କନକ ବ୍ୟୁରୋ; ସରିଲା ଅପେକ୍ଷା, ଖୋଲିଲା ଗେଟ୍ । ବାରବାଟୀ ମ୍ୟାଚ୍ ପାଇଁ ଷ୍ଟାଡିୟମ ଭିତରକୁ ଏଣ୍ଟ୍ରି କରିଛନ୍ତି ଦର୍ଶକ । ପଡ଼ିଆରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଛକା ଓ ଚୌକା ବର୍ଷାରେ କମ୍ପି ଉଠିବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ । ବାସ ଆଉ କେଇ ଘଣ୍ଟାକୁ ଅପେକ୍ଷା । ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ ।
୫ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେବ। ଘରୋଇ ଦଳ ଟେଷ୍ଟ୍ ଶୃଙ୍ଖଳାକୁ ୦-୨ରେ ହାତଛଡ଼ା କରିବା ପରେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ସମ୍ମାନ ବଜାୟ ରଖିଛି । ଏବେ ନୂଆ ଶୃଙ୍ଖଳା ଓ ନୂଆ ଆହ୍ବାନ ସହିତ ସୂର୍ଯ୍ୟ ସେନା ଏହି ଛୋଟ ଫର୍ମାଟ୍ରେ ନିଜ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ବାସ କରାଯାଉଛି । ସେପଟେ ବାରବାଟୀ ମ୍ୟାଚ୍ ପାଇଁ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ମ୍ୟାଚ୍ ପାଇଁ ମୋଟ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସେପଟେ ବସ୍ ଚଳାଚଳ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଅଧିକ ପଢନ୍ତୁ: ବାରବାଟୀରେ କାହା ପଲ୍ଲା ଭାରି? ଭାରତ ନାଁରେ ରହିଛି ଲଜ୍ଜାଜନକ ରେକର୍ଡ
ବାରବାଟୀ ମ୍ୟାଚ୍ ପାଇଁ କଟକ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି
ଜିଆରପି ଓ ଆରପିଏଫ୍ ପକ୍ଷରୁ ୩୦ଜଣିଆ ସ୍ବତନ୍ତ୍ର ଟିମ୍ ପ୍ଲାଟଫର୍ମରେ ନିୟୋଜିତ
କଟକ ଷ୍ଟେସନରେ ୧୧୦ଟି ଉଭୟ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍ ଚାଲିବ
ବରମୁଣ୍ଡା ବସ୍ଷ୍ଟାଣ୍ଡ ଓ କଟକ ରେଳ ଷ୍ଟେସନରୁ ‘ଆମ ବସ୍’ ସିଧା ବାରବାଟୀକୁ ଚଳାଚଳ କରିବ
ଅପରାହ୍ଣ ସାଢ଼େ ୩ଟାରୁ ୨୦ଟି ‘ଆମ ବସ୍’ ଚଳାଚଳ କରିବ
ଏହି ବସ୍ ଜୟଦେବବିହାର ଛକ-କିଟ୍ ଛକ, ନନ୍ଦନକାନନ, ଜୁଡିସିଆଲ୍ ଏକାଡେମୀ, ସତୀଚଉରା ଦେଇ ଚଳାଚଳ କରିବ
ଭୁବନେଶ୍ବର ରେଳ ଷ୍ଟେସନ୍ରୁ ବାରବାଟୀ ଷ୍ଟାଡିୟମ୍ ଯିବାକୁ ଥିବା ବସ୍ ବାଣୀବିହାରରୁ ଲିଙ୍କରୋଡ୍, ସିଏନବିଟି, ଜୁଡିସିଆଲ୍ ଏକାଡେମି, ସତୀଚଉରା ଦେଇ ବାରବାଟୀରେ ପହଞ୍ଚିବ । ସିଏନବିଟିକୁ ପୂର୍ବ ଭଳି କଟକ-ଭୁବନେଶ୍ବର ରାସ୍ତାରେ ଚଳାଚଳ କରୁଥିବା ୧୬୦ଟି ବସ୍ ଚାଲିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/09/barabati-match-2025-12-09-16-43-29.jpg)