କନକ ବ୍ୟୁରୋ:  ଅନେକ ସମୟରେ ନଦୀରେ ଅଘଟଣ ଘଟୁଛି । ନଦୀରେ ଭାସି ଅକାଳରେ ଜୀବନ ଚାଲିଯାଉଛି । କାରଣ ନଈକୂଳିଆ ସବୁ ଲୋକଙ୍କୁ ଉଦ୍ଧାର ପ୍ରକ୍ରିୟା ଜଣାନାହିଁ । ତେଣୁ ଗଂଜାମ ଜିଲ୍ଲାର ନଦୀକୂଳିଆ ଲୋକଙ୍କୁ ତାଲିମ୍‌ ଦେଇଛନ୍ତି ଏନ୍‌ଡିଆରଏଫ୍‌ ଅଧିକାରୀ । ବୁଡ଼ି ଯାଉଥିବା ଲୋକଙ୍କୁ କିପରି ଉଦ୍ଧାର କରାଯିବ? ଉଦ୍ଧାର ପରେ ମେଡ଼ିକାଲ ନେବା ପୂର୍ବରୁ କ'ଣ କରିବା ଜରୁରୀ ? ବନ୍ୟା ସମୟରେ କିପରି ସୁରକ୍ଷିତ ରହିବେ? ଏସବୁ ଡେମୋ ଦେଖାଇ ବୁଝାଇଛନ୍ତି ଏନ୍‌ଡିଆରଏଫ୍‌ ଯବାନ । 
 

Advertisment

ଶୁଖିଯାଉଛି ଚିତ୍ରୋତ୍ପଳା: ଚିନ୍ତାରେ ନଈକୂଳିଆ ଲୋକେ, ପଡ଼ିଆ ପଡୁଛି ଚାଷଜମି

ଋଷିକୂଲ୍ୟା ଓ ବଡ଼ ନଦୀର ମଧ୍ୟ ଭାଗରେ ରହିଛି ଆସିକା ସହର । ସବୁବର୍ଷ ବର୍ଷା ଦିନେ ନଦୀ ଦୁଇଟିରେ ବନ୍ୟା ପରିସ୍ଥିତି ଉପୁଜେ । ନଦୀରେ ଭାସି ଅନେକ ମୃତ୍ୟୁ ମୁଖରେ ପଡୁଛନ୍ତି । ଗତ ୪ତାରିଖରେ ଧରାକୋଟର ଶୁଭମ୍‌ ପ୍ରଧାନ ଋଷିକୂଲ୍ୟା ନଦୀରେ ଭାସି ଯାଇଥିଲେ । ସେହିପରି ୧୬ ତାରିଖରେ ଆସିକା ବ୍ଲକ୍‌ ଗହଙ୍ଗୁ ଗାଁର ଦିଲ୍ଲୀପ ନାୟକ ବଡ଼ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ୧୯ ତାରିଖରେ ହରଭାଙ୍ଗି କେନାଲରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଥିଲା ।
 

ଢେଉ ମାଡରେ ନଦୀ ବନ୍ଧରୁ ଖସୁଛି ଅତଡା । ନଦୀ ଗର୍ଭକୁ ଚାଲିଯାଉଛି ଚାଷଜମି ଓ ଲୁଣା ଜଙ୍ଗଲ । ଚିନ୍ତାରେ ମହାକାଳପଡାରୁ ନଈକୂଳିଆ ଗ୍ରାମବାସୀ ।

ନଦୀବୁଡ଼ି ମୃତ୍ୟୁ ଅଘଟଣକୁ ଏଡ଼ାଇବା ପାଇଁ ପ୍ରୟାସ ଚାଲିଛି । ସ୍ଥାନୀୟ ଲୋକ କିଭଳି ସଚେତନ ହୋଇ ନିଜ ସୁରକ୍ଷା ନିଜେ କରିପାରିବେ ସେଥିପାଇଁ ସବୁ ପଞ୍ଚାୟତର ସରପଞ୍ଚ ଏବଂ ପ୍ରାଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଲୋକଙ୍କୁ ତାଲିମ ଦେଇଛନ୍ତି ଏନ୍‌ଡିଆର୍‌ଏଫର ତୃତୀୟ ବାଟାଲିୟନ୍‌ ଯବାନ।