ୱରଞ୍ଜନ ଓ ସୁଶୀଲ କୁମାର ମିଶ୍ର। ପ୍ରେମ ଓ ପରମ୍ପରାରେ ଗଭୀର ଭାବେ ଗଢ଼ିଉଠିଥିବା ହୃଦୟସ୍ପର୍ଶୀ କାହାଣୀକୁ ନେଇ ‘ବରବଧୂ’ ଦର୍ଶକମାନଙ୍କୁ ଏକ ଭାବପ୍ରବଣ ସିନେମାର ଅନୁଭୂତି ପ୍ରଦାନ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/13/bara-badhu-2026-02-13-09-15-05.jpg)