କନକ ବ୍ୟୁରୋ : ଶୀତଦିନ ଆସିବା ମାତ୍ରେ ସମସ୍ତଙ୍କ ମନରେ ଆସେ ଗୋଟିଏ କଥା , ସ୍କିନ୍‌ ଡ୍ରାଏ ହେବା ସହ ଫାଟିବ । ଏଥିପାଇଁ ଅଧିକାଂଶ ଲୋକେ ମୁହଁର ଯତ୍ନ ନେବାପାଇଁ ବିଭିନ୍ନ ପ୍ରକାର ଉପଚାର ଆପଣାନ୍ତି , ସେ ଘରୋଇ ହେଉ ବା ବାହାର ପ୍ରଡକ୍ଟ । ଶୀତ ଦିନେ କମ ଆର୍ଦ୍ରତା ଏବଂ ଶୁଷ୍କ ପବନ ଯୋଗୁଁ ଆମ ତ୍ୱଚା ତାର ପ୍ରାକୃତିକ ଚମକ ହରାଇ ବସେ । ଏଭଳି ପରିସ୍ଥିତିରେ ତ୍ୱଚାର ସଠିକ୍ ଯତ୍ନ ନେବା ନିହାତି ଜରୁରୀ । ଅଧିକାଂଶ ଲୋକ ନିଜର ସ୍କିନ୍ କେୟାର ରୁଟିନ୍ ବା ତ୍ୱଚାର ଯତ୍ନ ନେବା ପାଇଁ ମୁଲତାନି ମାଟି ଏବଂ ଆଲୋଭେରା ଜେଲର ବ୍ୟବହାର କରନ୍ତି । କିନ୍ତୁ ଆପଣଙ୍କ ପାଇଁ ଏହା ଜାଣିବା ନିହାତି ଜରୁରୀ ଯେ ଶୀତଦିନେ ଏଥିମଧ୍ୟରୁ କେଉଁଟି ସବୁଠାରୁ ଭଲ । ଶୀତ ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା କମ ରହିବା ଏବଂ ଶୁଷ୍କ ପବନ ଯୋଗୁଁ ତ୍ୱଚା ଶୁଷ୍କ ଓ ନିର୍ଜୀବ ହୋଇଯାଏ । ତେଣୁ ଏହି ସମୟରେ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ । ଯଦିଓ ଉଭୟ ମୁଲତାନି ମାଟି ଏବଂ ଆଲୋଭେରା ଜେଲ ଉଭୟ ତ୍ୱଚା ପାଇଁ ଲାଭଦାୟକ, ତଥାପି ଶୀତଦିନ ପାଇଁ ଆଲୋଭେରା ଜେଲକୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ ।

Advertisment

ମୁଲତାନି ମାଟି ଏକ ପ୍ରାକୃତିକ କ୍ଲେ ଅଟେ, ଯାହା ମୁଖ୍ୟତଃ ତ୍ୱଚାକୁ ସଫା କରିବା ଏବଂ ଏକ୍ସଫୋଲିଏଟ୍ କରିବାରେ ସାହାଯ୍ୟ କରେ । ଏହା ଲୋମଛିଦ୍ରକୁ ଖୋଲି ତ୍ୱଚାରୁ ମଇଳା ଓ ଅତ୍ୟଧିକ ତେଲ ବାହାର କରିଦିଏ, ଯାହା ତୈଳାକ୍ତ ତ୍ୱଚା ପାଇଁ ବହୁତ ଭଲ । କିନ୍ତୁ ଶୀତଦିନେ ମୁଲତାନି ମାଟିର ବ୍ୟବହାର ତ୍ୱଚାକୁ ଆହୁରି ଅଧିକ ଶୁଷ୍କ କରିପାରେ । ଅନ୍ୟପକ୍ଷରେ, ଆଲୋଭେରା ଜେଲ ଏକ ପ୍ରାକୃତିକ ମଶ୍ଚରାଇଜର ଭାବରେ କାମ କରେ । ଏହା ତ୍ୱଚାକୁ ହାଇଡ୍ରେଟ୍ କରିବା ସହ କୋମଳ ଏବଂ ନରମ ବନାଇଥାଏ । ଆଲୋଭେରାରେ ଥିବା ଭିଟାମିନ୍-ଇ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ତ୍ୱଚାକୁ ସୁସ୍ଥ ଓ ଚମକଦାର ରଖେ ।

ଅଧିକ ପଢ଼ନ୍ତୁ--କେଉଁ ବୟସରେ କରିବେ କେତେ ବ୍ୟାୟାମ୍? ଆସିଲା WHO ର ଫିଜିକାଲ ଆକ୍ଟିଭିଟି ଗାଇଡଲାଇନ୍

ଶୀତଦିନେ ହେଉଥିବା ତ୍ୱଚାର ଶୁଷ୍କତା ବା ଡ୍ରାଏନେସ୍‌ରୁ ମୁକ୍ତି ପାଇବା ପାଇଁ ଆଲୋଭେରା ଜେଲ ବେଶ୍ ଉପକାରୀ । ଏହା ତ୍ୱଚାର ଜଳାପୋଡା, ସନବର୍ନ ଏବଂ ଟ୍ୟାନିଂ ଦୂର କରିବାରେ ସାହାଯ୍ୟ କରେ। ଏହାବ୍ୟତୀତ ଚେହେରାର ଦାଗ, ବ୍ରଣ ଏବଂ ଛୋଟ ଛୋଟ ଦାନାକୁ ଠିକ କରି ତ୍ୱଚାକୁ ଠିକ୍‌ ରଖିବାରେ ସାହାଯ୍ୟ କରେ। ଯଦି ଆପଣ ଶୀତଦିନେ ମୁଲତାନି ମାଟି ବ୍ୟବହାର କରୁଛନ୍ତି, ତେବେ ଏହା ପରେ ତ୍ୱଚାକୁ ମଶ୍ଚରାଇଜ୍ କରିବା ନିହାତି ଜରୁରୀ । କିନ୍ତୁ ଶୀତଦିନେ ଆଲୋଭେରା ଜେଲର ବ୍ୟବହାର ସବୁଠାରୁ ନିରାପଦ ଏବଂ ଲାଭଦାୟକ ।

ତେବେ ଏହାର ବ୍ୟବହାର ପାଇଁ ଆପଣ ସତେଜ ଆଲୋଭେରା ଜେଲ ନେଇ ଚେହେରାରେ ଲଗାଇ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ନରମାଲ୍‌ ପାଣିରେ ମୁହଁ ଧୋଇ ଦିଅନ୍ତୁ । ମନେରଖନ୍ତୁ ଯେ ଜେଲ ଲଗାଇବା ପୂର୍ବରୁ ଚେହେରାକୁ ଭଲଭାବେ ସଫା କରିବା ଜରୁରୀ । ନିୟମିତ ରୂପେ ଏହାକୁ ବ୍ୟବହାର କରିବା ଦ୍ୱାରା ଶୀତଦିନେ ମଧ୍ୟ ଆପଣଙ୍କ ତ୍ୱଚା ନରମ, ମୁଲାୟମ ଏବଂ ଉଜ୍ଜ୍ୱଳ ରହିବ ।