କନକ ବ୍ୟୁରୋ: ଜାହାଜରେ ଓଡିଆ କ୍ୟାଡେଟ ସାର୍ଥକ ମହାପାତ୍ର ନିଖୋଜ ଘଟଣାକୁ ୧୧ ଦିନ ବିତିଗଲାଣି । ଏପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳିନାହିଁ । ଆଜି ସାର୍ଥକଙ୍କ ସନ୍ଧାନରେ ସିଙ୍ଗାପୁର ଯିବେ ସାର୍ଥକଙ୍କ ମାଆ ରଶ୍ମିତା ସାହୁ ଓ ମାମୁ । ଆସନ୍ତାକାଲି ସିଙ୍ଗାପୁରରେ ପହଞ୍ଚିବେ। କେବଳ ପରିବାର ଲୋକ ନୁହେଁ, ଡିଜି ସିପିଂ ପକ୍ଷରୁ ମଧ୍ୟ ଦୁଇ ଜଣ ଅଧିକାରୀ ସାଥିରେ ଯିବେ ବୋଲି ସୂଚନା ମିଳିଛି ।
ସିଙ୍ଗାପୁରରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ ଗତିଶୀଳ କରିବା ହେବ ପ୍ରମୁଖ ଲକ୍ଷ୍ୟ । ତେବେ ପରିବାର ପକ୍ଷରୁ ଉଠିଛି ଗୁରୁତ୍ୱପୂର୍ଣ୍ଣ ଦାବି। ସେମାନଙ୍କ କହିବା ଅନୁସାରେ, ଯଦି ଫରେନସିକ ଟିମ କିମ୍ବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ସାଥିରେ ଯାଇଥାନ୍ତା,ତେବେ ତଦନ୍ତ ଅଧିକ ସୁଦୃଢ଼ ହୋଇପାରିଥାନ୍ତା। ଅନେକ ଅଜଣା ପ୍ରଶ୍ନର ଉତ୍ତର ମିଳିଥାନ୍ତା ଓ ନିଖୋଜ ରହସ୍ୟର ପର୍ଦ୍ଦାଫାସ ସମ୍ଭବ ହୋଇପାରିଥାନ୍ତା ବୋଲି ପରିବାର ଲୋକ କହିଛନ୍ତି । ସାର୍ଥକଙ୍କ ନିଖୋଜ ଘଟଣାକୁ ନେଇ ଏପର୍ଯ୍ୟନ୍ତ ଅନେକ ପ୍ରଶ୍ନର ଉତ୍ତର ମିଳିପାରିନାହିଁ।
ଆହୁରି ପଢ଼ନ୍ତୁ :ଏପ୍ରିଲ ୧୬ ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/14/09-2026-02-14-08-36-49.jpg)