କନକ ବ୍ୟୁରୋ : ଦୋହଲୁଛି ବିଜେଡିର ଗଡ଼ । ମୋହନ-ମନମୋହନଙ୍କ ଗୋଟି ଚାଳନାରେ ଛଟପଟ ହେଲାଣି ବିଜେଡି । ଭୋଟ୍ ବ୍ୟାଙ୍କ ଭୁଶୁଡ଼ିବାକୁ ବସିଲାଣି । ସ୍ଥିତି ଗମ୍ଭୀର ହେଉଥିବା ଜାଣି ଘର ସଜାଡ଼ିବାକୁ ଆରମ୍ଭ ହୋଇଛି ସଜବାଜ । ନିଜ ସଂଗଠନର ଅସ୍ତିତ୍ୱ ବଂଚାଇବାକୁ ଗେମ୍ ପ୍ଲାନ ବଦଳାଇଛନ୍ତି ନବୀନ । ନିଜେ ଗ୍ରାଉଣ୍ଡକୁ ଯାଇପାରୁନଥିବାରୁ ଖୋଲିଛନ୍ତି ନବୀନ ନିବାସ ଫାଟକ ।
ବିଜେଡିର ତୃଣମୂଳ ସଂଗଠନ ଦୋହଲିଗଲାଣି । ନିଇତି ଦଳକୁ ମୁହଁ ମୋଡ଼ି ବିଜେପି କ୍ୟାମ୍ପକୁ ଯାଉଛନ୍ତି ବିଜେଡି କର୍ମୀ । ପଂଚାୟତ ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ବ୍ଲକ ଦଖଲ କରୁଛି ଶାସକ ଦଳ । ଏସବୁ ବିଜେଡି ମୁଣ୍ଡକୁ ଗୋଳମାଳ କଲାଣି । ସେପଟେ ସାଧାରଣ ନିର୍ବାଚନର ୧୮ ମାସ ପରେ ବି ନୂଆପଡ଼ାକୁ ଛାଡ଼ି ଅନ୍ୟ ଜିଲ୍ଲା ଗସ୍ତରେ ଯାଇନାହାନ୍ତି ବିଜେଡି ସଭାପତି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଏବେ ଅସଜଡ଼ା ସଂଗଠନକୁ ଟ୍ରାକକୁ ଆଣିବାକୁ ଆରମ୍ଭ ହୋଇଛି ଉଦ୍ୟମ , ରଣନୀତିକାର ବଦଳାଇଛନ୍ତି ନିଷ୍ପତ୍ତି । ଯେହେତୁ ନବୀନ ଯାଇପାରୁନାହାନ୍ତି, ଏଣୁ ତୃଣମୂଳ ନେତାଙ୍କ ପାଇଁ ଖୋଲିଛି ନବୀନ ନିବାସ ଫାଟକ । ନବୀନଙ୍କ ହୋମଗ୍ରାଉଣ୍ଡ ହିଂଜିଳି ଓ ଶେରଗଡର ନେତାଙ୍କୁ ନେଇ ନବୀନ ନିବାସରେ ଚାଲିଛି ଆଲୋଚନା । ଏଇଥିପାଇଁ ଯେ ହିଂଜିଳି ଦଖଲ କରି ନବୀନଙ୍କୁ ପାନେ ଦେବାକୁ କସରତ ଚଳାଇଛି ବିଜେପି ।
ଅଧିକ ପଢ଼ନ୍ତୁ---ନୂଆବର୍ଷରୁ ସ୍ପିଡରେ ଲାଗିବ ଲଗାମ ; ଆପେ ଆପେ କଟିବ ଗାଡ଼ି ଚାଲାଣ
ବିଜେଡି ଗଡ଼ରେ ଧସେଇ ପଶୁଛି ବିଜେପି । ମୋହନ ଓ ମନମୋହନଙ୍କ ଯୋଡ଼ି ପଂଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ବିସ୍ତାର ପାଇଁ ପ୍ରସ୍ତୁତି କରିଛନ୍ତି ରୋଡମ୍ୟାପ୍ । ତେଣୁ ସଂଗଠନକୁ ବଂଚାଇବାକୁ ରଣନୀତି ବଦଳାଇବାକୁ ବାଧ୍ୟ ହୋଇଛନ୍ତି ନବୀନ । ନିଜେ ଗ୍ରାଉଣ୍ଡକୁ ଓହ୍ଲାଇପାରୁନଥିବାରୁ ନୂଆପଡ଼ା, ଭଦ୍ରକ ଓ ବାଲେଶ୍ୱରର ନେତାଙ୍କୁ ଡାକି ନବୀନ ନିବାସରେ ଆଲୋଚନା କରୁଛନ୍ତି ସଭାପତି । ନେତାଙ୍କ ଦଳବଦଳକୁ ରୋକିପାରୁନାହାନ୍ତି ଶୀର୍ଷ ନେତୃତ୍ୱ । ଭରସା କରୁନାହାନ୍ତି କର୍ମୀ । ଏଣୁ ଛାମୁଆଙ୍କ ଉପରୁ ଆସ୍ଥା ହଟାଇ ନିଜ ଘରର ସୁରକ୍ଷାର ଭାର କାନ୍ଧେଇଛନ୍ତି ନିଜେ ନବୀନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/20/naveen-2025-12-20-19-18-28.jpg)