କନକବ୍ୟୁରୋ : ପିଲାଟି ଦିନରୁ ଶିଖାଇ ଦିଆଯାଏ... ପୁଅ ପିଲାଟା ପରା କାନ୍ଦୁଛୁ କ 'ଣ... ଛି... ପୁଅ ପିଲାମାନେ କାନ୍ଦନ୍ତିନି । ବଡ଼ ହେଲେ ଆମକୁ ସମ୍ଭାଳିବୁ... ବାସ୍ ସେହିଦିନଠାରୁ ହିଁ ଦାୟିତ୍ୱବାନ ହୋଇଯାଆନ୍ତି ପୁରୁଷମାନେ । ବିନା କୌଣସି ଅଭିଯୋଗରେ ଦାୟିତ୍ୱର ବୋଝ କାନ୍ଧେଇ ନିଏ ପୁରୁଷଟିଏ । ସେ ଜଣେ ବାପା.... ଜଣେ ପୁଅ... ଜଣେ ଭାଇ ଓ ଜଣେ ସ୍ୱାମୀ ହୋଇ ସବୁ ସହିଯାଏ ।
ଅଧିକ ପଢନ୍ତୁ... ୨ବର୍ଷରେ ୫୨୩ ମାଓବାଦୀ ନିହତ : ୭ ମାଓନେତା ମୃତ, ଏବେ ବି ସକ୍ରିୟ ୮
ବାପାଟିଏ ହୋଇଥିଲେ ଭୋକରେ ରହି ନିଜ ପିଲାଙ୍କ ଖାଇବା ଯୋଗାଡ଼ କରେ... ଭାଇ ହେଲେ ଭଉଣୀକୁ ସୁରକ୍ଷା ଦିଏ... ପୁଅ ହେଲେ ବୟସ ବଢ଼ିବା ସହ ବାପାମାଆଙ୍କ ସାହାର ପାଲଟି ଯାଏ ... ଆଉ ସ୍ୱାମୀ ହୋଇଥିଲେ ସଂଘର୍ଷ ଭିତରେ ସ୍ତ୍ରୀ ପରିବାର କଥା ଭାବି ଭାବି ଦିନ କାଟିଦିଏ... ହଁ ସିଏ ପୁରୁଷଟିଏ...
ଏ ତମାମ ଦାୟିତ୍ୱ ଭିତରେ ତା କଥା କିଏ କେବେ ବୁଝିଛି କି...? କେବେ ତା ଚେହେରା ଭିତରେ ଲୁଚି ରହିଥିବା ଥକାପଣକୁ କିଏ ଦେଖିଛି କି ? କିଏ କେବେ ତାକୁ ପଚାରିଛି କି ସେ କେମିତି ଅଛି ? ଗୁମ୍ସୁମ୍ ରହୁଥିବା ପୁରୁଷର ବେଦନାକୁ କେହି କେବେ ବୁଝିଛି କି ?
ଅଧିକ ପଢନ୍ତୁ... ରିୟଲଟି ମଞ୍ଚରୁ ରାଜନୀତି; ମନ ଜିତିଲେ ମୈଥିଳୀ ଠାକୁର
ପ୍ରତିଦିନ ନିଜକୁ କେତେ ଥର ଭାଙ୍ଗି କେତେ ଥରେ ଗଢ଼େ ହିସାବ ନାହିଁ । କେହି ମନେ ରଖିଛନ୍ତି ନାହିଁ ଯେ... ସେ ବି ମଣିଷଟିଏ... ସେ ସ୍ନେହ ଦିଏ.... ପ୍ରତିବଦଳରେ ସେ ବି ଭଲ ପାଇବା ବି ଖୋଜିଥାଏ । ତାର ବି କାନ୍ଦିବାର ଅଧିକାର ଅଛି... ଭାବନାର ସ୍ୱାଧୀନତା ତାର ବି ଅଛି । ତା କଥା ବି ଶୁଣିବା ସମାଜର ଦାୟିତ୍ୱ । କାରଣ ସେ ବି ବେଳେବେଳେ ଦୁର୍ବଳ ହୋଇଯାଏ ।
ତାକୁ ସାହାର ଦରକାର ହୁଏ... ତାକୁ ଭୟ ଲାଗେ... ତା ଆଖିରୁ ବି ଲୁହ ଝରେ... ତା ମନକୁ ବି କଷ୍ଟ ହୁଏ... ଦାୟିତ୍ୱ ବୋଝ ଭିତରେ ପୁରୁଷର ଖୁସି କେବେ ମଉଳି ନଯାଉ । ଏ ପୁରୁଷ ଦିବସର ସାର୍ଥକତା ସେବେ ପୂରଣ ହେବ ଯେବେ ଏ ସମାଜରେ ପ୍ରତ୍ୟେକ ପୁରୁଷ କେବଳ ପୁରୁଷ ନୁହେଁ ବରଂ ହୃଦୟ ଥିବା ମଣିଷ ଭଳି ଜୀବନ ବିତାଇବେ ।
ଅନ୍ତର୍ଜାତୀୟ ପୁରୁଷ ଦିବସରେ କନକ ନ୍ୟୁଜ ତରଫରୁ ଅନେକ ଅନେକ ଶୁଭେଚ୍ଛା...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/19/international-mens-2025-11-19-07-55-41.jpg)