କନକ ବ୍ୟୁରୋ : ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା । ଭୁବନେଶ୍ୱରର ଏଜି ଛକରେ ସ୍ଥାପନ ହେବ ଓଡ଼ିଶା ସଡ଼କ ଦୁର୍ଘଟଣା ଘଣ୍ଟା । ସଡ଼କ ଦୁର୍ଘଟଣା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ସକାରାତ୍ମକ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଲାଗିବ ଘଣ୍ଟା । ମେସର୍ସ ଆଡସଫ୍ଟ ଟେକ୍ନୋଲୋଜି ଲିମିଟେଡ୍ ପକ୍ଷରୁ ଦୁର୍ଘଟଣା ଘଣ୍ଟା ପାଇଁ ଏକ ବାହ୍ୟ ଭିଡିଓ ୱାଲ୍ ପାଇଁ ଏକ ଟେକ୍ନୋ-କମର୍ସିଆଲ୍ ପ୍ରସ୍ତାବ ମଧ୍ୟ ପ୍ରାପ୍ତ ହୋଇଛି । ପରିବହନ କମିଶନରଙ୍କ ସହ ପରାମର୍ଶ କରି ଦୁର୍ଘଟଣା ଘଣ୍ଟା ସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଧେଶକ ଚିଠି ଲେଖିଛନ୍ତି ।
ଆଜିଠୁ ଆରମ୍ଭ ବିଶ୍ବ ଐତିହ୍ୟ ସପ୍ତାହ : ଏଏସଆଇ ପକ୍ଷରୁ ସୂଚନା ଆଜି ମାଗଣାରେ କୋଣାର୍କ ବୁଲିବେ ପର୍ଯ୍ୟଟକ
ଦିନକୁ ଦିନ ଦୁର୍ଘଟଣା ବଢ଼ିଚାଲିଥିବା ବେଳେ ଦୁର୍ଘଟଣାକୁ ରୋକିବା ପାଇଁ କିଛି ଏଭଳି ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ଲୋକେ ସଚେତନ ହେବେ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ କମିବ ବୋଲି ଆଶା ରହିଛି । ଏହାଛଡ଼ା ଲୋକେ ବି ସଚେତନ ହେବାର ଆବଶ୍ୟକତା ରହିଛି । କେବଳ ଭୁବନେଶ୍ୱରେ ଏହି ସଡ଼କ ଦୁର୍ଘଟଣା ଘଣ୍ଟା ଲାଗିଗଲେ ଲୋକେ ସଚେତନ ହୋଇଯିବେ ତା ନୁହେଁ । ଲୋକେ ଅନ୍ୟଙ୍କୁ ବି ସଚେତନ କରାଇବାର ଆବଶ୍ୟକତା ରହିଛି । ରାସ୍ତାରେ ଯିବା ସମୟରେ ଅନେକ ଦୃଶ୍ୟ ଦେଖିବାକୁ ମିଳିଥାଏ । କିଏ ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧିନଥାଏ ତ ଆଉ କିଏ ହେଲ୍ମେଟ୍ ପିନ୍ଧିଥିଲେ ବି ସେଫ୍ଟି ବେଲ୍ଟ ଲଗାଇନଥାନ୍ତି । ଯାହାଫଳରେ ହେଲମେଟ୍ ଲଗାଇ ବି ମଣିଷର ମୃତ୍ୟୁ ହୋଇଥାଏ । ତେଣୁ କେବଳ ହେଲମେଟ୍ ଲଗାଇଦେଲେ ହେବନି ସବୁ ଦିଗ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ହେଲମେଟ୍ ପିନ୍ଧିବା ସହ ସେଫ୍ଟି ବେଲ୍ଟ୍ ଲଗାଇବା । ଭଲ ବ୍ରାଣ୍ଡର ହେଲମେଟ୍ ଲଗାଇବା ବି ଗୁରୁତ୍ୱପୂର୍ଣ୍ଣ । ଶସ୍ତା ହେଲମେଟ୍ ଲଗାଇ ଚାଲାଣ କଟିବାରୁ ସିନା ବର୍ତ୍ତିଯାଇ ପାରିବେ କିନ୍ତୁ ଜୀବନ ଯିବାକୁ ରୋକିପାରିବେ ନାହିଁ । ନିଜେ ସଚେତନ ହେବା ସହ ଅନ୍ୟଙ୍କୁ ବି ସଚେତନ କରାନ୍ତୁ, ଜୀବନକୁ ସୁରକ୍ଷିତ ରଖନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/19/17-2025-11-19-13-29-05.jpg)