କନକ ବ୍ୟୁରୋ:ବିହାର ବିଧାନସଭା ନିର୍ବାଚନରେ ଏକାଧିକ ସେଲିବ୍ରିଟି ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି । ଭୋଜପୁରୀ ସୁପରଷ୍ଟାର୍ସ ଖେସାରୀ ଲାଲ୍ ଯାଦବ, ସିଙ୍ଗର ରିତେଶ ପାଣ୍ଡେ ଓ ମୈଥିଲି ଠାକୁରଙ୍କ ଭଳି କଳକାରଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ପ୍ରକୃତରେ କାହା ପ୍ରତି ଲୋକଙ୍କର କେତେ ସମର୍ଥନ ଅଛି ଆଜି ଅପରାହ୍ନ ସୁଦ୍ଧା ଜଣାପଡ଼ିଯିବ ।
ବିହାର ବିଧାନସଭା ନିର୍ବାଚନ -୨୦୨୫ ର ଭୋଟ ଗଣନା ଆଜି ସକାଳୁ ଆରମ୍ଭ ହୋଇଯାଇଛି। ଦ୍ବିପହର ସୁଦ୍ଧା ସ୍ପଷ୍ଟ ହୋଇଯିବଯେ, ବିହାରର ଜନତା କାହା ମୁଣ୍ଡରେ ବିହାରର ମୁକୁଟ ପିନ୍ଧାଇବେ । ଏ ନିର୍ବାଚନ ପୂରା ଖାସ୍ ।କାରଣ , ଏଥର ନିର୍ବାଚନ କେବଳ ରାଜନେତାଙ୍କ ପାଁ ଖାସ୍ ନୁହେଁ ବରଂ ଏଣ୍ଟରଟେନମେଣ୍ଟ ଜଗତ ପାଇଁ ମଧ୍ୟ ଖାସ୍ ।
ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ୍ ଯାଦବ ଏଥର ରାଜନୀତି ମୈଦାନକୁ ଓହ୍ଲାଇଥିବାରୁ ଛପରା ବିଧାନସଭା ସିଟ୍ ସବୁଠାରୁ ହଟ୍ ସିଟ୍ ବିନିଛି । RJD ଟିକେଟ୍ ନେଇ ଖେସାରୀ ଏ ନିର୍ବାଚନ ପାଇଁ ଧୂଆଁଧାର ପ୍ରଚାର କରିଥିଲେ । ତାଙ୍କ ରାଲିରେ ଏକାଠି ହୋଇଥିବା ଲୋକଙ୍କ ଭିଡ଼ ଦେଖି ଲାଗୁଥିଲା ଯେ ଏଥର ତାଙ୍କର ବିଜୟ ନିଶ୍ଚିତ । ହେଲେ ପ୍ରକୃତରେ ତାଙ୍କ ଷ୍ଟାରଡମ୍ ତାଙ୍କ ଭାଗ୍ୟ କେମିତି ଲେଖୁଛି ଦେଖିବାକୁ ସମସ୍ତଙ୍କ ଅପେକ୍ଷା ।
ଭୋଜପୁରୀ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସିଙ୍ଗର ରିତେଶ ପାଣ୍ଡେ ବି ଏଥର ରାଜନୀତିରେ ପାଦ ରଖିଛନ୍ତି । ପ୍ରଶାନ୍ତ କିଶୋରଙ୍କ ପାର୍ଟି ତାଙ୍କୁ ବିହାର କରଗହର ବିଧାନସଭା ନିର୍ବାଚନ ସିଟରୁ ପ୍ରାର୍ଥୀ କରିଛି । ପ୍ରଶାନ୍ତଙ୍କ ପାର୍ଟିକୁ ଭରସା ଅଛି ଯେ, ରିତେଶଙ୍କ ଲୋକପ୍ରିୟତା ଏବଂ ତାଙ୍କ ସହ ଲୋକଙ୍କ ଭଲପାଇବା ତାଙ୍କୁ ଜିତାଇପାରେ । କାରଣ ତାଙ୍କର ସବୁଠାରୁ ପପୁଲାର ଗୀତ ’ ହେଲୋ କୌନ୍’ ୟୁଟ୍ୟୁବରେ ୯ଶହ ମିଲିୟନରୁ ଅଧିକ ୟୁଜର୍ସ ଦେଖିସାରିଲେଣି ।
ଲୋକପ୍ରିୟ ଗାୟିକା ମୈଥିଲି ଠାକୁରଙ୍କ ଉପରେ ବି ଏଥର ବିହାର ଜନତାଙ୍କ ଆଖି । କାରଣ ଗୀତ ଗାଇ ସେ ଲୋକଙ୍କ ମନକୁ ଯେତିକି ଛୁଇଁଛନ୍ତି ନିର୍ବାଚନରେ ସେତିକି ଭୋଟ ପାଉଛନ୍ତି କି ନା ତା ବଡ଼ ପ୍ରଶ୍ନ। ବିଜେପି ପକ୍ଷରୁ ଟିକେଟ୍ ପାଇ ଦରଭଙ୍ଗା ଆସନରୁ ଆରଜେଡି ବିରୋଧରେ ଲଢ଼ୁଥିବା ମୈଥିଲିଙ୍କ ପାଇଁ ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହ ଆସି ସେଠାରେ ସଭା କରିଥିଲେ ।
ଆଜି ବିହାର ଫୈସଲା: ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ ଚିତ୍ର
ଏହା ବ୍ୟତୀତ ଭାଗଲପୁର ସିଟରେ ବଲିଉଡ ଆକ୍ଟ୍ରେସ୍ ନେହା ଶର୍ମାଙ୍କ ବାପା ଅଜିତ ଶର୍ମା ଲଢ଼ୁଥିବାବେଳେ ବଲିଉଡର ଦିବଙ୍ଗତ ଆକ୍ଟର ଶୁଶାନ୍ତ ସିଂଙ୍କ ଭଉଣୀ ଦିବ୍ୟା ଗୌତମ ବି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପଟନା ଦୀଘା ସିଟରୁ ନିଜ ଭାଗ୍ୟ ପରଖିଛନ୍ତି । ଏମାନେ ସମସ୍ତେ ଭୋଟ ଆଗରୁ ଖୁବ୍ ପ୍ରଚାର କରିଛନ୍ତି । ତେଣୁ ଏଥର ମନୋରଞ୍ଜନ ଦୁନିଆରେ ରାଜନୀତି କେତେ ଜମୁଛି ତାହା ଦେଖାଯିବ ।
ତେବେ ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା କହିଛନ୍ତି, ’ଆଜି ଗଣତନ୍ତ୍ରର ମହାନ ପର୍ବର ସବୁଠାରୁ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜିର ଫଳାଫଳ କେବଳ ବିହାର ପାଇଁ ନୁହେଁ ବରଂ ଦେଶ ପାଇଁ ଶୁଭ ହେବ । ବିହାର ଏକ ଉଦାହରଣ ସୃଷ୍ଟି କରିବ । ଜନତା ହେଉଛନ୍ତି ମାଲିକ, ଜନତା ନିଷ୍ପତ୍ତି ନେବେ । ବିହାରର ଲୋକମାନେ ଏହି ପରିବାରବାଦବାଦୀ ଲୋକଙ୍କ... ଜଙ୍ଗଲ ରାଜକୁମାରଙ୍କ ପରିବାରବାଦକୁ କେବେ ଗ୍ରହଣ କରିବେ ନାହିଁ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/14/8-2025-11-14-08-11-11.jpg)