ଆସିଲା ନୂଆପଡ଼ା ଟ୍ରେଣ୍ଡ୍: ଆଗରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ପ୍ରଥମ ରାଉଣ୍ଡରେ ଜୟ ଢୋଲକିଆ ୪ ହଜାର ୯୦୪ ଭୋଟ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୧୩୫୭ ଆଉ କଂଗ୍ରେସ ପ୍ରାର୍ଥୀ ୧୩୦୮ ଖଣ୍ଡ ଭୋଟ ପାଇଛନ୍ତି । ଜୟ ଢୋସକିଆ ବର୍ତ୍ତମାନ ୩ ହଜାର ୫୪୭ ଭୋଟରେ ଆଗୁଆ ଅଛନ୍ତି ।

nuapada

nuapada Photograph: (KanakNews)

କନକ ବ୍ୟୁରୋ: ସାମ୍ନାକୁ ଆସିଲା ନୂଆପଡ଼ା ଉପ ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡ୍ । ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ପ୍ରଥମ ରାଉଣ୍ଡରେ ଜୟ ଢୋଲକିଆ ୪ ହଜାର ୯୦୪ ଭୋଟ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୧୩୫୭ ଆଉ କଂଗ୍ରେସ ପ୍ରାର୍ଥୀ ୧୩୦୮ ଖଣ୍ଡ ଭୋଟ ପାଇଛନ୍ତି । ଜୟ ଢୋଲକିଆ ବର୍ତ୍ତମାନ ୩ ହଜାର ୫୪୭ ଭୋଟରେ ଆଗୁଆ ଅଛନ୍ତି । ତେବେ ଆହୁରି ୨୫ ରାଉଣ୍ଡ ଭୋଟ ଗଣତି ବାକି ଅଛି । ଦେଖିବା ବାକି ରହିଲା ନୂଆପଡ଼ାରେ କିଏ ମାରୁଛି ବାଜି । 

ଭୋଟ ଗଣତିକୁ ସମ୍ପୂର୍ଣ୍ଣ ସ୍ବଚ୍ଛ ଓ ପାରଦର୍ଶିତାର ସହ ଶେଷ କରିବା ପାଇଁ ସାମିଲ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ମୋଟ ୧୪ଟି ଟେବୁଲ୍‌ରେ ୨୬ ରାଉଣ୍ଡ ଗଣତି ହେବ । ପ୍ରଥମେ ପୋଷ୍ଟାଲ୍‌ ବାଲାଟ୍, ପରେ ଇଭିଏମ୍‌ ଗଣତି ଚାଲିଛି । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେଉଛି । ଗଣତି ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି । ପ୍ରତ୍ୟେକ ଟେବୁଲରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୁପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିଛନ୍ତି । ନୂଆପଡା ଉପନିର୍ବାଚନ ଫଳାଫଳ ରାଜନୈତିକ ଦୃଷ୍ଟିକୋଣରୁ ସବୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ରାଜନୀତି ତେଜିଛି ।

ଆହୁରି ପଢ଼ନ୍ତୁ... ନୂଆପଡ଼ା ଜନାଦେଶ: ଭଲ ଲିଡ୍‌ ନେଇଛି ବିଜେପି, କାହା ଖାତାକୁ ଯିବ ୨୫ ହଜାର ଭୋଟ୍ ?

ସେହିପରି ଆଜି  ବିହାର ବିଧାନସଭା ନିର୍ବାଚନ ଫଳାଫଳ ବି ଆସିବ । କିଏ ଆସନ୍ତା ୫ ବର୍ଷ ପାଇଁ ବିହାରରେ ସରକାର କରିବ ତାହା ସ୍ପଷ୍ଟ ହୋଇଯିବ । ପ୍ରାୟ ସବୁ ଏଗଜିଟ୍ ପୋଲ ରିପୋର୍ଟ ମୁତାବକ ଏନଡିଏ ପୁଣି ଥରେ ବିହାରର ସରକାର ଗଠନ କରିବ, ନାଁ ବୁଥ୍‌ ବାହୁଡ଼ା ମତ ଭୁଲ ପ୍ରମାଣିତ ହେବ, ତାହା ଉପରେ ପୁରା ଦେଶର ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe