କନକ ବ୍ୟୁରୋ : ୨୦୨୩ ପାଇଁ ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୭୧ତମ ଜାତୀୟ ପୁରସ୍କାର ଗତ ଶୁକ୍ରବାର ଦିନ ଘୋଷଣା ହୋଇଥିବା ବେଳେ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମିଳିବ ଜାତୀୟ ପୁରସ୍କାର । ଯାହା ଓଡ଼ିଆ ସିନେ ଜଗତ ପାଇଁ ଏକ ଖୁସିର ଖବର ହୋଇଥିବା ବେଳେ ଇତିମଧ୍ୟରେ ଆଉ ଏକ ସୁସମ୍ବାଦ ସିନେପ୍ରେମୀଙ୍କ ମୁହଁରେ ଫୁଟାଇଛି ହସ । ସିନେ ଜଗତର ସ୍ବର୍ଣ୍ଣିମ ଅଧ୍ୟାୟରେ ଯୋଡ଼ିଛି ନୂଆ ଏକ ସୁନେଲୀ ଫର୍ଦ୍ଦ । ଆଉ ସେହି ପୃଷ୍ଠା ଯୋଡ଼ି ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ସହ ରାଜ୍ୟ ପାଇଁ ପ୍ରକୃତି ଆଣିଛନ୍ତି ଗୌରବ, ସାଉଁଣ୍ଟିଛନ୍ତି ପ୍ରଶଂସା । 

Advertisment

ନିଜ ଅଭିନୟର ଯାଦୁ ଦେଖାଇ ପୂର୍ବରୁ ପ୍ରକୃତି ଜାତୀୟ ସ୍ତରରେ ପୁରସ୍କାର ପାଇଥିବା ବେଳେ ଏବେ ଜାତୀୟସ୍ତରରେ ଜୁରି ଭାବେ ଏକ ଦାୟିତ୍ବପୂର୍ଣ୍ଣ ଭାର ସମ୍ଭାଳି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବା ସହ ଜାତୀୟ ସ୍ତରରେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ଅଭିନେତ୍ରୀ ପ୍ରକୃତି ମିଶ୍ର ଦେଶର ସର୍ବକନିଷ୍ଠ ଜୁରି ସଦସ୍ୟ ଭାବେ ଦାୟିତ୍ବ ତୁଲାଇଛନ୍ତି । 

prakruti-mishra
prakruti-mishra Photograph: (google)

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଫିଚର ଫିଲ୍ମ ବର୍ଗ ପାଇଁ କେନ୍ଦ୍ରୀୟ ପ୍ୟାନେଲରେ ସେ ଜୁରି ସଦସ୍ୟ ରହିଛନ୍ତି । କେନ୍ଦ୍ରୀୟ ଜୁରି ପ୍ୟାନେଲରେ ଥିବା ୧୧ ଜଣ ସଦସ୍ୟଙ୍କ ମଧ୍ୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଥିବା ବେଳେ କମ୍ ବୟସରୁ ଏତେ ବଡ଼ ସଫଳତା ପାଇ ସେ ଓଡ଼ିଶାର ନାଁକୁ ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି । ପ୍ୟାନେଲରେ ସେ ଜୁରି ସଦସ୍ୟ ରହିଛନ୍ତି । କେନ୍ଦ୍ରୀୟ ଜୁରି ପ୍ୟାନେଲରେ ଥିବା ୧୧ ଜଣ ସଦସ୍ୟଙ୍କ ମଧ୍ୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଥିବା ବେଳେ କମ୍ ବୟସରୁ ଏତେ ବଡ଼ ସଫଳତା ପାଇ ସେ ଓଡ଼ିଶାର ନାଁକୁ ଜାତୀୟ ସ୍ତରରେ ଉଚ୍ଚ କରିଛନ୍ତି ।