କନକ ବ୍ୟୁରୋ : ଶୋଇ ପଡିଛି ସିସିଟିଭି କ୍ୟାମେରା। ଫେଲ୍ ମାରିଛି ଜିଲ୍ଲା ପୋଲିସର ସିଟି ସର୍ଭିଲାନ୍ସ ସିଷ୍ଟମ୍ । ୨ ଅକ୍ଟୋବର ୨୦୨୪ ମସିହାରେ ବାରିପଦା ସହରରେ ଲାଗିଥିଲା ୬୪ କ୍ୟାମେରା । ବର୍ଷକ ପରେ ସଚଳ ଅଛି ମାତ୍ର ୭ଟି । ବନ୍ଦ ପଡ଼ିଛି ସହର ବଜାରର ବିଭିନ୍ନ ଛକରେ ଲାଗିଥିବା ୫୭ଟି ସିସିଟିଭି କ୍ୟାମେରା। ଫଳରେ ବଢ଼ୁଛି ଅପରାଧ। ଲୋକଙ୍କ ସିସିଟିଭି ଅଣ୍ଡାଳି ଅପରାଧୀଙ୍କୁ ଧରିବାର ପ୍ରୟାସ କରୁଛି ପୋଲିସ । 

Advertisment

ସହର ଛାତିରେ ଲାଗିଥିବା ସିସିଟିଭି, ଅପରାଧ ନିୟନ୍ତ୍ରଣରୁ ଆରମ୍ଭ କରି ଟ୍ରାଫିକ୍ ପରିଚାଳନା, ସବୁଥିରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରେ । ବିଭିନ୍ନ ମାମଲାରେ ତଦନ୍ତ ଏବଂ ନାଗରିକଙ୍କ ସୁରକ୍ଷା କ୍ଷେତ୍ରରେ ସାହାଯ୍ୟ କରେ । ସହରର ସୁରକ୍ଷା କବଚ ସାଜିବା ସହ ପୁଲିସ ପାଇଁ ଆଇ ଅନ୍‌ ସ୍କାଏ ବୋଲି କୁହାଯାଏ । ତେଣୁ ସହର ନିରୀକ୍ଷଣ ପ୍ରଣାଳୀ ବା ସିଟି ସର୍ଭିଲାନ୍ସ ସିଷ୍ଟମ୍‌କୁ ଅଧିକ ଶକ୍ତିଶାଳୀ କରାଯାଇଛି । କିନ୍ତୁ ବାରିପଦାରେ ରକ୍ଷଣାବେକ୍ଷଣ ଅଭାବରୁ ଆଣ୍ଠେଇଛି ଏହି ସିଷ୍ଟମ୍‌ । ଶୋଇପଡ଼ିଛି ସିସିଟିଭି କ୍ୟାମେରା । 

ସରକାରୀ ଆବାସକୁ ମାଲକାନଗିରି ବଣ୍ଡାଙ୍କ ନା, କୋଠା ଘର କରିବାକୁ ଉଚିତ୍ ମଣୁନାହାନ୍ତି ଜନଜାତି ହିତାଧିକାରୀ

ତତ୍କାଳୀନ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜୀତ ନାଏକ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏହାର କଣ୍ଟ୍ରୋଲ ରୁମକୁ ଉଦଘାଟନ କରିଥିଲେ । ଲକ୍ଷ୍ୟ ଥିଲା ବାରିପଦା ସହରର ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରହିବ। ସିସିଟିଭି କ୍ୟାମେରାରୁ ପୁଲିସକୁ ଅପରାଧୀଙ୍କ ବାବଦରେ ତଥ୍ୟ ମିଳିବ । ହେଲେ ବିଡ଼ମ୍ବନାର ବିଷୟ, ବର୍ଷକ ପରେ ୬୪ରୁ ମାତ୍ର ୭ଟି କ୍ୟାମେରା ସଚଳ ଅଛି । ୫୭ଟି ଅଚଳ ହୋଇପଡ଼ିଛି । ଅନ୍ୟପଟେ ସହରରେ ଚୋରି, ଛିନତାଇ, ଲୁଟ୍, ମାରପିଟ୍ ଭଳି ସଙ୍ଗିନ ଅପରାଧ ଢେର ବଢ଼ିଛି । ସିସିଟିଭି ବନ୍ଦଥିବାରୁ ସାଧାରଣ ଲୋକଙ୍କ ଘର ଓ ବିଭିନ୍ନ ଘରୋଇ ଅନୁଷ୍ଠାନରେ ଲାଗିଥିବା କ୍ୟାମେରାକୁ ଭରସା କରିଛି ପୁଲିସ ।

