ଆସୁଛି ନୂଆବର୍ଷ, ସଜେଇ ହେଲାଣି ନୀଳାଚଳ ଧାମ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

Advertisment

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ପୁରୀ ପୁଲିସ ।

Updated On

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ପୁରୀ ପୁଲିସ ।

ଅଦ୍ୟତନ ହୋଇଛି
puri

puri Photograph: (KanakNews)

କନକ ବ୍ୟୁରୋ:  ପାଖେଇ ଆସୁଛି ଇଂରାଜୀ ନୂଆବର୍ଷ । ୨୦୨୫କୁ ବିଦାୟ ଦେଇ ୨୦୨୬କୁ ସ୍ୱାଗତ କରିବାକୁ ଚାରିଆଡ଼େ ଉତ୍ସାହ । ବିଶେଷ କରି ପୁରୀରେ ଜିରୋ ନାଇଟ୍ ଓ ନ୍ୟୁ ଇୟର ସେଲିବ୍ରେସନ ପାଇଁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି। ପର୍ଯ୍ୟଟକଙ୍କ ସ୍ବାଗତ ପାଇଁ ସଜେଇ ହେଲାଣି ନୀଳାଚଳ ଧାମ । ରଙ୍ଗିନ ଆଲୋକରେ ସଜେଇ ହେଲାଣି ହୋଟେଲ । ଲାଗିଲାଣି ପର୍ଯ୍ୟଟକଙ୍କ ଗହଳି। ଅଧିକାଂଶ ବୁକିଂ ରାଜ୍ୟ ବାହାରୁ ହୋଇଥିବା ବେଳେ, ଅନଲାଇନ ବୁକିଂ ମଧ୍ୟ ଅଧିକ । ନୂଆବର୍ଷ ପାଳନକୁ ସ୍ମରଣୀୟ କରିବା ପାଇଁ ସହରରେ ଥିବା ବିଭିନ୍ନ ହୋଟେଲରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଓଡ଼ିଶାର ପାରମ୍ପରିକ ଖାଦ୍ୟ, ଇଣ୍ଡିଆନ୍, ଚାଇନିଜ୍ ଏବଂ କଣ୍ଟିନେଣ୍ଟାଲ୍ ଫୁଡ୍‌ର ଭଳିକି ଭଳି ବ୍ୟଞ୍ଜନ ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ କରାଯିବ ବୋଲି ହୋଟେଲିୟର କହିଛନ୍ତି। ଅପରପକ୍ଷରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପୁରୀ ଏସ୍‌ପିଙ୍କ ଅଧକ୍ଷତାରେ ହୋଟେଲ୍ ମାଲିକମାନଙ୍କୁ ନେଇ ବୈଠକ ବି ହୋଇଛି ।

ଅଧିକ ପଢନ୍ତୁ :ପୁରୀ ଯିବାକୁ ଆଉ ଲାଗିବନି ଘଣ୍ଟା ଘଣ୍ଟା , ମାତ୍ର ୪୦ ମିନିଟ୍‌ରେ ଶ୍ରୀକ୍ଷେତ୍ରରେ ପହଞ୍ଚିଯିବେ ଭକ୍ତ

ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଅଧିକ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡ ମୁତୟନ କରାଯିବ ବୋଲି ଏସ୍‌ପି କହିଛନ୍ତି। ଅନ୍ୟପଟେ ନୂଆବର୍ଷରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ କରିବେ। ମୁତୟନ ହେବେ ୬୦ ପ୍ଲାଟୁନ ପୁଲିସ ଫୋର୍ସ ।  ଶ୍ରୀଜିଉଙ୍କ ଆଶିଷ ନେଇ ନୂତନ ବର୍ଷ ଆରମ୍ଭ କରିବାକୁ ପର୍ଯ୍ୟଟକମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe