Smuggling marijuana Photograph: (KanakNews)
କନକ ବ୍ୟୁରୋ: ଗଞ୍ଜେଇ ଚାଲାଣକାରୀଙ୍କ ହବ୍ ପାଲଟିଛି ରାଉରକେଲା ରେଳ ଷ୍ଟେସନ । ଆରପିଏଫ, ପାର୍ସଲ କର୍ମଚାରୀଙ୍କ ସହ ଭିତିରି ସଲାସୁତୁରା କରି ରାଉରକେଲାରୁ ଟ୍ରେନ୍ ଯୋଗେ ଦିଲ୍ଲୀ, ଝାଡ଼ଖଣ୍ଡ ଓ ବିହାର ଭଳି ରାଜ୍ୟକୁ ଚାଲାଣ ହେଉଛି ଗଞ୍ଜେଇ । ସମ୍ବଲପୁର- ଜମ୍ମୁତାୱି ଏକ୍ସପ୍ରେସ୍ ଟ୍ରେନ୍ରେ ଏକ ପାର୍ସଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଦୁଇଟି ପ୍ଲାଷ୍ଟିକ୍ ବସ୍ତାରେ ୬୪ଟି ସ୍କୁଲ ବ୍ୟାଗରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରିଛି ଆରପିଏଫ୍ । ଜବତ ଗଞ୍ଜେଇର ମୁଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । 
ଗଞ୍ଜେଇ ଚାଲାଣର ନୂଆ ଫର୍ମୁଲା: କେତେବେଳେ ମାଛଗାଡ଼ି ତ କେତେବେଳେ ପରିବା ଗାଡ଼ି
ଏପଟେ ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା । ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବକ୍ସି ଶିରିପୁର ଛକରେ ବହୁସଂଖ୍ୟାରେ ମହିଳା ଏକାଠି ହୋଇ ବେଆଇନ ମଦ ବିକ୍ରିକୁ ବିରୋଧ କରିଛନ୍ତି । ଖବର ପାଇ ମୁନିଗୁଡା ପୁଲିସ ପହଞ୍ଚି ମଦ ଜବତ କରିଛି । ଦୋକାନୀକୁ ଥାନାକୁ ଉଠାଇ ନେଇଛି । ଏହି ମହିଳାମାନେ ମଦବିକ୍ରି ବନ୍ଦ ପାଇଁ ପୂର୍ବରୁ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ତାସତ୍ୱେ ମଦ ବିକ୍ରି ବନ୍ଦ ନହେବାରୁ ଉତ୍ତ୍ୟକ୍ତ ମହିଳା ମାନେ ମଦ ଧରି ପୁଲିସକୁ ଖବର ଦେଇଥିଲେ। ତେବେ ମଦ ବ୍ୟବସାୟିଙ୍କୁ ଥାନାକୁ ନେବା ସମୟରେ ମହିଳା ମାନେ ପୁଲିସ ଗାଡିକୁ ଘେରାଉ କରିଥିଲେ। ଫଳରେ ପୁଲିସକୁ ନାକେଦମ ହେବାକୁ ପଡିଥିଲା ।
 
 
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2024/11/27/2024-11-27t060618923z-rrrr.jpg ) 
                                
                             Follow Us
 Follow Us/kanak/media/media_files/2025/10/31/smuggling-marijuana-2025-10-31-09-47-52.jpg)