ବୁଲଡୋଜର ବୁଲିବା ପରେ ଚାଲିଛି ଜବରଦଖଲ ଉଛେଦ, ଜଗତସିଂହପୁରର କେନ୍ଦ୍ରାପଡ଼ା ଦେଇ ଭଦ୍ରକ ପର୍ଯ୍ୟନ୍ତ ଘର ଛାଡ଼ୁଛନ୍ତି ଜବରଦଖଲକାରୀ

୨୦୨୪ ନଭେମ୍ବରରୁ ୨୦୨୫ ନଭେମ୍ବର ମଧ୍ୟରେ ବାରିପଦା ଟାଉନ୍‌ ଥାନାରେ ମୋଟ୍‌ ୮୫୯ଟି ମାମଲା  ଓ ଭଞ୍ଜପୁର ଥାନାରେ ୪୧୪ଟି ମାମଲା ଦାଖଲ ହୋଇଛି । କାଁ ଭାଁ କିଛି ମାମଲାରେ ଅଭିଯୁକ୍ତ ଧରାପଡ଼ୁଥିବା ବେଳେ ଅନେକ ଘଟଣାରେ ଅପରାଧୀଙ୍କ ଟେର୍ ପାଉନି ପୁଲିସ । ଯଦି ସହରର ସମସ୍ତ କ୍ୟାମେରା ସଠିକ୍ କାମ କରନ୍ତା ତେବେ ଆପରାଧୀକ କାର୍ଯ୍ୟକଳାପରେ  କିଛି ମାତ୍ରାରେ ନିୟନ୍ତ୍ରଣ ହୋଇପାରନ୍ତା । ଯଥାଶୀଘ୍ର ସିଟି ସର୍ଭିଲାନ୍ସ ସିଷ୍ଟମ୍‌କୁ କାର୍ଯ୍ୟକ୍ଷମ କରିବା ସହ ବାରିପଦା ସହରକୁ ଅପରାଧମୁକ୍ତ କରିବାକୁ ସହରବାସୀଙ୍କ ଦାବି । ଅନ୍ୟପଟେ ଅଭିଯୋଗକୁ ସ୍ୱୀକାର କରିଛନ୍ତି, ମୟୂରଭଞ୍ଜ ଅତିରିକ୍ତ ପୁଲିସ ଅଧିକ୍ଷକ ଦୀପକ ଗୋଚ୍ଛାୟତ । ବୈଷୟିକ ତ୍ରୁଟି ଯୋଗୁଁ ଅନେକ ସ୍ଥାନରେ ସିସିଟିଭି କାମ କରୁନି । ରକ୍ଷଣାବେକ୍ଷଣ ବାର୍ଷିକ ଖର୍ଚ୍ଚ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । 

କର୍ଣ୍ଣାଟକରେ କ୍ଷମତା ବଣ୍ଟନ ଫର୍ମୁଲା କାର୍ଯ୍ୟକାରୀ ଦାବି, ଅଢ଼େଇ ବର୍ଷ ପରେ ନେତୃତ୍ୱ ବଦଳାଇବାକୁ କସରତ

 ସିସିଟିଭି କେବଳ ଏକ ଯନ୍ତ୍ର ନୁହେଁ, ସହରର ସୁରକ୍ଷା ନିରୀକ୍ଷଣ କରୁଥିବା ବିଶ୍ୱସ୍ତ ଆଖି ବୋଲି କୁହାଯାଇପାରେ । ତେଣୁ ଏହାର ତତ୍ୱାବଧାନ ଓ ରକ୍ଷଣାବେକ୍ଷଣକୁ ନେଇ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ ।