କନକ ବ୍ୟୁରୋ : ଜାହାଜରୁ ଓଡ଼ିଆ କ୍ୟାଡେଟ ସାର୍ଥକ ମହାପାତ୍ର ନିଖୋଜ ଘଟଣା ଏବେ ମଧ୍ୟ ରହସ୍ୟ ଘେରରେ ରହିଛି । ସିଙ୍ଗାପୁର ପହଞ୍ଚି ମା’ ରଶ୍ମିତା ଓ ମାମୁ ଜାହାଜରେ ସାର୍ଥକଙ୍କ କ୍ୟାବିନ ଯାଇ ପରିଦର୍ଶନ କରିଛନ୍ତି । କ୍ୟାବିନ ଭିତରେ ସାର୍ଥକଙ୍କ ସେଫଟି ଜ୍ୟାକେଟ ଓ ଜୋତା ନଥିବା କଥା କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ମାମୁ । ଏହି ତଥ୍ୟ ଘଟଣାକୁ ଆହୁରି ସନ୍ଦେହଜନକ କରିଛି । ପରିବାର ଅଭିଯୋଗ କରୁଛି, ସାର୍ଥକ ନିଖୋଜ ନେଇ ଜାହାଜ କର୍ତ୍ତୃପକ୍ଷ ସଠିକ ଓ ସ୍ପଷ୍ଟ ତଥ୍ୟ ଦେଉନାହାନ୍ତି । ଏପଟେ ଡିଜି ସିପିଂର କ୍ୟାପଟେନ ରବି ସିଂ ଓ ବାଲୁଙ୍କେଶ୍ବର ମହାପାତ୍ର  ଜାହାଜରେ ତଦନ୍ତ କରୁଛନ୍ତି ଓ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି ।

Advertisment

ଅଧିକ ପଢନ୍ତୁ : କୁଆଡ଼େ ଗଲେ ମେରାଇନ୍ ଇଞ୍ଜିନିୟର ସାର୍ଥକ ମହାପାତ୍ର, ସମୁଦ୍ର ମଝିରେ ଚାଲିଛି ସର୍ଚ୍ଚ ଅପରେସନ

ସିଙ୍ଗାପୁର ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ତଦନ୍ତ କରିଥିବା ସାର୍ଥକଙ୍କ ମାମୁ କହିଛନ୍ତି । ସମସ୍ତ ତଥ୍ୟ ସଂଗ୍ରହ କରି ଘଟଣାର ସତ୍ୟାସତ୍ୟ ଖୋଜିବା ହେଉଛି ତଦନ୍ତର ଲକ୍ଷ୍ୟ । ଜାହାଜ କର୍ତ୍ତୃପକ୍ଷ ସହଯୋଗ କରୁନଥିବାରୁ ସାର୍ଥକଙ୍କ ମା ଓ ମାମୁଁ ସିଙ୍ଗାପୁର ସ୍ଥିତ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ଭେଟିବେ । ତେବେ ସମୁଦ୍ର ମଧ୍ୟରେ  କଣ ଘଟିଲା, ସେ ପ୍ରଶ୍ନର ଉତ୍ତର ଏବେ ବି ରହସ୍ୟଘେରରେ ।