କନକ ବ୍ୟୁରୋ : ଆସନ୍ତାକାଲି ବିହାରରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ । ଏହା ପୂର୍ବରୁ ଜେଡିୟୁ ଓ ବିଜେପି ବିଧାୟକ ଦଳର ବୈଠକ ହୋଇଛି । ନୀତୀଶ କୁମାର ଜେଡିୟୁର ବିଧାୟକ ଦଳ ନେତା ହୋଇଛନ୍ତି । ସେହିପରି ବିଜେପିର ନେତା ହୋଇଛନ୍ତି ସମ୍ରାଟ ଚୌଧୁରୀ । ନୀତୀଶ କୁମାର ଦଶମଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଚନ୍ତି । ନୀତୀଶଙ୍କ ସରକାରରେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ପୁଣି ଉପମୁଖ୍ୟମନ୍ତ୍ରୀ ହେବେ । ପାଟନାରେ ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଧାୟକ ବିଧାୟକ ଦଳ ବୈଠକରେ ତା’ର ପୁରୁଣା ଚେହେରା ଉପରେ ଆସ୍ଥା ଦେଖାଇଛି ।
ଅଧିକ ପଢ଼ନ୍ତୁ--ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା । ସଚେତନ ହେବେ ଲୋକେ, କମିବ ଦୁର୍ଘଟଣା ହାର
ସେହିପରି ଆଉ କିଛି ସମୟରେ ଏନଡିଏର ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ବୈଠକରେ ନୀତୀଶ କୁମାରଙ୍କୁ ଆନୁଷ୍ଠାନିକ ଭାବେ ଏନଡିଏର ନେତା ବିବେଚିତ କରାଯିବ । ଏହା ପରେ ରାଜ୍ୟପାଳଙ୍କ ନିକଟରେ ନୂଆ ସରକାର ଗଠନ ପାଇଁ ଦାବି କରିବ ଏନଡିଏ । ଏହାପରେ ବିହାର ବିଧାସଭାକୁ ଭଙ୍ଗ କରାଯିବ । ଆସନ୍ତାକାଲି ଐତିହାସିକ ଗାନ୍ଧୀ ମଇଦାନରେ ଆୟୋଜିତ ଶପଥ ସମାରୋହରେ ନୀତୀଶ କୁମାରଙ୍କ ସହ କିଛି ମନ୍ତ୍ରୀ ଶପଥ ନେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ, ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ରହିବେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ଶପଥ ସମାରୋହରେ ସାମିଲ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/19/nitish-2025-11-19-15-20-07.jpg)