ହାର୍ଦ୍ଦିକଙ୍କ ଭଳି ଦ୍ବତୀୟ ଖେଳାଳି ମିଳିବେନି, ପୂର୍ବତନ ଖେଳାଳିଙ୍କ ବଡ଼ ଦାବି

Advertisment

ସଞ୍ଜୟ ବାଙ୍ଗର ସ୍ପଷ୍ଟ ଭାବେ କହନ୍ତି, 'ଭାରତୀୟ ଟି-୨୦ ସେଟ୍-ଅପରେ ହାର୍ଦ୍ଦିକଙ୍କ ଭଳି ଅନ୍ୟ କୌଣସି ଖେଳାଳି ଜନ୍ମ ହୋଇନାହାନ୍ତି । ବ୍ୟାଟିଂ ହେଉ, ଦ୍ରୁତ ବୋଲିଂ ହେଉ କିମ୍ବା ଚାପରେ ମ୍ୟାଚର ଗତି ବଦଳାଇବା - ପାଣ୍ଡ୍ୟାଙ୍କ ସ୍ଥାନ ନେବା ଭଳି କୌଣସି ବିକଳ୍ପ ଭାରତୀୟ କ୍ରିକେଟ୍ ପାଖରେ ନାହିଁ।'

ସଞ୍ଜୟ ବାଙ୍ଗର ସ୍ପଷ୍ଟ ଭାବେ କହନ୍ତି, 'ଭାରତୀୟ ଟି-୨୦ ସେଟ୍-ଅପରେ ହାର୍ଦ୍ଦିକଙ୍କ ଭଳି ଅନ୍ୟ କୌଣସି ଖେଳାଳି ଜନ୍ମ ହୋଇନାହାନ୍ତି । ବ୍ୟାଟିଂ ହେଉ, ଦ୍ରୁତ ବୋଲିଂ ହେଉ କିମ୍ବା ଚାପରେ ମ୍ୟାଚର ଗତି ବଦଳାଇବା - ପାଣ୍ଡ୍ୟାଙ୍କ ସ୍ଥାନ ନେବା ଭଳି କୌଣସି ବିକଳ୍ପ ଭାରତୀୟ କ୍ରିକେଟ୍ ପାଖରେ ନାହିଁ।'

Hardik Pandya

Hardik Pandya Photograph: (Kanak News)

କନକ ବ୍ୟୁରୋ: ଟିମ୍ ଇଣ୍ଡିଆ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା କେବଳ ଜଣେ ଅଲରାଉଣ୍ଡରର ଭୂମିକା ନିଭାନ୍ତି ନାହିଁ, ସେ ପୁରା ମିଡିଲ୍-ଅର୍ଡରର ଏକ ଚଳନଶୀଳ ଇଞ୍ଜିନ୍ ଅଟନ୍ତି, ଯାହାଙ୍କ ଉପସ୍ଥିତି ଦଳକୁ ସନ୍ତୁଳନ ଏବଂ ଆତ୍ମବିଶ୍ୱାସ ଦେଇଥାଏ । ଏବଂ ଏହି କାରଣରୁ ସଞ୍ଜୟ ବାଙ୍ଗର ସ୍ପଷ୍ଟ ଭାବେ କହନ୍ତି, 'ଭାରତୀୟ ଟି-୨୦ ସେଟ୍-ଅପରେ ହାର୍ଦ୍ଦିକଙ୍କ ଭଳି ଅନ୍ୟ କୌଣସି ଖେଳାଳି ଜନ୍ମ ହୋଇନାହାନ୍ତି । ବ୍ୟାଟିଂ ହେଉ, ଦ୍ରୁତ ବୋଲିଂ ହେଉ କିମ୍ବା ଚାପରେ ମ୍ୟାଚର ଗତି ବଦଳାଇବା - ପାଣ୍ଡ୍ୟାଙ୍କ ସ୍ଥାନ ନେବା ଭଳି କୌଣସି ବିକଳ୍ପ ଭାରତୀୟ କ୍ରିକେଟ୍ ପାଖରେ ନାହିଁ।'

ଏସିଆ କପରେ ଇଞ୍ଜୁରୀ କାରଣରୁ ଦୁଇ ମାସରୁ ଅଧିକ ସମୟ ଧରି କ୍ରିକେଟଠାରୁ ଦୂରରେ ରହିବା ପରେ, ହାର୍ଦ୍ଦିକ ପାଣ୍ଡ୍ୟା ଏବେ ମଙ୍ଗଳବାର (୯ ଡିସେମ୍ବର) ଠାରୁ କଟକରେ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ସହିତ ଟିମ୍ ଇଣ୍ଡିଆକୁ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି । 

