ପୁରୁଣା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ବିତିଲାଣି ୬ ମାସ, ଏଯାଏଁ ହୋଇପାରିନି ଗୋଟିଏ ବି ଅଧ୍ୟାପକ ପଦବୀରେ ନିଯୁକ୍ତି

ସବୁ କଲେଜରେ ଏସଏସବି ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା । କିନ୍ତୁ କୋର୍ଟରେ ମାମଲା ପାଇଁ ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରୁନି । ସେପଟେ ସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ଖାଲି ଥିବା ପଦବୀ ପୂରଣ ପାଇଁ ଅବସରପ୍ରାପ୍ତ ଅଧ୍ୟାପକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ ।

collage

କନକ ବ୍ୟୁରୋ : ଆଇନ ବଦଳିଲା, ହେଲେ ବଦଳିଲାନି କଲେଜ ଓ ବିଶ୍ୱବିଦ୍ୟାଳୟର ଭାଗ୍ୟ। ଏବେ ବି ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ କଲେଜରେ ଖାଲି ପଡିଛି ୪ହଜାରରୁ ଅଧିକ ଅଧ୍ୟାପକ ପଦବୀ । ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ୨୦୭୩ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ରହିଛି । ସେଥିରୁ ୧୪୦୪ଟି ପଦବୀ ଖାଲି ପଡିଛି । ସେହିପରି ସରକାରୀ ଡିଗ୍ରୀ କଲେଜରେ ଥିବା ୨୪୦୭ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀରୁ ୭୬୦ଟି ପଦବୀ ଖାଲି ପଡିଛି । ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ୭୧୧୦ଟି ପଦବୀରୁ ୧୯୮୩ଟି ପଦବୀ ଖାଲି ପଡିଛି । କେବଳ ସେତିକି ନୁହେଁ । ୧୭ଟି ବିଶ୍ୱବିଦ୍ୟାଳୟରେ ୩୧୭୪ଟି ଅଣଶିକ୍ଷକ ପଦବୀ ଥିବା ବେଳେ ୨୨୮୬ଟି ପଦବୀ ଖାଲି ରହିଛି ।  ନୂଆ ନିଯୁକ୍ତି ଦିଆଯାଉନି । ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ପାଠପଢା । ଅନ୍ୟପଟେ ପ୍ରଭାବିତ ହେଉଛି ପାଠପଢା । ଯାହାକୁ ନେଇ ଚିନ୍ତାରେ ଅଭିଭାବକ ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ, କ୍ରାଇମ ସ୍ପଟରେ କ୍ରାଇମସିନର ରିକ୍ରିଏସନ କଲା ସାର୍ପସୁପଟର କୁରୁପତି

ସବୁ କଲେଜରେ ଏସଏସବି ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା । କିନ୍ତୁ କୋର୍ଟରେ ମାମଲା ପାଇଁ ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରୁନି । ସେପଟେ ସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ଖାଲି ଥିବା ପଦବୀ ପୂରଣ ପାଇଁ ଅବସରପ୍ରାପ୍ତ ଅଧ୍ୟାପକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ଯାହାକୁ ନେଇ ଚିନ୍ତାରେ ଆଶାୟୀ ପ୍ରାର୍ଥୀ । ବାରମ୍ୱାର ବିରୋଧ ସତ୍ତ୍ୱେ ସରକାର ଅତିଥି ଅଧ୍ୟାପକ ବ୍ୟବସ୍ଥାକୁ କାହିଁକି ପ୍ରୋତ୍ସାହିତ କରୁଛନ୍ତି ସେ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । 

୬ ଦିନ ପରେ ଭୋଟ ଦେଇ ନେତା ବାଛିବେ ନୂଆପଡ଼ାବାସୀ, ଫାଇନାଲ ଫାଇଟ୍ ପୂର୍ବରୁ କାଲି ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ପୂର୍ବରୁ ଲୋକସେବା ଆୟୋଗ ଦ୍ୱାରା ଅଧ୍ୟାପକ ନିଯୁକ୍ତି  ହେଉଥିବାବେଳେ ନୂଆ ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଧ୍ୟାପକ ନିଯୁକ୍ତି କ୍ଷମତା ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe