କନକ ବ୍ୟୁରୋ: ଆଜିଠୁ ବ୍ୟାଙ୍କିକ୍ କ୍ଷେତ୍ରରେ ନୂଆ ନିୟମ । ବ୍ୟାଙ୍କି କ୍ଷେତ୍ରରେ ହେବ ବଡ଼ ପରିବର୍ତ୍ତନ । ଜଣେ ନୁହେଁ ଏଣିକି ବ୍ୟାଙ୍କିରେ ଏକାଧିକ ନୋମିନିଙ୍କୁ ରଖିପାରିବେ ଗ୍ରାହକ । ସେହିପରି ଏସ୍‌ବିଆଇ କ୍ରେଡିଟ୍ କାର୍ଡ ଧାରିଙ୍କ ପାଇଁ ମଧ୍ୟ ନିୟମରେ ପରିବର୍ତ୍ତନ କରାଯାଇଛି । ଅନ୍ୟପଟେ ଆଧାର ଅପଡେଟ୍ କରିବା ପ୍ରଣାଳୀ ଏବେ ହୋଇଛି ସହଜ । ଆଧାରକାର୍ଡଧାରୀ ଏଣିକି ଅନ୍‌ଲାଇନ୍‌ରେ ବେଶ୍ ସହଜରେ ତଥ୍ୟ ଅପଡେଟ୍ କରିପାରିବେ । କେବଳ ବାଓମେଟ୍ରିକ୍ ପାଇଁ ଜନସେବା କେନ୍ଦ୍ର ଯିବାକୁ ପଡ଼ିବ । 

Advertisment

ଆଜିଠୁ ମିଶନ୍ ଅଲିଭ ରିଡ୍‌ଲେ : ୭ ମାସ ପାଇଁ ପାରାଦୀପ ସମୁଦ୍ର ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଲାଗିଲା କଟକଣା

ପହିଲାରୁ ନୂଆ ନିୟମ
ବ୍ୟାଙ୍କି ନୋମିନି କ୍ଷେତ୍ରରେ ବଡ଼ ପରିବର୍ତ୍ତନ
ଜଣେ ନୁହେଁ, ୪ ଜଣଙ୍କୁ ନୋମିନି ରଖିହେବ
ଏଫ୍‌ଡି, ଆର୍‌ଡି ଏବଂ ଜଏଣ୍ଟ ଆକାଉଣ୍ଟ ପାଇଁ ଲାଗୁ ହେବ ନିୟମ
ବ୍ୟାଙ୍କ ଲକର୍‌ ପାଇଁ ପହିଲାରୁ ନୂଆ ନିୟମ
ବ୍ୟାଙ୍କ ଲକର୍‌ ପାଇଁ ନୋମିନିଙ୍କ କ୍ରମିକ କରିବା ଜରୁରୀ 
ପ୍ରଥମ ନୋମିନି ନଥିଲେ ଦ୍ବିତୀୟ କରିପାରିବେ ଆବେଦନ
ଅନ୍‌ଲାଇନ୍‌ରେ ହୋଇପାରିବ ଆଧାର ଅପଡେଟ୍ 
ଆଧାର ତଥ୍ୟ ଅନ୍‌ଲାଇନ୍‌ରେ ଅପ୍‌ଡେଟ୍ କରିହେବ
କେବଳ ବାଓମେଟ୍ରିକ୍‌ ପାଇଁ ଜନସେବା କେନ୍ଦ୍ର ଯିବାକୁ ପଡ଼ିବ