କନକ ବ୍ୟୁରୋ: ଆଜି ଆସିବ ନୂଆପଡ଼ା ଜନାଦେଶ । କିଏ ଜିତିବ ବାଜି, କାହାର ରହିବ ଦବ୍ଦବା, ତାହାକୁ ନେଇ ଜନତାଙ୍କ ରହିଛି ନଜର । ଆରମ୍ଭ ହୋଇଯାଇଛି ଭୋଟ ଗଣତି । ମୋଟ ୨୬ ରାଉଣ୍ଡରେ ଭୋଟ ଗଣତି ପ୍ରକ୍ରିୟା ହେବ । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଜିତିବା ନେଇ ଆଶାବାଦୀ ଅଛନ୍ତି । ଏଥର ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ୮୩.୪୫ ପ୍ରତିଶତ ମତଦାନ କରିଛନ୍ତି ଭୋଟରମାନେ । ଏଥର ନୂଆପଡ଼ାରେ ଭୋଟରମାନେ ସବୁ ଆକଳନକୁ ଭୁଲ୍ ସାବ୍ୟସ୍ତ କରି ପାରନ୍ତି । ଗତ ୨୦୨୪ ବିଧାନସଭା ନିର୍ବାଚନ ତୁଳନାରେ ଏଥର ଏଠାରେ ଅଧିକ ଭୋଟିଂ ହୋଇଛି । ୨୦୨୪ ଅପେକ୍ଷା ଏଠାରେ ୨୫ ହଜାର ଅଧିକ ମତ ସାବ୍ୟସ୍ତ କରିଛନ୍ତି ଭୋଟରମାନେ ।
ଗତ ବିଧାନସଭା ନିର୍ବାଚନରେ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ମାତ୍ର ୧୦ ହଜାର ୮୮୧ ଖଣ୍ଡ ଭୋଟ୍ରେ ଜିତିଥିଲେ । ଗତ ୨୦୨୪ ନିର୍ବାଚନରେ ନୂଆପଡ଼ାରେ ୧ ଲକ୍ଷ ୮୧ ହଜାର ଭୋଟର ମତାଦାନ କରିଥିଲେ । କିନ୍ତୁ ଏଥର ଉପନିର୍ବାଚନରେ ୨ ଲକ୍ଷ ୮ ହଜାର ଭୋଟର ମତ ସାବ୍ୟସ୍ତ କରିଛନ୍ତି । ପୂରା ୨୫ ହଜାର ଭୋଟ୍ କାହା ଖାତାକୁ ତାହାରି ଉପରେ ରହିଛି ନଜର ।
ଏହା ବି ପଢ଼ନ୍ତୁ: ଆଜି ଭୋଟ୍ ଗଣତି: ନୂଆ ବିଧାୟକ ପାଇବେ ନୂଆପଡ଼ାବାସୀ
ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବାପରେ ଧୀରେ ଧୀରେ ଆସିବାରେ ଲାଗିଛି ନୂଆପଡ଼ା ଟ୍ରେଣ୍ଡ୍ । ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ଆଗୁଆ ରହିଛନ୍ତି ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ । ଜୟ ଢୋଲକିଆ ୩ ହଜାର ୫ଶହରୁ ଅଧିକ ଭୋଟ୍ରେ ସେ ଆଗୁଆ ରହଛନ୍ତି । ପ୍ରଥମ ରାଉଣ୍ଡ୍ରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧ହଜାର ୩ଶହ ୮ ଭୋଟ୍ ପାଇଛନ୍ତି । ଏଠାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବି ୧ହଜାର ୩୫୮ ଖଣ୍ଡ ମିଳିଛି । ପ୍ରଥମ ଟ୍ରେଣ୍ଡ୍ରୁ ହିଁ ଆଗୁଆ ରହିଛି ବିଜେପି । ପ୍ରଥମ ରାଉଣ୍ଡର ଗଣତି ଶେଷ ହୋଇଛି । ତେବେ ଆଗକୁ ଟ୍ରେଣ୍ଡ ବଦଳିପାରେ । ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ଆରମ୍ଭ ହୋଇ ସାରିଛି । ତେବେ ପ୍ରଥମ ରାଉଣ୍ଡ୍ରେ ବିଜେପି ପ୍ରାର୍ଥୀଙ୍କଠାରୁ ବିଡେଡି ଓ କଂଗ୍ରେସ ପ୍ରାର୍ଥୀ ବହୁ ପଛରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/11/14/nuapada-bypoll-2025-11-14-09-39-45.jpg)