କନକ ବ୍ୟୁରୋ : ବିହାର ନିର୍ବାଚନ ଫଳାଫଳ ଆସିନାହିଁ । ଭୋଟ ଗଣତି ଚାଲିଛି । ଆଉ ଏହି ଭୋଟ ଗଣତିରୁ ସ୍ପଷ୍ଟ ହୋଇଛି କି ବିହାରରେ ଏନଡିଏ ସରକାର ଗଠନ କରିବାକୁ ଯାଉଛି । ଗୋଟିଏ ପଟେ ମହାମେଣ୍ଟର ମୁଖ୍ୟ ଦଳ ଆରଜେଡି ବିରୋଧୀ ଆସନରେ ବସିବାକୁ କସରତ କରୁଥିବା ବେଳେ ବାମଦଳ ଓ କଂଗ୍ରେସ ଏକ ପ୍ରକାର ସଫା ହୋଇଯାଇଛନ୍ତି । 

Advertisment

Election Result With Kanak News : ବିହାରରେ କାହାର ସରକାର ? ନୂଆପଡ଼ାରେ କିଏ ମାରୁଛି ବାଜି ?

ଏସବୁ ଭିତରେ କିନ୍ତୁ ଗୋଟିଏ ରାଜନୈତିକ ଗଣିତ ଜେଡିୟୁକୁ ଅଶଂକାରେ ପକାଇଛି । କାରଣ ଏପର୍ଯ୍ୟନ୍ତ ଆସିଥିବା ଫଳାଫଳ ମୁତାବକ ଏନଡିଏ ୨୦୮ ଆସନରେ ଆଗୁଆ ରହିଛି । ଯେତେବେଳେ ସରକାର ଗଠନ ପାଇଁ ଏନଡିଏକୁ ୧୨୨ ଆସନର ଆବଶ୍ୟକତା ରହିଛି । ଏବେର ଟ୍ରେଣ୍ଡ ସ୍ପଷ୍ଟ କରୁଛି କି ଏନଡିଏ ବିହାରରେ ସରକାର କରିବାକୁ ଯାଉଛି । ହେଲେ ଏହାକୁ ବିଶ୍ଳେଷଣ କଲେ ଜଣାପଡ଼ୁଛି କି ଜେଡିୟୁକୁ ଛାଡ଼ି ଏନଡିଏ ସରକାର ଗଠନ କରିପାରିବ । କାରଣ ବିଜେପି ୯୬ ଆସନରେ ଆଗୁଆ ଥିବା ବେଳେ ସହଯୋଗୀ ଦଳ ଏଲଜେପି ୧୯ ଆସନରେ ଆଗୁଆ ରହିଛି । ସେହିଭଳି ଜିତନରାମ ମାଞ୍ଝୀଙ୍କ ହମ୍ ୫ ଟି ଆସନରେ ଆଗୁଆ ରହିଛି । ସେହିଭଳି ଉପେନ୍ଦ୍ର କୁଶୱାହାଙ୍କ ପାର୍ଟି ସହ ଅନ୍ୟାନ୍ୟ ଦଳ ଏବେ ବି ୯ଟି ଆସନରେ ଆଗୁଆ ରହିଛନ୍ତି । 

ବିରୋଧୀ ଦଳ ନେତା ବି ହେଇପାରିବେନି ତେଜସ୍ୱୀ ? ନିଜ ସିଟ୍‌ରେ ହିଁ ପଛରେ ପଡ଼ିଗଲେ

ଏହି ଆଗୁଆ ଥିବା ପ୍ରାର୍ଥୀମାନେ ଯଦି ବିଜୟୀ ହୁଅନ୍ତି ତେବେ ଜେଡିୟୁକୁ ଛାଡ଼ି ଏନଡିଏ ପାଖରେ ୧୨୯  ଆସନ ହୋଇଯିବ । ମାତ୍ର ସରକାର ଗଠନ ପାଇଁ ଏନଡିଏକୁ ୧୨୨ ଆସନ ଆବଶ୍ୟକ ରହିଛି । ସେପଟେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଚାଲିଥିବା ଆଲୋଚନା ପର୍ଯ୍ୟାଲୋଚନା ଭିତରେ ବିଜେପିର ଅନେକ ନେତାଙ୍କ ବୟାନ କିନ୍ତୁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ପ୍ରଥମରୁ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ କି ନିର୍ବାଚନ ଫଳାଫଳ ଆସିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ସେନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ । ଏବେ ଯଦି ନୀତିଶ କୁମାରଙ୍କ ଜେଡିୟୁକୁ ଛାଡ଼ି ଏନଡିଏ ବହୁମତ ହାସଲ କରୁଛି ତେବେ ବିଜେପି ନୀତିଶକୁମାରଙ୍କୁ ଛାଡ଼ି ସରକାର ଗଠନ କରିବ କି ?