କନକବ୍ୟୁରୋ : ଚାଷୀଙ୍କ ପାଇଁ ଖୁସୀ ଖବର।  ଆଜି ଆସିବ ପିଏମ କିଷାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯିବ ।  ୯ କୋଟି କୃଷକଙ୍କ ପାଖକୁ ପଠାଯିବ  ୧୮ହଜାର  କୋଟି ଟଙ୍କା ।  ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯିବ ।  ତାମିଲନାଡୁର କୋଇମ୍ବାଟୋରରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

Advertisment

ଅଧିକ ପଢନ୍ତୁ... ସେ ପୁରୁଷ : ପଥର ନୁହେଁ ....

ଏନେଇ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସୁଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନର ୨୧ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହେବ ।  କୃଷି ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ) ଯୋଜନା ଅଧୀନରେ, ୨୧ତମ କିସ୍ତିର ଟଙ୍କା ଆଜି ସମସ୍ତ ଯୋଗ୍ୟ ଚାଷୀଙ୍କୁ ଦିଆଯିବ ।

ଅଧିକ ପଢନ୍ତୁ... ୨ବର୍ଷରେ ୫୨୩ ମାଓବାଦୀ ନିହତ : ୭ ମାଓନେତା ମୃତ, ଏବେ ବି ସକ୍ରିୟ ୮

କେନ୍ଦ୍ର ସରକାର ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ ଥର ପାଇଁ  ଗତ ଅଗଷ୍ଟ ୨ ତାରିଖରେ ୨୦ ତମ କିସ୍ତି ପ୍ରଦାନ କରିଥିଲେ । ଏହି ଯୋଜନା ଅଧିନରେ ଭାରତ ସରକାର ସାରା ଦେଶର ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତି ।  ଏହି ୬୦୦୦ ଟଙ୍କା ପ୍ରତି ୪ ମାସରେ ୨ ହଜାର ଟଙ୍କାର ୩ ଟି କିସ୍ତି ଆକାରରେ ଚାଷୀମାନଙ୍କୁ ଦିଆଯାଏ  ।