କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ପାଲଟିଛି ଗଞ୍ଜେଇ କାରବାର । କୋରାପୁଟ ହାଣ୍ଡିଫୁଟ ଛକ ନିକଟରେ ପୁଲିସ୍ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ହେଲେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଗଞ୍ଜେଇ ମାଫିଆ । ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ୍ ରେଳ ଷ୍ଟେସନ ନିକଟରେ ଚଢାଉ କରି ୨୭ କିଲୋ ଗଞ୍ଜେଇ ଜବତ କରିଛି । ଏଥିସହ ଚୋରା ଚାଲାଣରେ ସମ୍ପୃକ୍ତି ଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ବୈପାରୀଗୁଡ଼ାରେ ନାଇଟ୍ ପେଟ୍ରୋଲିଂ ବେଳେ ଏକ ନମ୍ବର ବିହୀନ ଅଟୋ ସହ ୧ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିଛି ପୁଲିସ୍ । ହେଲେ ଗଞ୍ଜେଇ ଚାଲାଣକାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି ।
ରାଜ୍ୟରେ ଚିନ୍ତା ପାଲଟିଛି ଗଞ୍ଜେଇ କାରବାର; ରାୟଗଡ଼ା ଗୁଣୁପୁରରେ ଗଞ୍ଜେଇ ଜବତ ସହ ୨ଜଣ ଗିରଫ
ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ୍ ରେଳ ଷ୍ଟେସନ ନିକଟରେ ଚଢାଉ କରି ୨୭ କିଲୋ ଗଞ୍ଜେଇ ଜବତ କରିଛି । ଏଥିସହ ଚୋରା ଚାଲାଣରେ ସମ୍ପୃକ୍ତି ଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
/kanak/media/media_files/2025/09/16/ganja-2025-09-16-18-01-39.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)