କନକ ବ୍ୟୁରୋ: ନୂଆନୂଆ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ ପରିବା ବୋଝେଇ ଭ୍ୟାନ୍ରୁ ଗଞ୍ଜେଇ ଜବତ । ମାଲକାନଗିରିରୁ ଉତ୍ତରପ୍ରଦେଶ ଚୋରା ଚାଲାଣ ବେଳେ ୧୫୦ କିଲୋ ଗଞ୍ଜେଇ ଧରାପଡ଼ିଛି । ଯାହାର ବଜାର ଦର ୩୦ ଲକ୍ଷରୁ ଅଧିକ ଟଙ୍କା ହେବ । ସେପଟେ ମାଛଗାଡ଼ିରେ ବୌଦ୍ଧରୁ ବାଲେଶ୍ବର ଚାଲାଣ ବେଳେ ଗଞ୍ଜେଇ ଜବତ କରିଛି କଟକ ଫ୍ଲାଇଂ ସ୍କ୍ବାଡ୍ । ଗଞ୍ଜେଇ ନେଇ ଯାଉଥିବା ୨ ଜଣଙ୍କୁ ଗିରଫ କରାଯାଇଛି ।
ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଏକ କଦଳୀ ବୋଝେଇ ପିକ୍ଅପ ଭ୍ୟାନ୍ରୁ ଗଞ୍ଜେଇ ଜବତ ହୋଇଛି । ଅବକାରୀ ବିଭାଗ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଖବର ପାଇ ଗୋଲାପଡ଼ା ଛକରେ ଗାଡ଼ିକୁ ଅଟକାଇଥିଲା । ଯାଞ୍ଚ ବେଳେ ୩୦ଟି କଦଳୀ କାନ୍ଦି ତଳେ ୪ ବସ୍ତା ଗଞ୍ଜେଇ ଥିବା ଜଣାପଡ଼ିଥିଲା ।
ବିଭିନ୍ନ ସମୟରେ ଅବକାରୀ ବିଭାଗ ଓ ପୁଲିସକୁ ଚକ୍ମା ଦେବାକୁ ଚେଷ୍ଟା କରୁଛନ୍ତି ଗଞ୍ଜେଇ ମାଫିଆ । ହେଲେ ଅପରେସନ୍ ପ୍ରହାର ମାଧ୍ୟମରେ ସାବାଡ୍ କରିବାକୁ ଜୋରଦାର ପ୍ରୟାସ ଚଳାଇଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/12/31-2025-10-12-20-20-23.jpg)