କନକ ବ୍ୟୁରୋ: ମହିଳା ଓଏଏସ ଅଧିକାରୀଙ୍କୁ ଧମକ । ବିବାହ ନକଲେ ମାଲକାନାଗିରି ବଦଳି କରିଦେବାକୁ ଧମକ । ନିଜକୁ ଛତିଶଗଡ଼ର ଆଡିସନାଲ ସେକ୍ରେଟାରି ବଳଭଦ୍ର ମିଶ୍ର ବୋଲି ପରିଚୟ ଦେଇ ଧମକ ଦେଇଛି ଦୁର୍ବୃତ୍ତ । ହ୍ୱାଟସଆପରେ ଚାଟିଂ କରି ତୁମେ ଜଣେ ଓଏଏସ ଅଫିସର ହୋଇ ବି ମୁଁ ତୁମକୁ ବିବାହ କରିବାକୁ ଚାହେଁ । କିନ୍ତୁ ତୁମେ ମୋତେ ବିବାହ କରିବାକୁ ବାଧ୍ୟ । ନହେଲେ ଓଡିଶା ସଚିବାଳୟ ଯାଇ ଦେଖାଇ ଦେବି ମୁଁ କିଏ । ଏକଥା ବାହାରକୁ ଆସିଲେ ସିଧା ତୁମକୁ ମାଲକାନଗିରି ପଠେଇ ଦେବି । ଏଭଳି କହି ଜଣେ ବ୍ୟକ୍ତି ମହିଳା OAS ଅଫିସରଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ମହିଳା ଅଫିସର ଜଣକଏନେଇ ସାଇବର ଥାନାକୁ ଜଣାଇବା ସହ ଅନଲାଇନରେ ଅଭିଯୋଗ କରିଛନ୍ତି ।
ମହିଳା ଓଏଏସ୍ ଅଧିକାରୀଙ୍କୁ ଧମକ ଅଭିଯୋଗ: ଛତିଶଗଡ଼ର ଆଡିସନାଲ ସେକ୍ରେଟାରି ପରିଚୟ ଦେଇ ବିବାହ ପାଇଁ ଧମକ ଦେଇଛି ଦୁର୍ବୃତ୍ତ
ହ୍ୱାଟସଆପରେ ଚାଟିଂ କରି ତୁମେ ଜଣେ ଓଏଏସ ଅଫିସର ହୋଇ ବି ମୁଁ ତୁମକୁ ବିବାହ କରିବାକୁ ଚାହେ । କିନ୍ତୁ ତୁମେ ମୋତେ ବିବାହ କରିବାକୁ ବାଧ୍ୟ । ନହେଲେ ଓଡିଶା ସଚିବାଳୟ ଯାଇ ଦେଖାଇ ଦେବି ମୁଁ କିଏ ।
/kanak/media/media_files/2025/10/05/38-2025-10-05-14-08-28.jpg)