କନକ ବ୍ୟୁରୋ : ଓଡ଼ିଆ ଫିଲ୍ମର ହିରୋ, ହିରୋଇନ୍ ଧୁମଧାମରେ ପାଳିଛନ୍ତି ଆଲୋକର ପର୍ବ ଦୀପାବଳି  । ଓଡ଼ିଆ ଫିଲ୍ମ ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି ଏଥର ନିଜ ସ୍ତ୍ରୀ ଜାଗ୍ରତି ଶୁକ୍ଲାଙ୍କ ସହିତ ପ୍ରଥମ କରି ପାଳିଛନ୍ତି ଆଲୋକର ପର୍ବ । ଯାହାର ଫୋଟ ସେ ନିଜେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି  । ଫଟୋ ଅନୁଭବ ଆଉ ଜାଗ୍ରତି ଏକାଠି ନଜର ଆସିଛନ୍ତି । ଯେଉଁଥିରେ ଦୁହେଁ ଆଲୋକର ଏହି ପର୍ବକୁ ଅତି ମଜାର ସହ ପାଳୁଥିବା ଦେଖିବାକୁ ମିଳିଛି ।

Advertisment

Shubh Deepawali from us to you 🪔🔅
Photograph: (KANAKNEWS)

(ବାବୁସାନ)

ସେହିପରି ସୁପରଷ୍ଟାର ବାବୁସାନ୍ ମହାନ୍ତି ମଧ୍ୟ ନିଜ ପରିବାର ସହ ପାଳିଛନ୍ତି ଦୀପାବଳି । ତେବେ ଦୀପାବଳିରେ ନିଜ ବାପା ଉତ୍ତମ ମହାନ୍ତିଙ୍କୁ ମନେ ପକାଇଛନ୍ତି ବାବୁସାନ । ଗୋଟିଏ ଫଟୋରେ ସେ ତାଙ୍କ ସ୍ତ୍ରୀ ଆଉ ପୁଅ ସହ ନଜର ଆସିଥିବାବେଳେ, ଆଉ ଗୋଟିଏ ଫଟୋ ସେ ଉତ୍ତମ ମହାନ୍ତିଙ୍କ ସହ ସେୟାର କରିଛନ୍ତି । ଯେଉଁଥିରେ ବାବୁସାନଙ୍କର ତାଙ୍କ ବାପାଙ୍କ ପ୍ରତି ଥିବା ଭଲପାଇବା ବତେଇଦେଉଛି, ସେ ଆଜି ବି ଉତ୍ତମ ମହାନ୍ତିଙ୍କୁ ମିସ୍ କରୁଛନ୍ତି ।

ଦୀପାବଳିରେ ବଲିଉଡ୍‌ରେ ଦୁଃଖ : ଆଖି ବୁଜିଲେ ଅଭିନେତା ଗୋବର୍ଦ୍ଧନ ଅସରାନି

566803997_18394494772132956_709838508482020708_n.
Photograph: (KANAKNEWS)

ଭୁମିକା-ଏଲିନା 
ଓଲିଉଡର ଫିଲ୍ମ ଇଣ୍ଡଷ୍ଟ୍ରୀର ଚୁଲବୁଲି ନାୟିକା ଭୂମିକା ମଧ୍ୟ ନିଜ ପରିବାର ଲୋକଙ୍କ ସହ ଦୀପାବଳି ସେଲିବ୍ରେଟ୍ କରିଛନ୍ତି । ଯାହାର ଫଟୋକୁ ସେ ନିଜେ ସେୟାର କରିଛନ୍ତି । ସେହିପରି ବାହା ହେବା ପରେ ଏଲିନା ମଧ୍ୟ ନିଜର ଦୀପାବଳି ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।  ନିଜ ସ୍ୱାମୀଙ୍କ ସହ ଏଥର ଦୀପାବଳି ପାଳିଛନ୍ତି ଏଲିନା ସାମନ୍ତରାୟ । ଦୁହେଁ ଘର ଆଗରେ ଦୀପ ଜାଳି, ଖୁସି ମନେଇ ଏଥର ଦୀପାବଳି ପାଳିଛନ୍ତି । 

Best Diwali 🪔 Ever… Happy Diwali from our home to yours!!✨♥️🪷💫🧿Anurag🖤Elina
Photograph: (KANAKNEWS)

ତାଙ୍କ ସହିତ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଯୁବ ନାୟକ ସ୍ୱରାଜ ମଧ୍ୟ ପରିବାର ଲୋକଙ୍କ ସହିତ ଦୀପାବଳି ପାଳିଛନ୍ତି । ଆଉ ୟାର ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ତେବେ ଏହିଭଳି ଭାବେ ଦୀପାବଳି ପାଳନ କରିଛନ୍ତି ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ନାୟକ ଆଉ ନାୟିକା ।