କନକ ବ୍ୟୁରୋ :  ଆଇନଜୀବୀ ପୀତବାସ ପଣ୍ଡା  ହତ୍ୟାକାଣ୍ଡର ପର୍ଦ୍ଦାଫାସ। ବାର୍ କାଉନସିଲ୍ ନିର୍ବାଚନ ପାଇଁ ଗଡ଼ିଛି ପୀତବାସଙ୍କ ମୁଣ୍ଡ । ହତ୍ୟା ପାଇଁ ହୋଇଥିଲା ୫୦ ଲକ୍ଷ ଟଙ୍କାର ମୁଲଚାଲ୍‌ ।  ଅକ୍ଟୋବର ୬ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ୧୨ ଗିରଫ ହୋଇଥିବା ବେଳେ ୩ ଫେରାର ଜଣ ଅଛନ୍ତି ।  ଅଭିଯୁକ୍ତଙ୍କ ଠାରୁ ବନ୍ଧୁକ, ଗାଡ଼ି, ପୋଷାକ ଜବତ ହୋଇଛି ।  ସିସିଟିଭି ଓ ସିଡିଆର ଜରିଆରେ ତଦନ୍ତ କରି ପୂରା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ବ୍ୟକ୍ତିଗତ, ବୃତିଗତ, ଅର୍ଥନୈତିକ, ରାଜନୈତିକ ବିବାଦ ରହିଥିଲା । ୬ ଟିମ୍‌ ଗଠନ କରି ସ୍ବତନ୍ତ୍ର ତଦନ୍ତ ଆରମ୍ଭ କରିଥିଲା ବ୍ରହ୍ମପୁର ପୁଲିସ ।

Advertisment

‘ହାତ’ ପାଇଁ ସମ୍ମାନ ରକ୍ଷା; ‘ଶଙ୍ଖ’ ପାଇଁ ଗଡ଼ ସୁରକ୍ଷା, ଆଉ ‘ପଦ୍ମ’ ପାଇଁ ଅଗ୍ନିପରୀକ୍ଷା

ଆଉ ଘଟଣାର ୧୬ ଦିନ ପରେ ଅଭିଯୁକ୍ତଙ୍କୁ ଧରିଛି ପୁଲିସ ।  ପୂରା ଘଟଣାର ଷଡ଼ଯନ୍ତ୍ର ପଛରେ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ହାତ ରହିଛି ।  ପ୍ରଥମେ ସେପ୍ଟେମ୍ବର ୧୦ରୁ ୧୪ ହୋଇଥିଲା ହତ୍ୟା ଯୋଜନା ।  ବିହାରରୁ ଆସିଥିଲେ ସାର୍ପ ସୁଟର। ଉମା ଓରଫ ମଳୟ ବିଶୋଇ, ଯୋଗୀ ଓରଫ ଯୋଗୀନ୍ଦ୍ର ରାଉତ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ । ହିଞ୍ଜିଳିର ବିପିନ ସ୍ୱାଇଁ ଓ ସୀମାଞ୍ଚଳ ନାୟକ, ସୁଟରଙ୍କୁ ଯୋଗାଯୋଗ କରିଥିଲେ ।  ଆଉ ଅକ୍ଟୋବର ୬ ତାରିଖ ଦିନ ରାତିରେ ନାଁ ପଚାରି ହତ୍ୟାକାଣ୍ଡ ଭିଆଇଥିଲେ ଅଭିଯୁକ୍ତ ।

  • ହତ୍ୟା ପଛରେ ବାର୍ କାଉନସିଲ୍ ନିର୍ବାଚନ
  • ପୀତବାସ ପଣ୍ଡାଙ୍କୁ ହତ୍ୟା ପାଇଁ ୫୦ ଲକ୍ଷର ମୁଲଚାଲ
  • ହତ୍ୟା ପାଇଁ ୧୦ ଲକ୍ଷ ଟଙ୍କାର ଅଗ୍ରୀମ ନେଇଥିଲେ ଅଭିଯୁକ୍ତ
  • ସେପ୍ଟେମ୍ବର ମାସରେ ହତ୍ୟା ପାଇଁ ହୋଇଥିଲା ଷଡ଼ଯନ୍ତ୍ର
  • ସେପ୍ଟେମ୍ବର ୧୪ରେ ହତ୍ୟା ପାଇଁ ଯୋଜନା ହୋଇଥିଲା 
  • ୧୪ ସେପ୍ଟେମ୍ବରରେ ଯୋଜନା ଫେଲ୍‌ ମାରିଥିଲା 
  • ଘଟଣା ପୂର୍ବରୁ ପୀତବାସଙ୍କ ଘରପାଖରେ ରହୁଥିଲେ ଅଭିଯୁକ୍ତ
  • ସେମାନଙ୍କୁ ଗାଡ଼ି, ବନ୍ଧୁକ, ଜୋତା, ନୂଆ ପୋଷାକ ଦିଆଗଲା
  • ଫାୟାରିଂ ପାଇଁ ୫ ଲକ୍ଷ ଓ ଗାଡ଼ି ଚଳାଇବାକୁ ୩ ଲକ୍ଷ ଟଙ୍କା ଦିଆଯାଇଥିଲା
  • ପୀତବାସ ଘରକୁ ଫେରିବା ବାଟରେ ଜଗିଥିଲେ ଅଭିଯୁକ୍ତ
  • ପ୍ରଥମେ ନମସ୍କାର କଲେ, କିଏ ବୋଲି ପଚାରିବାରୁ ଗୁଳି କରିଥିଲେ 
  • ଗାଡ଼ି ତଳେ ପଡ଼ିଯାଇଥିଲେ ପୀତବାସ, ଅଭିଯୁକ୍ତ ଫେରାର ହୋଇଯାଇଥିଲେ
  • ଶୀତଳପାଳିରେ ପୋଷାକ, ଜୋତା, ବଦଳାଇଲେ, ବନ୍ଧୁକ ପୋତିଥିଲେ ୨ ସୁଟର  
  • ପରେ ପୁରୀ ଯାଇ ଆତ୍ମଗୋପନ କରିଥିଲେ ଅଭିଯୁକ୍ତ
  • ଷଡ଼ଯନ୍ତ୍ର ପଛରେ ବିକ୍ରମ
  • ପୀତବାସ ହତ୍ୟାକାଣ୍ଡର ଷଡ଼ଯନ୍ତକାରୀ ହେଉଛନ୍ତି ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ
  • ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବା ସୁନୀଲ ହୋତା ବିକ୍ରମଙ୍କ ଖାସ୍‌ ଲୋକ
  • ଫାର୍ମ ହାଉସରେ ୫ ଦିନ ରହି ରାଜ୍ୟ ବାହାରକୁ ପଳାଇଥିଲେ
  • ବାର୍‌ କାଉନସିଲ ନିର୍ବାଚନ ପରଠୁ ପୀତବାସଙ୍କ ସହ ତିକ୍ତତା ବଢ଼ିଲା 
  • ପିଣ୍ଟୁ, ବିକ୍ରମ ମିଶି ହତ୍ୟା ଷଡ଼ଯନ୍ତ୍ର କରିଥିଲେ