କନକ ବ୍ୟୁରୋ: ରାୟଗଡ଼ା ନିୟମଗିରିୁ ଫେରିଲେ ନକ୍ସଲ । ଡଙ୍ଗରିଆଙ୍କୁ ଗାଁ ବାହାରକୁ ଯିବା ମନା । ଶାନ୍ତ ପରିବେଶ ଅଶାନ୍ତ ହେବାକୁ ଯାଉଛି। ନିମୟଗିରି ପାହାଡ଼କୁରେ ନକ୍ସଲ ଗତିବିଧିକୁ ବଢ଼ାଇବା ସହ ଡଙ୍ଗରିଆଙ୍କ ଉପରେ କଟକଣା ଲାଗୁ କରିଛନ୍ତି। ତେଣୁ ଆଦିମ ଜନଜାତିଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବଡ଼ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା ବେଳେ ପୁଲିସ ପରିସ୍ଥିତି ସଂପର୍କରେ ଭଲ ରୂପେ ଅବଗତ ରହିଛି । ୧୫ବର୍ଷ ତଳେ ସଂପୂର୍ଣ୍ଣ ନିମୟଗିରି ଅଞ୍ଚଳକୁ ଅକ୍ତିଆର କରି ରଖିଥିଲେ ନକ୍ସଲ । ବିକାଶକୁ ସିଧାସଳଖ ବିରୋଧ କରିବା ସହ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କୁ ନିୟନ୍ତ୍ରଣରେ ରଖିଥିଲେ । ସୁଯୋଗ ମିଳିଲେ ଡଙ୍ଗରିଆଙ୍କୁ ଢାଲ କରି ହିଂସା ଘଟାଉଥିଲେ। ତେବେ ଅପରେସନ୍ ବଢ଼ିବା ସହ କେନ୍ଦ୍ରୀୟ ସୁରକ୍ଷା ବଳ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରିବାରୁ ନକ୍ସଲ ଏହି ଅଞ୍ଚଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଏକାଧିକ ଟପ୍ ନକ୍ସଲ ନିହତ ହେବାରୁ ନିୟମଗିରିକୁ ଶାନ୍ତି ଫେରିଥିଲା । କାଁ ଭାଁ ଗତିବିଧି ରହିଥିଲେ ସୁଦ୍ଧା ହିଂସା ଘଟାଇବାକୁ ସୁଯୋଗ ପାଉନଥିଲେ ନକ୍ସଲ ।
ଅଧିକ ପଢନ୍ତୁ: ସରଣ୍ଡାରେ ନକ୍ସଲମୁକ୍ତ ଅଭିଯାନ ଜୋରଦାର : ଏପର୍ଯ୍ୟନ୍ତ ନିହତ ହେଲେଣି ୧୭ ନକ୍ସଲ
କିନ୍ତୁ ଗତ କିଛି ଦିନ ହେଲା ନିମୟଗିରି ଅଞ୍ଚଳରେ ଅଚାନକ ନିରବତା ଛାଇ ଯାଇଛି। ଆତଙ୍କର ବାତାବରଣ ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ବାରା ନକ୍ସଲ ଅପରେସନ୍ ଜୋରଦାର ହେବାରୁ ବହୁ କ୍ୟାଡର ନକ୍ସଲ ନିହତ ହୋଇଛନ୍ତି । ଅଳ୍ପ କିଛି ନକ୍ସଲ ଜୀବନ ବଞ୍ଚାଇ ପୁନର୍ବାର ନିୟମଗିରି ଫେରିବା ସହ ପୁଣି ଡଙ୍ଗରିଆଙ୍କୁ ଢାଲ କରିଛନ୍ତି । ଯଦିଓ ଏଯାଏ କୌଣସି ହିଂସା ଘଟାଇ ନାହାନ୍ତି । କିନ୍ତୁ କିଛି ଦିନ ତଳେ ମୁନିଗୁଡ଼ା ବ୍ଲକ୍ରେ ବ୍ୟାନର ଲଗାଇ ଉପସ୍ଥିତି ଜାହିର କରିଥିଲେ । ସତ୍ୟତମ ସୂଚନା ଅନୁସାରେ ନିୟମଗିରି ଅଞ୍ଚଳର କିଛି ଡଙ୍ଗରିଆ କନ୍ଧ କଳାହାଣ୍ଡି ଜିଲ୍ଲାର ଗୋଟିଏ କଂପାନିକୁ ନିୟମିତ କାମ କରିବାକୁ ଯାଉଛନ୍ତି । ଏହି ଯୁବକଙ୍କୁ କାମ କରିବାକୁ କଂପାନି ନ ଯିବା ଲାଗି କୁହାଯାଉଛି। ଗାଁରେ ରହି ପାହାଡ଼ରେ ଚାଷ କରିବାକୁ ଚାପ ପକାଯାଉଛି । କେଶରପାଡି, ସେରକାପାଡି, ବାଟୁଡି, ଖାମ୍ବେସି ଓ ଜାରପା ଆଦି ଗାଁର ଯୁବକଙ୍କୁ ଗାଁ ବାହାରକୁ ନଯିବା ପାଇଁ ନକ୍ସଲ ବାରମ୍ବାର କହୁଥିବା ସୂଚନା ମିଳିଛି। ଭୟରେ ଡଙ୍ଗରିଆ ଯୁବକ ମୁହଁ ଖୋଲୁନାହାନ୍ତି । ତେବେ ଡଙ୍ଗରିଆ ଗାଁ ଗୁଡ଼ିକରେ ନକ୍ସଲଙ୍କ ଏଭଳି ବାରଣ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚାଷ କଲେ ଆମକୁ କ’ଣ ମିଳୁଛି ବୋଲି ପ୍ରଶ୍ନ କରିବା ସହ କାମକୁ ଯିବା ଜାରି ରଖିଛନ୍ତି। ସେହିପରି ଏବେ ମଧ୍ୟ ନକ୍ସଲଙ୍କୁ କିଛି ଗ୍ରାମବାସୀ ପୂର୍ଣ୍ଣ ସମର୍ଥନ କରୁଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/25/dongria-niyamgiri-2026-01-25-08-25-16.jpg)