କନକ ବ୍ୟୁରୋ : ସାରାରାଜ୍ୟରେ ଚହଳ ପକାଇଥିବା ହାଇପ୍ରୋଫାଇଲ ପୀତବାସ ପଣ୍ଡା ହତ୍ୟାକାଣ୍ଡର ଶେଷ ଖିଅ ଖୋଜି ପାଇଛି ପୁଲିସ । ଦୀର୍ଘ ୧୬ଦିନର ଘଣ୍ଟାଚକଟା, ୧୦୦୦ରୁ ଅଧିକ ସିସିଟିଭିର ଯାଂଚ, ୮୦ରୁ ଅଧିକ ଲୋକଙ୍କୁ ପଚରାଉଚରା ପରେ ହୋଇଛି ହତ୍ୟାକାଣ୍ଡର ପର୍ଦ୍ଦାଫାସ । ଫିଲ୍ମ ଷ୍ଟାଇଲରେ ଆସି ଗୁଳି କରିଥିବା ଅଭିଯୁକ୍ତ ଓ ଷଡଯନ୍ତ୍ରକାରୀଙ୍କୁ ଗିରଫ କରିବା ପରେ ପୁଲିସ ଯାହା କହିଛି ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।
ପୀତବାସଙ୍କୁ ବାଟରୁ ହଠାଇବାକୁ ତାଙ୍କ ମୁଣ୍ଡ ପାଇଁ ୫୦ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। ପ୍ରଥମେ ସେପ୍ଟେମ୍ବର ୧୦ରୁ ୧୪ ହୋଇଥିଲା ହତ୍ୟା ଯୋଜନା । ବିହାରରୁ ଆସିଥିଲେ ସାର୍ପ ସୁଟର , ରେକି କରିଥିଲେ । କିନ୍ତୁ ପ୍ଲାନ ଏ ଫେଲ ମାରିବା ପରେ ପ୍ଲାନ ବିରେ ସାର୍ପ ସୁଟର ଚିଣ୍ଟୁ ଓ କୁରୁପତି ଭୂୟାଁ, ପୀତବାସଙ୍କୁ ଗୁଳି ହତ୍ୟା କରିଥିଲେ ।
ଦୁଇ ସାର୍ପସୁଟର ଏକ ଗାଡିରେ ଆସି ପ୍ରଥମେ ନମସ୍କାର କଲେ, କିଏ ବୋଲି ପଚାରିବାରୁ ଗୁଳି କରିଥିଲେ। ଗାଡ଼ି ତଳେ ପଡିଗଲା, କୁରୁପତି ତଳକୁ ଓହ୍ଲାଇ ଗୁଳି କରି ଫେରାର୍ ହୋଇଥିଲେ । ଶୀତଳାପଲ୍ଲୀରେ ପୋଷାକ, ଜୋତା, ବଦଳେଇଲେ, ବନ୍ଧୁକ ପୋତିଥିଲ ୨ ସୁଟର । ଜାତୀୟ ରାଜପଥ ଦେଇ ରାମେଶ୍ୱର ପାଖରେ ଗାଡ଼ିଛାଡି ବସରେ ଭୁବନେଶ୍ୱର ଆସି ଫେରାର ମାରିଥିଲେ। ଆଉ ପଛରୁ ସେଇ ସାର୍ପସୁଟରଙ୍କୁ ସହଯୋଗ କରୁଥିଲେ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ସାର୍ପସୁଟରଙ୍କୁ ଦେଇଥିଲେ ୧୦ଲକ୍ଷ ।
ଅପର୍ଣ୍ଣା ମୃତ୍ୟୁ ମାମଲାରେ ନୂଆ ମୋଡ଼; ଦୁର୍ଘଟଣା ନୁହେଁ, ହତ୍ୟାକାଣ୍ଡ ଘଟାଇଥିଲେ ସ୍ବାମୀ ଦୀପକ
ବିକ୍ରମଙ୍କ ସହ ପୀତବାସଙ୍କର ବ୍ୟକ୍ତିଗତ, ବୃତ୍ତିଗତ, ଅର୍ଥନୈତିକ, ରାଜନୈତିକ ବିବାଦ ଲାଗି ରହିଥିଲା। ବାର କାଉନସିଲ ନିର୍ବାଚନ ପରେ ଏହି ବିବାଦ ଆହୁରି ବଢ଼ିଥିଲା। ତାପରେ ପୂର୍ବତନ ମେୟର ପିଣ୍ଟୁ ଦାସଙ୍କ ସହ ମିଶି ପୀତବାସଙ୍କୁ ହଟାଇବାକୁ ହୋଇଥିଲା ଷଡଯନ୍ତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/22/29-2025-10-22-20-01-18.jpg)