କନକ ବ୍ୟୁରୋ : କଟାଯାଉଛି ବହୁ ବର୍ଷର ପୁରୁଣା ଗଛ। ବାରିପଦାରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବିରାଟକାୟ ଏକାଧିକ ଗଛକୁ କାଟି ଦିଆଯାଇଛି । ଏଭଳି ପଦକ୍ଷେପ ପରିବେଶ ପାଇଁ ବିପଦ ବୋଲି ଚର୍ଚ୍ଚା ହେଉଛି । ଆଉ ଏପଟେ ନଗରଉନ୍ନୟନ ମନ୍ତ୍ରୀଙ୍କ ଉତ୍ତର ଏହାର ଆବଶ୍ୟକତା ରହିଛି । ସେପଟେ ପରିବେଶବିତ କହିଛନ୍ତି, ଅନ୍ୟ ଖାଲି ସ୍ଥାନକୁ ବିକଳ୍ପ ଭାବେ ବଛା ଯାଇପାରିଥାନ୍ତା । 

Advertisment

ଅଧିକ ପଢ଼ନ୍ତୁ :  ବାରିପଦା ଟସର ଗାଁର ଯୁବଚାଷୀ ମନୋରଞ୍ଜନ, ବାଇଗଣ ଚାଷରୁ ମାସକୁ ଲକ୍ଷାଧିକ ଟଙ୍କା କରୁଛନ୍ତି ରୋଜଗାର

ମାଆ ପାଇଁ ଗଛଟିଏ, ବୃକ୍ଷ ହିଁ ଜୀବନ, ଏଭଳି ଅନେକ କଥା କୁହାଯାଉଛି । ବୃକ୍ଷରୋପଣ ଆଳରେ କୋଟି କୋଟି ଖର୍ଚ୍ଚ ବି ହେଉଛି । ହେଲେ ବାରିପଦାରୁ ଆସିଥିବା ଏହି ଦୃଶ୍ୟ ସେସବୁ କାର୍ଯ୍ୟକ୍ରମକୁ  ପରିହାସ କରୁନି କି ! ନୂଆ ବସ୍‌ ଷ୍ଟାଣ୍ଡ ପାଇଁ ଗଛବଳି, ବାରିପଦା ପାଇଁ ବିପଦ ପାଲଟିବନି ତ ? ଖରାଦିନେ ଉତ୍ତପ୍ତ ପାଲଟୁଥିବା ସହରରେ ତାତି ସମ୍ଭାଳି ହେବ ତ ? ଏବେ ଏମିତି ପ୍ରଶ୍ନକୁ ନେଇ ଧନ୍ଦି ହେଉଛନ୍ତି ପରିବେଶବିତ୍‌ ।

ଅଧିକ ପଢ଼ନ୍ତୁ :  ଶୋଇ ପଡ଼ିଛି ବାରିପଦା ସହରର ସିସିଟିଭି କ୍ୟାମେରା, ୬୪ ରୁ ୫୭ ଅଚଳ, ପ୍ରହସନ ପାଲଟିଛି ସିଟି ସର୍ଭିଲାନ୍ସ ସିଷ୍ଟମ

ଘଞ୍ଚ ଜଙ୍ଗଲ ପରିବେଶ ଏବେ ଶ୍ରୀହୀନ ହେବାକୁ ଯାଉଛି। ବହୁ ସଂଖ୍ୟାରେ ଗଛ କାଟି ବାରିପଦା ପାଲବଣୀ ନିକଟରେ ବସଷ୍ଟାଣ୍ଡ ନିର୍ମାଣ ଚାଲିଛି । ଗମନାଗମନ ସୁବିଧା ପାଇଁ ବସଷ୍ଟାଣ୍ଡ ନିର୍ମାଣ ପଦକ୍ଷେପ ଯଦିଓ ସ୍ୱାଗତଯୋଗ୍ୟ, ପରିବେଶ ପ୍ରତି ହେଉଥିବା ଅନ୍ୟାୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବେଶବିତ ।

ଅଧିକ ପଢ଼ନ୍ତୁ :  ଜରାଜୀର୍ଣ୍ଣ ବାରିପଦା ବସ୍‌ଷ୍ଟାଣ୍ଡ; ୪୮ ବର୍ଷ ହେଲାଣି ଖୋଜୁଛି ମରାମତି

ଅନ୍ୟପଟେ ଏହାର ପ୍ରତିକ୍ରିୟାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଏଠାରେ ବସଷ୍ଟାଣ୍ଡର ଆବଶ୍ୟକତା ରହିଛି । କଟା ଯାଉଥିବା ଗଛ ପାଇଁ ପରବର୍ତ୍ତୀ ସମୟର ବୃକ୍ଷରୋପଣ କରାଯିବ । ଆଧୁନିକ ସୁଖସ୍ୱାଛନ୍ଦ୍ୟ ପାଇଁ ନିର୍ମାଣ ଯଦିଓ ଆବଶ୍ୟକ, ହେଲେ ବର୍ତ୍ତମାନ ଯେଉଁଭଳି ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି, ଆଉ ତାର ପ୍ରଭାବରେ ଯାହା ସବୁ ଭୋଗିବାକୁ ପଡ଼ୁଛି । ତାକୁ ନଜରରେ ରଖି ପ୍ରକୃତି ଓ ପରିବେଶକୁ ଗୁରୁତ୍ୱ ଦେଇ ସବୁ ନିର୍ମାଣ କରିବା ନିହାତି ଜରୁରୀ ।