କନକ ବ୍ୟୁରୋ: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗଣତିର ୨୧ତମ ରାଉଣ୍ଡ ଶେଷ ହେବା ପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏକ ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଥିବା ଚିତ୍ର ସ୍ପଷ୍ଟ ହୋଇଛି । ଏହି ରାଉଣ୍ଡ ଶେଷ ସୁଦ୍ଧା ଜୟ ଢୋଲକିଆ ମୋଟ ୧ ଲକ୍ଷ ୩ ହଜାର ୮୩ ଖଣ୍ଡ ଭୋଟ ହାସଲ କରିଛନ୍ତି, ଯାହା ତାଙ୍କୁ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଠାରୁ ବହୁ ଆଗରେ ରଖିଛି ।
#୨୩ତମ_ରାଉଣ୍ଡ#୭୬_ହଜାର_୧୪୬_ଭୋଟରେ_ଆଗୁଆ_ଜୟ
— Kanak News (@kanak_news) November 14, 2025
ଆସିଲା ନୂଆପଡ଼ା ୨୩ତମ ରାଉଣ୍ଡ ଗଣତିର ଫଳାଫଳ , ୧ ଲକ୍ଷ ୧୨ ହଜାର ୫୮୭ ଖଣ୍ଡ ଭୋଟ୍ ପାଇ ଆଗରେ ଅଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କଂଗ୍ରେସ ୩୬ ହଜାର ୪୪୫ ଏବଂ ବିଜେଡି ୩୪ ହଜାର ୩୬୧ ଖଣ୍ଡ ଭୋଟ୍ ପାଇଛି ।#NuapadaElection2025#NuapadaResultWithKanakNews… pic.twitter.com/IiUVIixZOW
ଆହୁରି ପଢ଼ନ୍ତୁ... ବିରୋଧୀ ଦଳ ନେତା ବି ହେଇପାରିବେନି ତେଜସ୍ୱୀ ? ନିଜ ସିଟ୍ରେ ହିଁ ପଛରେ ପଡ଼ିଗଲେ
ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୩୩ ହଜାର ୮୫୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ସ୍ନେହାଙ୍ଗିନୀ ୩୨ ହଜାର ୫୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଏହି ଫଳାଫଳରୁ ସ୍ପଷ୍ଟ ହେଉଛି ଯେ ନୂଆପଡ଼ା ଆସନରେ ବିଜେପି ଏକ ଲକ୍ଷରୁ ଅଧିକ ଭୋଟ ପାଇ ବିଶାଳ ବ୍ୟବଧାନରେ ବିଜୟର ନିକଟତର ହୋଇଛି ।
ଏହି ନିର୍ବାଚନରେ ଜୟ ଢୋଲକିଆଙ୍କ ପ୍ରତି ଜନସାଧାରଣଙ୍କ ସମର୍ଥନ ଅତ୍ୟନ୍ତ ସ୍ପଷ୍ଟ । ଏହି ବିଜୟ ବିଜେପି ପାଇଁ ନୂଆପଡ଼ା ଜିଲ୍ଲାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ବିବେଚିତ ହେଉଛି । ୨୧ ରାଉଣ୍ଡର ଫଳାଫଳ ଅନୁସାରେ ବିଜେପି ୧ ଲକ୍ଷ ଭୋଟ୍ ଛୁଇଁ ସାରିଥିବାରୁ, ଜୟ ଢୋଲକିଆଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/14/nuapada-2025-11-14-15-29-02.jpg)