କନକ ବ୍ୟୁରୋ : ଚୌଦ୍ବାର ଜେଲରେ ଗୋଟିଏ ପରେ ଗୋଟିଏ ଘଟଣା ଜେଲ୍ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚୌଦ୍ବାର ଜେଲରେ ଯେ ବ୍ୟବସ୍ଥା ଠିକ ରୂପେ କାର୍ଯ୍ୟ କରୁନାହିଁ ତାହା ଜଳ ଜଳ ହୋଇ ଦିଶୁଛି । କେବେ ବିଭ୍ରାଟ ଉପରେ ଲାଗିବ ରୋକ୍, କାହିଁକି ଜଣେ ଦଣ୍ଡିତ ବନ୍ଦୀ ଜେଲ୍ ର କରିବ ଆତ୍ମହତ୍ୟା । ଜେଇ ସୁରକ୍ଷା କର୍ମୀ ୱାର୍ଡର କରୁଥିଲେ କଣ । ଗତ କାଲି ଏନେଇ ଜେଲ୍ ଏଡିଜି ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଘଟଣା ପଛରେ ସତ କଣ? କେଉଁଠି ରହିଲା ଭୁଲ ? ବିଗିଡି ଯାଇଛି ଚୌଦ୍ଵାର ଜେଲ୍ ସୁରକ୍ଷା, ଅନଭିଜ୍ଞ ଅଧିକାରୀ ଏବଂ ଢିଲା କର୍ମଚାରୀ କିଏ ଏଥିଲାଗି ଦାଇ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
କାଲି ଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ଇଣ୍ଡିଆନ ରୋଡ କଂଗ୍ରେସର ମହାକୁମ୍ଭ, ଯୋଗଦେବେ ବିଭାଗୀୟ ମନ୍ତ୍ରୀ ନୀତିନ ଗଡ଼କରୀ
ଟିକେ ନଜର ପକାନ୍ତୁ ଚୌଦ୍ଵାର ଜେଲରେ ଘଟି ଥିବା ସିରିଜ୍ ଘଟଣା ବଳି ଉପରେ । ଅକ୍ଟୋବର ୩ ତାରିଖ ରେ ସୁରକ୍ଷା ବଳୟ ଭାଙ୍ଗି ରାଜା ସାହାଣୀ ଏବଂ ମଧୁକନ୍ତ କୁମାର ଚମ୍ପଟ ମାରିଲେ । ଏହାର ଦୁଇ ଦିନ ପରେ ଜେଲ୍ ଭିତରେ ଘଟିଥିଲା ଗୋଷ୍ଠୀ ସଙ୍ଘର୍ଷ। ମଂଗଳବାର ଦୋଷୀ ସାବ୍ୟସ୍ତ ବନ୍ଦୀ ପବିତ୍ର ସାହୁ ଆତ୍ମହତ୍ୟା । ଏ ସବୁ ଘଟଣାରେ ଚୌଦ୍ଵାର ଥାନା ରେ ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଛି । ପୋଲିସ ତଦନ୍ତ କରୁଥିବା ବେଳେ, ବନ୍ଦୀ ଆତ୍ମହତ୍ୟା ମାମଲାରେ ଏନଏଚଆରସି ଗାଇଡ ଲାଇନ ଅନୁଯାୟୀ ପୋଷ୍ଟମର୍ଟମ ସହ ମାଜିଷ୍ଟ୍ରେଟ ତଦନ୍ତ ଜାରିରହିଛି ।
୬ ଦିନ ପରେ ଭୋଟ ଦେଇ ନେତା ବାଛିବେ ନୂଆପଡ଼ାବାସୀ, ଫାଇନାଲ ଫାଇଟ୍ ପୂର୍ବରୁ କାଲି ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ
ଚୌଦ୍ୱାର ଜେଲର ମହା ବିଭ୍ରାଟ ହେବା ପରେ କେବେ ଜେଲ୍ ଡିଜିଙ୍କ ଆଖି ଖୋଲିବ । କାହିଁକି ତଦନ୍ତ କରି ଚୁପ୍ ବସି ପଡ଼ିବେଲେ ଜେଲ୍ ଡିଜି ? ଜେଲ୍ ସୁରକ୍ଷା କୁ ନେଇ ସରକାର ଅଡ଼ୁଆରେ ଥିବା ବେଳେ କେବେ ବଡବଡ଼ିଆଙ୍କ ବିରୋଧରେ ଆକ୍ସନ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/05/cuttack-2025-11-05-20-39-41.jpg)