କନକ ବ୍ୟୂରୋ: ମଣିଷ ଶରୀର ଏଭଳି ଢାଞ୍ଚାରେ ଗଢ଼ା , ପରିଶ୍ରମ କଲେ ହିଁ ଏହା ଠିକ୍ ରହିବ । ତେଣ ନିତିଦିନିଆ ଜୀବନରେ କିଛି ସମୟର ଏକ୍ସରସାଇଜ୍ କରିବା ନିହାତି ଜରୁରି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି । ହେଲେ କେଉଁ ବୟସରେ କେତେ ଏକ୍ସରସାଇଜ୍ କରିବେ ତାହା ଜାଣିବା ନିହାତି ଜରୁରି । ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ଜାରି କରିଛି ଫିଜିକାଲ ଆକ୍ଟିଭିଟି ଗାଇଡଲାଇନ୍ ।
ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କ ପାଇଁ ଯେକୌଣସି ପ୍ରକାରର ବ୍ୟାୟାମ ନିହାତି ଆବଶ୍ୟକ । ହେଲେ ସ୍ବାସ୍ଥ୍ୟ ବିଜ୍ଞାନ ସମସ୍ତଙ୍କ ପାଇଁ ନିର୍ଦ୍ଦିଷ୍ଟ ବୟସ ସହ ଏକ୍ସରସାଇଜର ଆବଶ୍ୟକ ସମୟ ନିର୍ଦ୍ଧାରଣ କରିଛି, ଯାହା ହୁଏତ ଖୁବ କମ୍ ଜାଣିଥିବେ । କିଛି ଦିନ ଆଗରୁ ବଲିଉଡ୍ ଅଭିନେତା ଗୋବିନ୍ଦା ଅତ୍ୟଧିକ ଏକ୍ସରସାଇଜ୍ କରିବା କାରଣରୁ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡିସଚାର୍ଜ ହେବା ପରେ ସେ କହିଥିଲେ, ଅତ୍ୟଧିକ ଶାରୀରିକ ବ୍ୟାୟାମ ତାଙ୍କୁ କ୍ଳାନ୍ତ କରିଦେଇଥିଲା, ଫଳରେ ସେ ଅଚେତ ହୋଇ ପଡ଼ିଯାଇଥିଲେ । ତେଣୁ କେଉଁ ବୟସରେ କେତେ ବ୍ୟାୟାମ କରିବା କଥା ତାହା ଜାଣିବା ଦରକାର ।
ଅଧିକ ପଢନ୍ତୁ :ବଜାରରୁ ଭଜା ବୁଟ କିଣି ଖାଉଛନ୍ତି କି ? ଖାଉଥିଲେ ସାବଧାନ ! ହୋଇପାରେ କ୍ୟାନ୍ସର !
ପିଲା ଏବଂ ବୟସ୍କ : (୫-୧୭)
୫ରୁ ୧୭ ବର୍ଷର ପିଲାଙ୍କଠାରେ ଦିନକୁ ଅତି କମରେ ୬୦ ମିନିଟର ମିଡିୟମ ଫିଜିକାଲ ଆକ୍ଟିଭିଟି କରିବା ଦରକାର। ଏହି ବୟସର ପିଲା ସପ୍ତାହରେ ଅତି କମରେ ୩ ଦିନ ଏରୋବିକ୍ ଆକ୍ଟିଭିଟି ଏବଂ ଏଭଳି ଏକ୍ସରସାଇଜ କରନ୍ତୁ ଯାହା ମାଂସପେଶୀ ଓ ହାଡ଼କୁ ମଜଭୂତ କରିବ ।
୧୮ରୁ ୬୪ ବର୍ଷ ଭିତରେ ଥିବା ବୟସ୍କଙ୍କୁ ଅନ୍ତତଃ ୧୫୦ ମିନିଟରୁ ୩୦୦ ମିନିଟ ମିଡିୟମ କିମ୍ବା ୭୫ରୁ ୧୫୦ ମିନିଟର ଏରୋବିକ୍ ଏକ୍ସରସାଇଜ୍ କରନ୍ତୁ । ସପ୍ତାହକୁ ୨ ଥର ୱେଟ୍ ଟ୍ରେନିଙ୍ଗ ନେବା ଉଚିତ ।
ଅଧିକ ପଢନ୍ତୁ : ଚର୍ମରେ ଲଗାତାର କୁଣ୍ଡେଇ ହେବା କିଡନୀ ରୋଗର ସଙ୍କେତ ହୋଇପାରେ, ତୁରନ୍ତ ସତର୍କ ହୁଅନ୍ତୁ
୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ୧୫୦ରୁ ୩୦୦ ମିନିଟର ଏକ୍ସରସାଇଜ୍ କରିବା ଦରକାର। ମାଂସପୋଶୀକୁ ଠିକ ରଖିବାକୁ ସପ୍ତାହରରେ ୨/୩ ଦିନ ୱେଟ୍ ଟ୍ରେନିଙ୍ଗ ନେବା ଉଚିତ । ଗର୍ଭବତୀ ମହିଳାଙ୍କୁ ବି କିଛି କିଛି ସମୟର ବ୍ୟାୟାମ କରିବୋ ଦରକାର। ହେଲେ ପାଟର୍ଣ୍ଣ ଅଲଗା । ଏମାନଙ୍କୁ ସପ୍ତାହରେ ୧୫୦ ମିନିଟର ଇଣ୍ଟେସିଟି ଏରୋବେଟିକ୍ ଆକ୍ଟିଭିଟି କରିବା ଦରକାର।
ନ୍ୟୟର୍କ କୋଲମ୍ବିଆବିଶ୍ବବିଦ୍ୟାଳୟର ଏକ୍ସରସାଇଜ୍ ସାଇଣ୍ଟିଷ୍ଟଙ୍କ କହିବା କଥା, ଯେଉଁମାନେ ଏକ୍ସରସାଇଜ୍ କଥା କହିଲେ ଭୟ ଲାଗେ, ବା ଯେଉଁମାନେ କେବେ ଏକ୍ସରସୋଇଜ୍ କରନ୍ତିନାହିଁ ସେମାନେ ହାଲକା ଷ୍ଟେଚିଙ୍ଗ ବା ହାଲକା ୱକଆଉଟରୁ ଆରମ୍ଭ କରିବା ଉଚିତ । ଦିନରେ ଏଭଳି ସମୟ ଧାର୍ଯ୍ୟ କରନ୍ତୁ ଯେତେବେଳେ ଛୋଟ ଛୋଟ ଆକ୍ଟିଭିଟି କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/25/exerxcise-2025-11-25-12-31-24.jpg)