କନକ ବ୍ୟୁରୋ: ଆପଣ ଯଦି ମୋବାଇଲରେ ଲାଇଭ୍ ମ୍ୟାଚ୍ ଦେଖୁଛନ୍ତି, କି ଅନଲାଇନ ସାହାଯ୍ୟରେ ଲାପଟପ୍ କିମ୍ବା ଟିଭିରେ ଜିଓ ହଟ୍ ଷ୍ଟାର ଲଗାଇ ଲାଇଭ୍ ଟୁର୍ଣ୍ଣାମେଣ୍ଟ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । ଆପଣ ଯଦି ଜିଓ ହଟ୍ ଷ୍ଟାର ବ୍ୟବହାର କରୁଛନ୍ତି, ତେବେ ଆପଣ ଏହି ଆପ୍ ସାହାଯ୍ୟରେ ୨୦୨୬ରେ ହେବାକୁ ଥିବା ଟି-୨୦ ଓ୍ୱାଲ୍ଡକପ୍ ଆଉ ୨୦୨୭ ଦିନିକିଆ ବିଶ୍ୱକପ୍ ମ୍ୟାଚ୍ ଲାଇଭ୍ ଦେଖିବାରୁ ବଞ୍ଚିତ ହୋଇପାରନ୍ତି । କାହିଁକି ନା ରିଲାଏନ୍ସ ଇଣ୍ଡଷ୍ଟ୍ରି ଦ୍ୱାରା ନିୟନ୍ତ୍ରିତ ଜିଓଷ୍ଟାର ଆଇସିସିକୁ ଜଣାଇଦେଇଛି ଯେ, ଆସନ୍ତା ଚାରି ବର୍ଷ ଥିବା ସେ ତା'ର ଚୁକ୍ତିକୁ ପୂରଣ କରିପାରିବନି । କମ୍ପାନି ବିପୁଳ କ୍ଷତିରେ ଚାଲୁଥିବାରୁ ଆଇସିସିକୁ ସଫା ସଫା ଏହି ମ୍ୟାଚର ସିଧା ପ୍ରସାରଣ କରିପାରିବନି ବୋଲି ଜଣାଇଦେଇଛି । ଯାହାପରେ ଏବେ ଆଇସିସିର ଚିନ୍ତା ବଢ଼ିଛି ।
ହଟଷ୍ଟାର ୨୦୨୩ ମସିହାରେ ୨୦୨୪ରୁ ୨୦୨୭ ପର୍ୟ୍ୟନ୍ତ ଭାରତର ମିଡିଆ ରାଇଟ୍ସ ପାଇଁ ଆଇସିସି ସହିତ ଡିଲ୍ ସାଇନ୍ କରିଥିଲା । ଏହି ଡିଲର ମୂଲ୍ୟ ଥିଲା ପାଖାପାଖି ୨୫ ହଜାର କୋଟି । ହେଲେ ଏବେ ଦୁଇ ବର୍ଷ ପରେ କିନ୍ତୁ ଜିଓ ହଟଷ୍ଟାର ଏହି ଟଙ୍କା ଦେବାକୁ ଆଉ ସକ୍ଷମ ହୋଇପାରୁନି । କମ୍ପାନି ବିଜ୍ଞାପନ ପ୍ରସାରଣ ଦୃଷ୍ଟିରୁ କ୍ଷତିରେ ଚାଲୁଥିବା ହେତୁ, ଆଇସିସିକୁ ଟଙ୍କା ଦେଇପାରୁନଥିବା ଦର୍ଶାଇଛି । ଯାହାଫଳରେ ଆଗାମୀ ଦିନରେ ଭାରତରେ ବିଶ୍ୱକପ୍ ପ୍ରସାରଣ କେମିତି ହେଇପାରିବ, ତାକୁ ନେଇ ପ୍ରଶ୍ନ ଉଠିଛି ।
ଆହୁରି ପଢ଼ନ୍ତୁ : ଦିନେ ବିଜେଡି ଗଡ଼ ଥିଲା, ଏବେ ଭାଙ୍ଗି ଭାଙ୍ଗି ଯାଉଛି ; ଟେନସନରେ ଭଦ୍ରକ ବିଜେଡି ନେତା
ଭାରତରେ ଜିଓ ହଟଷ୍ଟାର କ୍ରିକେଟର ଲାଇଭ୍ ମ୍ୟାଚ୍ ଦେଖେଇବା ପାଇଁ ଆଇସିସିକୁ ବର୍ଷକୁ ପାଖାପାଖି ୬ ହଜାର କୋଟି ଦେଇଥାଏ । ହେଲେ ଯେବେଠୁ ଡ୍ରିମ୍ ୧୧ ଭଳି ଫାଣ୍ଟାସି ଗେମିଂ ଆପ୍ ଭାରତରେ ବ୍ୟାନ୍ ହେଇଛି, ସେବେଠୁ ବିଜ୍ଞାପନ ବାବଦରେ ଜିଓ ହଟ୍ ଷ୍ଟାରକୁ ଅଧିକ ଟଙ୍କା ମିଳୁନି । କମ୍ପାନି ଏବେ କ୍ଷତିରେ ଚାଲୁଥିବାବେଳେ, ଆଇସିସି ମଧ୍ୟ କମ୍ପାନି ଏ ସମ୍ପର୍କରେ ଜଣାଇଦେଇଛି । ଅନ୍ୟପଟେ ଜିଓ ହଟଷ୍ଟାର ପଛକୁ ହଟିବା ପରେ ଆଇସିସି ଏବେ ଡିଜିଟାଲ୍ ମିଡିଆ ରାଇଟ୍ସ ବିକିବାକୁ ନେଟଫ୍ଲିକ୍ସ ଏବଂ ଆମାଜନ୍ ପ୍ରାଇମ୍ ଭଳି ଆପ୍ ସହ ଯୋଗାଯୋଗ କରୁଛି । ହେଲେ ପ୍ରସାରଣ କରିବାର ଟଙ୍କା ଅଧିକ ଥିବା କାରଣରୁ କୌଣସି ବି ଆପ୍ ଏବେ ପର୍ୟ୍ୟନ୍ତ ଏନେଇ କିଛି ବି ନିଷ୍ପତ୍ତି ନେଇନାହାଁନ୍ତି । ତେଣୁ ଦେଖିବାକୁ ବାକି ରହିଲା, ଆଗାମୀ ଦିନରେ କାହାକୁ ମିଳୁଛି ଆଇସିସିର ଏହି ଡିଜିଟାଲ୍ ରାଇଟ୍ସ । ଆଉ ସାଧାରଣ ଦର୍ଶକଟିଏ କେଉଁ ଆପରେ ମୋବାଇଲରେ ଲାଇଭ୍ ମ୍ୟାଚ୍ ଦେଖିପାରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/09/jio-hotstar-2025-12-09-10-49-53.jpeg)