କନକ ବ୍ୟୁରୋ : ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା କଟକଣା । କଇଁଚ ସୁରକ୍ଷା ନେଇ ନଭେମ୍ବର ୧ ରୁ ମଇ ୩୧ ପର୍ୟ୍ୟନ୍ତ ସମୁଦ୍ର ଉପକୂଳରୁ ମାଛ ଧରିବା ଉପରେ କଟକଣା ଲଗାଇଲେ ସରକାର। ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ୟ୍ୟନ୍ତ କୌଣସି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ମାଛ ଧରି ପାରିବେ ନାହିଁ । କାରଣ ଏହି ସମୟ କଇଁଚଙ୍କ ପ୍ରଜନନ ସମୟ ହୋଇଥିବାରୁ ଦୂର ସମୁଦ୍ରରୁ କୂଳ କୁ ଆସିଥାନ୍ତି ଅଲିଭରିଡଲେ କଇଁଚ । ଅଣ୍ଡା ଦାନ କରିବାକୁ ଲକ୍ଷଲକ୍ଷ କଇଁଛ କୂଳକୁ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା କୁ ପ୍ରାଧାନ୍ୟ ଦେଉଛନ୍ତି ସରକାର ।
ମାତ୍ର ୧୦ ଟଙ୍କାରେ ରୋଗୀ ଦେଖୁଛନ୍ତି ଡାକ୍ତର; ମାଆଙ୍କୁ ଦେଇଥିବା କଥା ପାଳନ କରୁଛନ୍ତି
ଅଧିକ ପଢନ୍ତୁ .....
ଓଡିଶାର ଦେବୀନଦୀ , ଋଷିକୁଲ୍ୟା,ଗହିରମଥା ଓ ଧାମରା ମୁହାଣ ରେ ଏଭଳି ପ୍ରତିବନ୍ଧକ ଲାଗାଯାଇଛି । ତେବେ ଏହି କଟକଣାକୁ ନେଇ ମତ୍ସ୍ୟଜୀବୀ ଚିନ୍ତାରେ। ସରକାରଙ୍କ ପକ୍ଷରୁ ମତ୍ସ୍ୟଜୀବୀ ଓ ବୋଟ୍ ମାଲିକଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଥିବା ବେଳେ ଜଙ୍ଗଲ ବିଭାଗ ଓ ମତ୍ସ୍ୟ ବିଭାଗ ପକ୍ଷରୁ ମିଳିତ ପେଟ୍ରୋଲିଂ କରାଯିବା ସହ ଯଦି କୌଣସି ଡଙ୍ଗା କି ବୋଟ୍ କଟକଣା କୁ ନମାନି ମାଛ ଧରନ୍ତି ସେମାନଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସହକାରୀ ମତ୍ସ୍ୟ ଅଧିକାରୀ କହିଛନ୍ତି। ସେପଟେ ଶ୍ରୀଲଙ୍କା ଉପକୂଳରୁ ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ଆଗମନ ସମୟ ପାଖେଇଲା ।
ଆଜିଠୁ କାର୍ତ୍ତିକ ମାସର ପଞ୍ଚକ ଓ ବଡଓଷା ଯାତ୍ରା : ଧବଳେଶ୍ବର ପୀଠରେ ସ୍ବତନ୍ତ୍ର ରୀତିନୀତି
ସୁରକ୍ଷିତ ଭାବେ କଇଁଛଙ୍କ ଗଣଅଣ୍ଡାଦାନ ଲାଗି ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଅଲିଭ୍ରିଡ୍ଲେ ଅଣ୍ଡାଦାନ କରୁଥିବାରୁ ସେହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବ। ଆଜିଠାରୁ ଋଷିକୁଲ୍ୟା ମୁହାଣର ଉଭୟ ପାର୍ଶ୍ବ ଆର୍ଯ୍ୟପଲ୍ଲୀ ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ପ୍ରାୟ ୨୦କିଲୋମିଟର ଅଞ୍ଚଳକୁ ନୋ-ଫିସିଂ ଜୋନ୍ ଘୋଷଣା କରାଯାଇଛି ।
ରାଜସ୍ବ ନିରୀକ୍ଷକ ପଦୋନ୍ନତି ନିର୍ଦ୍ଦେଶ ଓଡ଼ିଶା ହାଇକୋର୍ଟରେ ରଦ୍ଦ
୨୦୨୬ ମେ ୩୧ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ନଭେମ୍ବର ପ୍ରଥମ ସପ୍ତାହ ପରେ ସମୁଦ୍ର ଭିତରେ କଇଁଛଙ୍କ ମିଳନ ଆରମ୍ଭ ହେବ। ନଭେମ୍ବରରୁ ଜାନୁଆରି ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ମାର୍ଚ୍ଚରେ ଅଣ୍ଡାଦାନ ହେବ ବୋଲି ଜଣାପଡ଼ିଛି। ଗତବର୍ଷ ୨୦୨୪-୨୫ରେ ପ୍ରାୟ ୯ ଲକ୍ଷ କଇଁଛ ଗଣଅଣ୍ଡାଦାନ କରିଥିଲେ । ଯାହା ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିଥିଲା। ଏଥର ପାଗ ଅନୁକୂଳ ରହିଲେ ପୁଣିଥରେ ଋଷିକୁଲ୍ୟା ମୁହାଣ ନିକଟରେ ଲକ୍ଷାଧିକ କଇଁଛଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/11/01/23-2025-11-01-09-55-48.jpg)