Photograph: (kanaknews)
କନକବ୍ୟୁରୋ : ଭୋଟ ଦେଉଛି ନୂଆପଡା । ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ସରିଛି ସବୁ ପ୍ରସ୍ତୁତି। କଡ଼ା ସୁରକ୍ଷା ଭିତରେ ବୁଥ୍କୁ ଯାଇଛି ଇଭିଏମ୍। ବିଶେଷକରି ଦୁର୍ଗମ ଅଞ୍ଚଳରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଜରିଆରେ ପୋଲିଂ ଅଧିକାରୀ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ବୁଥକୁ ଯାଇଛନ୍ତି ।
ସୁନାବେଡ଼ାରେ ମାଓପ୍ରବଣ ୮ଟି ବୁଥ୍ ରହିଛି । ବର୍ତ୍ତମାନ ର ତାଜା ସୂଚନା ଅନୁଯାୟୀ ଆଜି ନୂଆପଡା ବିଧାନସଭା ଉପ ନିର୍ବାଚନରେ ସକାଳ ୯ଟା ପର୍ଯ୍ୟନ୍ତ ୧୪.୯୯% ମତଦାନ ହୋଇଛି l ବଡ଼ ବଡ଼ ଟାଣୁଆ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି। ବିଜେପି ନେତା ଅଭିନନ୍ଦନ ପଣ୍ଡା ଆସି ମତଦାନ କରିଥିବା ଜଣାଯାଇଛି ।
ଅଧିକ ପଢନ୍ତୁ : ନେତା ବାଛୁଛି ନୂଆପଡ଼ା, ଆରମ୍ଭ ହୋଇଛି ମତଦାନ
ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ ଆହୁରି କହିଛନ୍ତି, ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ ୧୪.୯୯% ମତଦାନ ହୋଇଛି। ସବୁଆଡ଼େ ସୁରୁଖୁରୁରେ ମତଦାନ ଚାଲିଛି, ‘ଆଇନଶୃଙ୍ଖଳା ପରିସ୍ଥିତି ନେଇ ଖବର ନାହିଁ ।
ଅଧିକ ପଢନ୍ତୁ... ଆଜି ନେତା ବାଛିବେ ଜନତା : ନୂଆପଡ଼ା ଉପନିର୍ବାଚନ ପାଇଁ ପଡିବ ଭୋଟ୍
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିଛି। ଏଥି ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ ବାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଛନ୍ତି। ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ। ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨୯ ହଜାର ୪୯୫, ବରିଷ୍ଠ ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି।
ତନ୍ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତିସମ୍ବେଦନଶୀଳ ବୁଥ୍ ରୂପେ ଚିହ୍ନଟ ହୋଇଛି । ପୋଲିଂ ଦଳର ସଦସ୍ୟମାନେ ନୂଆପଡ଼ା ଗୋତମା ଏୟାର ଷ୍ଟ୍ରିପ୍ରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଅତିସମ୍ବେଦନଶୀଳ ବୁଥ୍କୁ ଯାଇଛନ୍ତି । ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ଏହି ୮ଟି ବୁଥ୍ ସୋସେଙ୍ଗ, ସୋସେଙ୍ଗ-୨, ଦେଓସିଲ, ସୁନାବେଡ଼ା, ସୁନାବେଡ଼ା-୧(ଏ), ଜାମଗାଁ, ଗାତିବେଡ଼ା-୧ ଓ ଗାତିବେଡ଼ା-୨ ବୁଥ୍କୁ ହେଲିକପ୍ଟରରେ ଆଜି ଦିନ ୧୨ଟାରେ ପୋଲିଂଦଳ ଯାଇଛନ୍ତି । ଇଭିଏମ୍ରେ କିପରି ମତଦାନ କରାଇବେ ପୋଲିଂ ଅଧିକାରୀଙ୍କୁ ସେନେଇ ପ୍ରଶିକ୍ଷଣ ଦିଆଯାଇଛି । ୧୧ ତାରିଖ ଅପରାହ୍ଣ ୫ଟା ଯାଏଁ ମତଦାନ ପ୍ରକ୍ରିୟା ଜାରି ରହିବ । ସମ୍ବେଦନଶୀଳ ବୁଥ୍ରେ ଅପରାହ୍ଣ ୪ଟା ଯାଏଁ ଭୋଟଗ୍ରହଣ ହେବ । ସମ୍ବେଦନଶୀଳ ବୁଥ୍ରେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।
Follow Us