କନକ ବ୍ୟୁରୋ: ଆଜି ନୂଆପଡା ଉପନିର୍ବାଚନ ଫଳ । ସକାଳୁ ଷ୍ଟ୍ରଙ୍ଗରୁମରେ ଖୋଲାଯିବ ଇଭିଏମ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗଣତିକୁ ସମ୍ପୂର୍ଣ୍ଣ ସ୍ବଛ ଓ ପାରଦର୍ଶିତାର ସହ ଶେଷ କରିବା ପାଇଁ ସାମିଲ ହେବାକୁ ଥିବା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସକାଳ ୮ଟାରୁ ହେବ ଭୋଟ୍ ଗଣତି । ମୋଟ ୧୪ଟି ଟେବୁଲ୍‌ରେ ୨୬ ରାଉଣ୍ଡ ଗଣତି ହେବ । 

Advertisment

Nuapada Bye Election: ଭକ୍ତ କହିଦେଲେ, କଂଗ୍ରେସ ୫ ହଜାର ଭୋଟରେ ଜିତିବ

ପ୍ରଥମେ ପୋଷ୍ଟାଲ୍‌ ବାଲାଟ୍, ପରେ ଇଭିଏମ୍‌ ଗଣତି ହେବ । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେବ । ଗଣତି ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି । ପ୍ରତ୍ୟେକ ଟେବୁଲରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୂପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିବେ । ନୂଆପଡା ଉପନିର୍ବାଚନ ଫଳାଫଳ ରାଜନୈତିକ ଦୃଷ୍ଟିକୋଣରୁ ସବୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ତେଜିଛି ରାଜନୀତି ।