କନକ ବ୍ୟୁରୋ : ସରକାରଙ୍କ ତରଫରୁ ଗାଁକୁ ଜଳ ଯୋଗାଣ ନିମନ୍ତେ ବିପୁଳ ଟଙ୍କା ଖର୍ଚ୍ଚ କରାଯାଇ ପାଇପ ବିଛାଯାଉଛି । ଉଦ୍ଦେଶ୍ୟ ହେଉଛି, ଲୋକ ବିଶୁଦ୍ଧ ପାଣି ପାଇବେ । ହେଲେ ପାଣି ଯୋଗାଇବା ପାଇଁ ପ୍ରକଳ୍ପ କରିବା ନାଁରେ ଠିକାଦାର ଢଳେଇ ରାସ୍ତା ଖୋଳି ପକାଇ ଚାଲିଗଲେ, ମରାମତି କଲେନି । ଏବେ କାଦୁଅ ପଚପଚ ରାସ୍ତା ପାଇଁ ହୀନସ୍ତା ଭୋଗୁଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇଁସିରିଆ ପଞ୍ଚାୟତର ଅନେକ ଗାଁ ।
ରାସ୍ତାର ଅବସ୍ଥା ଦେଖିଲେ ଯିଏ ଦେଖିବ ନାକ ଟେକିବ । ଗାଡ଼ି ତ’ ଛାଡ଼ ଚାଲିକି ଯିବା ବି ଅସମ୍ଭବ । ପାନୀୟ ଜଳ ଯୋଗାଣ ବେଳେ ଗାଁ ଭିତରେ ପାଇପ ବିଛାଇବା ପାଇଁ ଢ଼ଳେଇ ରାସ୍ତା ଖୋଳି ପକାଇଛନ୍ତି ଠିକାଦାର । ଯାହା ପରଠୁ ରାସ୍ତାର ଅବସ୍ଥା ଏମିତି । କାଦୁଅ ପଚପଚ ରାସ୍ତା ପ୍ରତିଦିନ ଯନ୍ତ୍ରଣା ଦେଉଛି । ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ନେଇ ଅଭିଯୋଗ ଆସୁଛି । ହେଲେ ଏଯାଏଁ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ ।
ବରୀ ବ୍ଲକ ବାଇଁସିରିଆ ପଞ୍ଚାୟତର ଅନେକ ଗାଁ ଏହି ରାସ୍ତା ଉପରେ ନିର୍ଭରଶୀଳ । ହେଲେ ରାସ୍ତାର ଏପରି ଅବସ୍ଥା ପାଇଁ ପିଲା ସ୍କୁଲ ଯାଇପାରୁନାହାନ୍ତି । ଜରୁରୀକାଳୀନ ସୁବିଧା ବି ଗାଁରେ ପହଞ୍ଚିପାରୁନି । ପାଇପ୍ ଗୁଡ଼ିକୁ ତୁରନ୍ତ ପୋତି ରାସ୍ତାକୁ ଯାତାୟାତ ନିମନ୍ତେ ଉପଯୋଗୀ କରିବା ଲାଗି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/31/roads-2025-10-31-18-57-34.jpg)