ବିହାରରେ ସରକାର ଗଠନ ପାଇଁ ଆଜି ବସିବ ଏନଡିଏ ବିଧାୟକ ଦଳ ବୈଠକ

ବିହାରରେ ସରକାର ଗଠନ ପାଇଁ ଆଜି ବସିବ ଏନଡିଏ ବିଧାୟକ ଦଳ ବୈଠକ ।  ସରକାର ଗଢ଼ିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିବେ ନୀତୀଶ କୁମାର ।

ELECTION 45

Photograph: (KANAKNEWS)

କନକବ୍ୟୁରୋ  : ବିହାରରେ ସରକାର ଗଠନ ପାଇଁ ଆଜି ବସିବ ଏନଡିଏ ବିଧାୟକ ଦଳ ବୈଠକ ।  ସରକାର ଗଢ଼ିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିବେ ନୀତୀଶ କୁମାର । କିନ୍ତୁ ସରକାର ଗଠନ ପାଇଁ ଏନଡିଏର ସହଯୋଗୀ ଦଳଙ୍କ ମଧ୍ୟରେ ଭାଗବାଣ୍ଟ ଛିଡୁନି  ।  ବାଚସ୍ପତି ପଦ ପାଇଁ ଉଭୟ ବିଜେପି-ଜେଡିୟୁ ଦାବି କରୁଥିବା ନେଇ ସୂଚନା ମିଳିଛି ।  ବାଚସ୍ପତି ପଦବୀ ପୁଣି ଥରେ ନିଜ ହାତରେ ରଖିବାକୁ ବିଜେପି ଚାହୁଁଥିବା ବେଳେ ଜେଡିୟୁ ଏଥର ବାଚସ୍ପତି ପଦ ପାଇଁ ଦାବି କରିଛି ।  ତେବେ ଗତକାଲି ବିଜେପି ଓ ଜେଡିୟୁ ମଧ୍ୟରେ ହୋଇଥିବା ବୈଠକରେ ବାଚସ୍ପତି ପଦ ବିଜେପି ରଖିବ ବୋଲି ନିଷ୍ପତ୍ତି ହୋଇଥିବା କୁହାଯାଉଛି ।

ଅଧିକ ପଢନ୍ତୁ... ଆଜି ଆସିବ ପିଏମ୍ କିଷାନ ଟଙ୍କା : ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା

ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡା  ଜେଡିୟୁ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା ଏବଂ ଲଲନ ସିଂଙ୍କ ସହ ଆଲୋଚନା କରିଛନ୍ତି । ସେପଟେ  ଚିରାଗ ପାସୱାନଙ୍କ ଏଲଜେପି ଉପ-ମୁଖ୍ୟମନ୍ତ୍ରୀ ପଦବୀ ଦାବି କରୁଥିବା ଚର୍ଚ୍ଚା ହେଉଛି ।  ୧୯ ଆସନ ପାଇଥିବା ଚିରାଗଙ୍କ ଏଲଜେପି  ଦଳ ଏନଡିଏ ସପକ୍ଷରେ ଦଳିତ ଭୋଟରକୁ ଆକୃଷ୍ଟ କରିବାରେ ବେଶ ସହାୟକ ହୋଇଥିଲା ।  ଚିରାଗଙ୍କ ପରିବାରରୁ ଅରୁଣ ଭାରତୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦବୀ ଦେବାକୁ ଦାବି କରିଛି ଏଲଜେପି(ଆରଭି) ।  

ଅଧିକ ପଢନ୍ତୁ.... ସେ ପୁରୁଷ : ପଥର ନୁହେଁ ....

ଚଳିତ ସରକାରରେ ବିଜେପି ଦୁଇ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଥିଲା । ଏଥର ଉପ-ମୁଖ୍ୟମନ୍ତ୍ରୀ କିଏ କିଏ ହେଉଛନ୍ତି ତାହା ଉପରେ ସମସ୍ତରଙ୍କର ନଜର ରହିଛି ।  ସେପଟେ ଶପଥ ଗ୍ରହଣ ଉତ୍ସବ ହେବାରୁ ବିହାର ଗାନ୍ଧୀ ଗାନ୍ଧୀ ମୈଦାନରେ ସମୀକ୍ଷା କରିଛନ୍ତି ବିହାର ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ।
--
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe