କନକ ବ୍ୟୁରୋ : ନିଖୋଜ ଓଡିଆ ମର୍ଚ୍ଚାଣ୍ଟ ନାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କର ମିଳୁନି କୌଣସି ଖୋଜ୍‌ ଖବର । ସାର୍ଥକଙ୍କ ମାଆ ଓ ମାମୁ ନିରାଶ ହୋଇ ଫେରିଛନ୍ତି । ଖୋଜିବା ପାଇଁ ସିଙ୍ଗାପୁର ଯାଇଥିଲେ, କିନ୍ତୁ ମାଆ ଓ ମାମୁ ଆଜି ଖାଲି ହାତରେ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତ ୧୫ ତାରିଖରେ ସାର୍ଥକ କାମ କରୁଥିବା ଜାହାଜ ‘ଏମ୍.ଭି. ଇ.ଏ. ଜର୍ସି’ ସିଙ୍ଗାପୁର ବନ୍ଦରରେ ଲାଗିବା ପରେ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ ।

Advertisment

ଡିଜି ସିପିଂର ଦୁଇ ଜଣ ଅଧିକାରୀଙ୍କ ସହ ମିଶି ସେମାନେ ଜାହାଜ ଭିତରେ ଯାଞ୍ଚ କରିଥିଲେ ମଧ୍ୟ ସାର୍ଥକଙ୍କର କୌଣସି ପତ୍ତା ମିଳିପାରି ନଥିଲା । ସିଙ୍ଗାପୁରରୁ ଫେରିବା ପରେ ସାର୍ଥକଙ୍କ ମାମୁ ଅଭିଯୋଗ କରିଛନ୍ତି ଯେ, ଜାହାଜ କର୍ତ୍ତୃପକ୍ଷ ସେମାନଙ୍କୁ ସହଯୋଗ କରିନଥିଲେ । କେବଳ ସାର୍ଥକଙ୍କ ରୁମ୍ ଦେଖିବାକୁ ଅନୁମତି ମିଳିଥିଲା  କିନ୍ତୁ ଜାହାଜର ଅନ୍ୟାନ୍ୟ ସ୍ଥାନ ଯାଞ୍ଚ କରିବାକୁ ବାରଣ କରାଯାଇଥିଲା ।

ଅଧିକ ପଢନ୍ତୁ : ଓଡ଼ିଆ କ୍ୟାଡେଟ୍ ସାର୍ଥକଙ୍କ ମୃତ୍ୟୁ ରହସ୍ୟ : ସେଫଟି ଜ୍ୟାକେଟ୍ ଓ ଜୋତା ନଥିବା କନକ ନ୍ୟୁଜ୍ କୁ ଦେଲେ ସୂଚନା ...

ଏପରିକି ସିସିଟିଭି ଫୁଟେଜ୍ କିମ୍ବା ଭଏଜ୍ ଡାଟା ରେକର୍ଡର ତଥ୍ୟ ମଧ୍ୟ ପରିବାରକୁ ଦିଆଯାଇ ନଥିବା ଅଭିଯୋଗ ହୋଇଛି । ଭଦ୍ରକ ଧାମନଗର ବ୍ଲକ କେଶପୁର ଗାଁର ସାର୍ଥକ ମହାପାତ୍ର ଗତ ଫେବୃଆରୀ ୩ ତାରିଖରୁ ଜାହାଜରୁ ନିଖୋଜ ଅଛନ୍ତି । ସିଙ୍ଗାପୁରରେ କୌଣସି ସୁଫଳ ନ ମିଳିବାରୁ ପରିବାର ଲୋକେ ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ତଥା ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।