କନକ ବ୍ୟୁରୋ: ଚୀନକୁ ପୁଣି ଆମେରିକାର ଟାରିଫ୍ ଧମକ। ଶୁଳ୍କ ବୃଦ୍ଧି ନେଇ ଧମକ୍ ଦେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଗକୁ କୋରିଆରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଛି। ଯଦି ଏହି ବୈଠକ ବିଫଳ ହୁଏ ତେବେ ଲାଗୁ ହେବ ବର୍ଦ୍ଧିତ ଟାରିଫ୍ । ଆମେରିକାର ଚୀନ ଉପରେ ୧୫୫ ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ଯାଉଛି । ଏନେଇ ଟ୍ରମ୍ପ ପ୍ରଶାସନ ସୂଚନା ଦେଇଛି । ଚୀନ ଉପରେ ଏହି ନୂଆ ବର୍ଦ୍ଧିତ ଟାରିଫ୍ ଆସନ୍ତା ନଭେମ୍ବର ୧ରୁ ଲାଗୁ ହେବ । ହ୍ବାଇଟ୍ ହାଉସରେ ଏକ କାର୍ଯ୍ୟକ୍ରମ ସମୟରେ ଟ୍ରମ୍ପ କହିଛନ୍ତି, “ଚୀନ ଆମକୁ ବହୁତ ସମ୍ମାନ ଦେଉଛି ।
ଭାରତକୁ ପୁଣି ଟ୍ରମ୍ପଙ୍କ ଧମକ୍: ଋଷଠୁ ତେଲ କିଣିଲେ ଆହୁରି ଲଗାଇବୁ ଟାରିଫ୍
ସେମାନେ ଟାରିଫ୍ ଆକାରରେ ବିପୁଳ ଟଙ୍କା ଦେଉଛନ୍ତି । ସେମାନେ ୫୫% ଦେଉଛନ୍ତି, କିନ୍ତୁ ନଭେମ୍ବର ୧ ତାରିଖରୁ ୧୫୫% ହେବ, ଯଦି 'ଫେୟାର ଟ୍ରେଡ୍ ଡିଲ୍' ବିଫଳ ହୁଏ ।” ଚୀନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ “ଉତ୍ସାହଜନକ” ଚୁକ୍ତି ହେବାରେ ଆଶାବାଦୀ ବୋଲି ଟ୍ରମ୍ପ କହିଛନ୍ତି । ଏଥିସହିତ ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ, “ଆମେ ଅନ୍ୟ ଦେଶମାନଙ୍କ ସହିତ ଚୁକ୍ତି କରିଛୁ, ଯେଉଁମାନେ ପୂର୍ବରୁ ଆମକୁ ଲୁଟୁଥିଲେ । ଏବେ ନୁହେଁ । ତେବେ ଏନେଇ ଚୀନର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଆସିପାରିନାହିଁ । କିନ୍ତୁ ପୂର୍ବରୁ ଚୀନ ଆମେରିକାର ଧମକକୁ ଖାତିକ କରିବୁନାହିଁ ବୋଲି ଏହାର ବୈଦେଶିକ ମନ୍ତ୍ରାଳୟ ତରଫରୁ କୁହାଯାଇଥିଲା ।
ଚୀନକୁ ଟ୍ରମ୍ପଙ୍କ ଟାରିଫ୍ ଧମକ
ଲାଗୁହେବ ୧୫୫ ପ୍ରତିଶତ ଟାରିଫ
ଚୀନକୁ ପୁଣି ଆମେରିକାର ଟାରିଫ୍ ଧମକ
ଶୁଳ୍କ ବୃଦ୍ଧି ନେଇ ଧମକ ଦେଲେ ଆମେରିକାର ରାଷ୍ଟ୍ରପତି
କୋରିଆରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ପୂର୍ବରୁ ଟ୍ରମ୍ପଙ୍କ ଚେତାବନୀ
ବୈଠକ ବିଫଳ ହୁଏ ତେବେ ଲାଗୁ ହେବ ବର୍ଦ୍ଧିତ ଟାରିଫ୍
ଚୀନ ଉପରେ ୧୫୫ ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ଚେତାବନୀ
'ଫେୟାର ଟ୍ରେଡ୍ ଡିଲ୍' ପାଇଁ ଚୀନ୍ ଉପରେ ଚାପ ପକାଉଛି ଆମେରିକା
ଖବର ଅପଡେଟ୍ ହେଉଛି...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/21/donald-2025-10-21-12-22-42.jpg)