କନକ ବ୍ୟୁରୋ: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା- ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଲେ ଏଥର ବିଜ୍ଞପ୍ତିରେ ଓଏଏସ୍‌, ଓଏଫ୍‌ଏସ୍, ଓଆର୍‌ଏସ୍‌ ପାଇଁ ଗୋଟିଏ ବି ପଦବି ବାହାରି ନାହିଁ । ଓଡ଼ିଶା ସିଭିଲ୍ ସର୍ଭିସ୍‌ ପରୀକ୍ଷା ଯେଉଁମାନେ ଦିଅନ୍ତି ସେମାନଙ୍କର ଲକ୍ଷ୍ୟ ଥାଏ ଓଏଏସ୍‌ ହେବେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏଥର ଗୋଟିଏ ବି ଓଏଏସ୍‌ ପଦବି ନାହିଁ । କେବଳ ଓଏଏସ୍‌ ନୁହେଁ, ଓଏଫ୍‌ଏସ୍‌ କି  ଓଆର୍‌ଏସ୍‌ ପାଇଁ କୌଣସି ଗୋଟିଏ ବି ପଦବି ନାହିଁ । ଯାହାକୁ ନେଇ ରାଜ୍ୟର ଲକ୍ଷାଧିକ ଆଶାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅପାରଗତା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖାମଖିଆଲ ଗୁଣ ଯୋଗୁଁ ରାଜ୍ୟର ଲକ୍ଷାଧିକ ଆଶାୟୀ ହତାଶ୍ ହୋଇଯାଇଛନ୍ତି । 

Advertisment

କୁହୁଡ଼ି ପାଇଁ ଚିଲିକା ଡଙ୍ଗାଚଳାଚଳ ଉପରେ ଲାଗିଲା କଟକଣା: ଦିନ ୧୧ଟା ପର୍ଯ୍ୟନ୍ତ ଚିଲିକାରେ ଚାଲିବନି କୌଣସି ଡଙ୍ଗା

ସେପଟେ ଓପିଏସସି ପକ୍ଷରୁ କୁହାଯାଇଛି, ସାଧାରଣ ପ୍ରଶାସନ ବିଭାଗ ଯେଉଁ ବିଭାଗରେ ଯେତେ ପଦବୀ ଖାଲି ଥିବା ତାଲିକା ଦେଇଥିଲା ସେହି ଆଧାରରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏସଂପର୍କରେ ଗତ ଅକ୍ଟୋବର ମାସରେ ଖବର ପରିବେଷଣ ହୋଇଥିଲା । କିପରି ତିନି ଶହରୁ ଅଧିକ ଓଏଏସ୍‌ଙ୍କୁ ପଦୋନ୍ନତି ଦିଆଯାଉନଥିବାରୁ ନୂଆ ପଦବି ସୃଷ୍ଟି ହେଉନି, ସେନେଇ ସମସ୍ତ ସୂଚନା ଦିଆଯାଇଥିଲା । ଏହାପରେ ବି ସାଧାରଣ ପ୍ରଶାସନ ବିଭାଗ ଓଏଏସ୍‌, ଓଆର୍‌ଏସ୍‌, ଓଏଫ୍ଏସ୍ ପଦବି ଖାଲି ନଥିବା ଦର୍ଶାଇ ଓପିଏସ୍‌ସିକୁ ତାଲିକା ଦେବା ପରେ ଏବେ ଏହାକୁ ବାଦ୍‌ ଦେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବାହାରୁନି 'ଓଏଏସ୍' ପଦବୀ : ଆଶାୟୀ ହତାଶ  
ଓସିଏସ-୨୦୨୫ ବିଜ୍ଞପ୍ତି ପ୍ରକାଶ ପରେ ଆଶାୟୀ ନିରାଶ 
ଏଥର ବାହାରିନି ଓଏଏସ୍‌, ଓଏଫ୍‌ଏସ୍, ଓଆର୍‌ଏସ୍‌ ପାଇଁ ଗୋଟିଏ ବି ପଦବି
ଏଥର ମୋଟ୍ ୭ଟି ସେବାର ୩୧୪ଟି ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ 
୩୧୪ ପଦବିରୁ ୧୧୫ଟି ପଦବି ପୂର୍ବରୁ ଖାଲି ପଡ଼ିଥିଲା
ଓସିଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ପିଲାଙ୍କ ଲକ୍ଷ୍ୟ ଥାଏ ଓଏଏସ, ଓଆରଏସ ହେବା 
ରାଜସ୍ବ ଓ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ବିଭ୍ରାଟ 
ଓଡ଼ିଶା ସିଭିଲ୍ ସର୍ଭିସ୍ ମଡେଲ୍ କ୍ୟାଡର ରୁଲ୍‌କୁ ଅର୍ଥ ଓ ରାଜସ୍ବ ବିଭାଗ ଅବମାନନା କରିବାର ଫଳ
୩୦୦ରୁ ଅଧିକ ଓଏଏସ୍‌ଙ୍କୁ ପଦୋନ୍ନତି ଦିଆଯାଉନଥିବାରୁ ନୂଆ ପଦବି ସୃଷ୍ଟି ହେଉନି
ସାଧାରଣ ପ୍ରଶାସନ ବିଭାଗ ଓଏଏସ୍‌, ଓଆର୍‌ଏସ୍‌, ଓଏଫ୍ଏସ୍ ପଦବି ଖାଲି ନଥିବା ଦର୍ଶାଇଛି 
ଓଏଏସ୍, ଓଆର୍‌ଏସ, ଓଏଫ୍‌ଏସ୍ ପଦବି ଖାଲିନଥିବା ତାଲିକା ଓପିଏସସିକୁ ଦିଆଯାଇଛି  
ଓପିଏସ୍‌ସି ପାଇଥିବା ଖାଲିଥିବା ପଦବି ତାଲିକା ଆଧାରରେ ବିଜ୍ଞପ୍ତି ପ୍ରକାଶ କରିଛି 
ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଓଏଏସ୍‌, ଓଏଫ୍‌ଏସ୍‌, ଓଆର୍‌ଏସ୍ ଚାକିରିରୁ ବଞ୍ଚିତ ହେଉଛନ୍ତି ପରୀକ୍ଷାର୍ଥୀ 
ଓଡ଼ିଶା ସିଭିଲ୍ ସର୍ଭିସ୍ ମଡେଲ୍ କ୍ୟାଡର ରୁଲ୍‌କୁ ଅର୍ଥ ବିଭାଗ ଓ ରାଜସ୍ବ ବିଭାଗ ମାନିନାହାନ୍ତି
ନିୟମକୁ ଉଲ୍ଲଂଘନ କରି ମନଇଚ୍ଛା ବିଭିନ୍ନ କ୍ୟାଡରକୁ ପଦୋନ୍ନତି ଦେଇଥିବାରୁ ବଡ଼ ବିଭ୍ରାଟ 
ବିଭିନ୍ନ କ୍ୟାଡରକୁ ପଦୋନ୍ନତି ବିବାଦ ଏବେ କୋର୍ଟରେ ପହଞ୍ଚିଛି 
ମାମଲା କୋର୍ଟରେ ଥିବା ଦର୍ଶାଇ ରାଜସ୍ବ ବିଭାଗ ପଦୋନ୍ନତି ଦେଉନି 
ଯେଉଁଥିପାଇଁ ମୂଳ ପଦବି ଖାଲି ହେଉନଥିବା ଜଣାପଡିଛି