ଭାରତର ପୂର୍ବତନ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର କୁହନ୍ତି, 'ଆଜିର ଦୁନିଆରେ ଶ୍ରେଷ୍ଠ ଅଲରାଉଣ୍ଡରମାନଙ୍କୁ ଦେଖନ୍ତୁ - କଣ ଇଂଲଣ୍ଡ ପାଖରେ ବେନ୍ ଷ୍ଟୋକ୍ସଙ୍କର କୌଣସି ବିକଳ୍ପ (ବ୍ୟାକ୍-ଅପ୍) ଅଛି? ନା। ଯେପରି ଦିନିକିଆ ଏବଂ ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କର କୌଣସି ବିକଳ୍ପ ନାହିଁ, ଠିକ୍ ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ପୂରଣ କରିବା ମଧ୍ୟ ଅସମ୍ଭବ ଅଟେ ।' ବାଙ୍ଗରଙ୍କ ଅନୁଯାୟୀ ହାର୍ଦ୍ଦିକଙ୍କ ଫିଟନେସ୍, ପାୱାର-ହିଟିଂ ଏବଂ ଡେଥ୍ ଓଭର ବୋଲିଂର ଅନନ୍ୟ ମିଶ୍ରଣ ତାଙ୍କୁ ଟିମ୍ ଇଣ୍ଡିଆର ଏପରି ଏକ ଅସ୍ତ୍ର କରିଛି, ଯାହାର ଅନ୍ୟ କୌଣସି ବିକଳ୍ପ ମହଜୁଦ ନାହିଁ।

ଆହୁରି ପଢ଼ନ୍ତୁ... ଖୋଲିଲା ବାରବାଟୀ ଷ୍ଟାଡିୟମ ଗେଟ୍, ମ୍ୟାଚ୍ ଦେଖିବାକୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୱାର୍କଲୋଡ୍ ମ୍ୟାନେଜମେଣ୍ଟ ଉପରେ କଥା ହୋଇ ସଞ୍ଜୟ ବାଙ୍ଗର କୁହନ୍ତି ଯେ, ଏହି ଅଲରାଉଣ୍ଡରଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅତିକମରେ ପ୍ରାରମ୍ଭିକ ତିନୋଟି ମ୍ୟାଚ୍ ନିଶ୍ଚିତ ଭାବରେ ଖେଳିବା ଉଚିତ୍ । ସେ କହିଛନ୍ତି, 'ଏହା ଦେଖିବାକୁ ହେବ ଯେ ସେ ବଦଳୁଥିବା ପରିସ୍ଥିତି ସହିତ କେତେ ଶୀଘ୍ର ତାଳମେଳ ବସାଉଛନ୍ତି। ବିଶ୍ୱକପ୍ ପୂର୍ବରୁ ତାଙ୍କୁ ୬ କିମ୍ବା ୭ଟି ଟି-୨୦ ମ୍ୟାଚ୍ ଖେଳାଯିବ କି ନାହିଁ ତାହା କହିବା ବର୍ତ୍ତମାନ ତରବରିଆ ହେବ।'

ବାଙ୍ଗରଙ୍କ ମତରେ ଟିମ୍ ମ୍ୟାନେଜମେଣ୍ଟକୁ ହାର୍ଦ୍ଦିକଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ୱାର୍କଲୋଡ୍ ଉପରେ ଅତ୍ୟନ୍ତ ସାବଧାନତାର ସହ ନଜର ରଖିବା ଉଚିତ୍ । ସେ କହିଛନ୍ତି, 'ଯଦି ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ୍ ଥାଆନ୍ତି, ତେବେ ଦଳର ସମ୍ପୂର୍ଣ୍ଣ ସନ୍ତୁଳନ ବଦଳିଯାଏ । ତାଙ୍କ ଉପସ୍ଥିତି ଦଳକୁ ମନମୁତାବକ କମ୍ବିନେସନ୍ ପ୍ରସ୍ତୁତ କରିବାର ସୁବିଧା ଦେଇଥାଏ। ତେଣୁ ସେ ପଡ଼ିଆରେ ରହିବା ନିଜ ଭିତରେ ଦଳ ପାଇଁ ଏକ ବଡ଼ ଲାଭ ଅଟେ ।'

୨୦୧୬ ରୁ ୨୦୨୫ ପର୍ଯ୍ୟନ୍ତ ନିଜର ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ହାର୍ଦ୍ଦିକ ପାଣ୍ଡ୍ୟା ୧୨୦ଟି ମ୍ୟାଚ୍ ଖେଳି ୯୪ ଇନିଂସରେ ୧୮୬୦ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ସର୍ବୋଚ୍ଚ ସ୍କୋର ଅପରାଜିତ ୭୧ ଏବଂ ହାରାହାରି ୨୭.୩୫ ରହିଛି, ଯେତେବେଳେ କି ଷ୍ଟ୍ରାଇକ୍ ରେଟ୍ ୧୪୧.୦୧ ରହିଛି। ବୋଲିଂରେ ସେ ୧୦୮ ଇନିଂସରେ ୯୮ ୱିକେଟ୍ ନେଇଛନ୍ତି, ଯେଉଁଥିରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୪/୧୬ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe